‘ସମ୍ବାଦ’ ଓ ‘ଆମ ଓଡ଼ିଶା’ର ରାଜ୍ୟସ୍ତରୀୟ ବାର୍ଷିକ ପ୍ରତିଯୋଗିତା : ଭାଗନେଲେ ଲକ୍ଷାଧିକ ଛାତ୍ରଛାତ୍ରୀ

ଭୁବନେଶ୍ୱର : ‘ସମ୍ବାଦ’ର ୩୪ତମ ବାର୍ଷିକ ଉତ୍ସବ ଉପଲକ୍ଷେ ରାଜ୍ୟର ୩୧୪ଟି ବ୍ଲକ ଏବଂ ୩୦ଟି ଜିଲ୍ଲାର ମୋଟ ୪୨୦ଟି ପରୀକ୍ଷା କେନ୍ଦ୍ରରେ ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ର ରାଜ୍ୟସ୍ତରୀୟ ପ୍ରତିଯୋଗିତା -୨୦୧୮ ଅନୁଷ୍ଠିତ ହୋଇଯାଇଛି। ମୋଟ୍‌ ୪୨୦ଟି କେନ୍ଦ୍ରରେ ରେକର୍ଡ ସଂଖ୍ୟକ ୧,୧୬,୭୬୦ଜଣ ଛାତ୍ରଛାତ୍ରୀ ଭାଗ ନେଇଛନ୍ତି।

ଆଜିର ବାର୍ଷିକ ପ୍ରତିଯୋଗିତା ପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖିବାକୁ ମିଳିଥିଲା। ସବୁ କେନ୍ଦ୍ରରେ ଶାନ୍ତିଶୃଙ୍ଖଳାର ସହିତ ପ୍ରତିଯୋଗିତା ପରିଚାଳନା କରାଯାଇଥିଲା। ପ୍ରତିବର୍ଷ ପରି ଏଥର ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡ଼ିଆ ହସ୍ତାକ୍ଷର ଏବଂ ଅଷ୍ଟମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାଷାଜ୍ଞାନ ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ରାଜ୍ୟର ସମସ୍ତ ୪୨୦ଟି ଯାକ ପରୀକ୍ଷା କେନ୍ଦ୍ରରେ ଗୋଟିଏ ସମୟରେ ପୂର୍ବାହ୍ନ ୧୦ଟାରେ ପରୀକ୍ଷା ଆରମ୍ଭ ହୋଇଥିଲା। ଏହାର ଅଧଘଣ୍ଟା

ପୂର୍ବରୁ ଅର୍ଥାତ୍‌ ପୂର୍ବାହ୍ନ ୯ଟା ୩୦ରେ ଚିତ୍ରାଙ୍କନ ପ୍ରତିଯୋଗୀଙ୍କୁ ବିଷୟ ବସ୍ତୁ ଦିଆଯାଇଥିଲା। ଓଡ଼ିଆ ହସ୍ତାକ୍ଷର ପ୍ରତିଯୋଗିତା ପୂର୍ବାହ୍ନ ୧୦ଟାରୁ ୧୦ଟା ୩୦ପର୍ଯ୍ୟନ୍ତ ହୋଇଥିବାବେଳେ ଚିତ୍ରାଙ୍କନ ଓ ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତା ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ପରୀକ୍ଷା ଶେଷ ହେବା ପରେ ଅଭିଜ୍ଞ ବିଚାରକ ମଣ୍ଡଳୀଙ୍କ ଦ୍ୱାରା ଖାତାର ମୂଲ୍ୟାୟନ କରାଯାଇଥିଲା। ଆଉ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଉକ୍ତ ପରୀକ୍ଷା କେନ୍ଦ୍ରରେ ହିଁ ପୁରସ୍କୃତ କରାଯାଇଥିଲା।

ଆଜିର ପ୍ରତିଯୋଗିତାରେ ସମସ୍ତ କେନ୍ଦ୍ରର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ଖାତାକୁ ରାଜ୍ୟସ୍ତରୀୟ ପ୍ରତିିଯୋଗିତା ପାଇଁ ପୁନଃ ମୂଲ୍ୟାୟନ କରାଯିବ। ଅକ୍ଟୋବର ୪ତାରିଖରେ ହେବାକୁ ଥିବା ‘ସମ୍ବାଦ’ର ବାର୍ଷିକ ଉତ୍ସବର ଅବ୍ୟବହିତ ପୂର୍ବରୁ କୃତୀ ପ୍ରତିଯୋଗୀଙ୍କ ନାମ ଘୋଷଣା କରାଯିବ।

ଚଳିତବର୍ଷ ‘ସମ୍ବାଦ’ର ୯ଟି ସଂସ୍କରଣ ଅଧୀନରେ ହୋଇଥିବା ୪୨୦ଟି ପରୀକ୍ଷା କେନ୍ଦ୍ରରେ ମୋଟ୍‌ ୧,୧୬,୭୬୦ଜଣ ପରୀକ୍ଷା ଦେଇଥିଲେ। ଏଥିରେ ଚିତ୍ରାଙ୍କନରେ ୩୮,୮୨୩ ଜଣ, ହସ୍ତାକ୍ଷରରେ ୩୭,୭୮୧ଜଣ ଓ ଭାଷାଜ୍ଞାନରେ ୪୦,୧୫୬ଜଣ ଭାଗ ନେଇଛନ୍ତି।

ଏଥର ଭୁବନେଶ୍ୱର ସଂସ୍କରଣରେ ୧୩,୪୯୭ଜଣ ଭାଗ ନେଇଥିବାବେଳେ କଟକ ସଂସ୍କରଣରେ ୧୦,୬୫୭ଜଣ, ଯାଜପୁର ସଂସ୍କରଣରେ ୭,୫୧୭, ଅନୁଗୁଳ ସଂସ୍କରଣରେ ୭,୨୩୫ଜଣ, ବାଲେଶ୍ୱର ସଂସ୍କରଣରେ ୧୯,୩୫୩ଜଣ, ରାଉରକେଲା ସଂସ୍କରଣରେ ୬,୨୩୭ଜଣ, ସମ୍ବଲପୁର ସଂସ୍କରଣରେ ୩୨,୬୩୨ଜଣ, ବ୍ରହ୍ମପୁର ସଂସ୍କରଣରେ ୧୨,୦୫୦ଜଣ ଏବଂ ଜୟପୁର ସଂସ୍କରଣରେ ୭,୫୮୨ଜଣ ପ୍ରତିଯୋଗୀ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର