ଆଜି ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ ରାଜ୍ୟସ୍ତରୀୟ ବାର୍ଷିକ ପ୍ରତିଯୋଗିତା
ଭୁବନେଶ୍ବର : ‘ସମ୍ବାଦ’ର ୩୫ତମ ବାର୍ଷିକ ଉତ୍ସବ ଉପଲକ୍ଷେ ସେପ୍ଟେମ୍ବର ୮ ତାରିଖ (ରବିବାର) ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ ପକ୍ଷରୁ ରାଜ୍ୟସ୍ତରୀୟ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥି ପାଇଁ ଛାତ୍ରଛାତ୍ରୀଙ୍କ ମଧୢରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। କିପରି ପ୍ରତିଯୋଗିତାରେ ଭାଗ ନେବେ, କ’ଣ ବିଷୟବସ୍ତୁ ରହିବ ସେନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମଧୢରେ ଅନେକ ପ୍ରଶ୍ନ। ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ବିଭିନ୍ନ ସ୍କୁଲ କର୍ତ୍ତୃପକ୍ଷ ପ୍ରତିଯୋଗୀଙ୍କ ତାଲିକା ଦେଇଥିବା ବେଳେ ଯେଉଁମାନଙ୍କ ତାଲିକା ଦିଆଯାଇନି ସେହି ସ୍କୁଲର ଛାତ୍ରଛାତ୍ରୀମାନେ ମଧୢ ସିଧାସଳଖ ଏଥିରେ ଭାଗ ନେଇପାରିବେ। ଏଥିପାଇଁ କୌଣସି ପ୍ରକାରର ଦେୟ ଦେବାକୁ ପଡ଼ିବନି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରତିଯୋଗିତାରେ ଭାଗ ନେବା ପାଇଁ ସକାଳ ୯ଟାରେ ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ହେବ। ପୂର୍ବାହ୍ନ ୧୦ଟାରେ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ଏହାର ଅଧ ଘଣ୍ଟା ପୂର୍ବରୁ ଅର୍ଥାତ୍ ସକାଳ ୯ଟା ୩୦ରେ ‘ଚିତ୍ରାଙ୍କନ’ ବିଷୟ ବସ୍ତୁ ପରୀକ୍ଷା କେନ୍ଦ୍ରରେ ଘୋଷଣା କରାଯିବ।
ଏହି ପ୍ରତିଯୋଗିତାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଚିତ୍ରାଙ୍କନ, ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ହସ୍ତାକ୍ଷର ଏବ˚ ଅଷ୍ଟମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଭାଷାଜ୍ଞାନ – ପ୍ରବନ୍ଧ ପରୀକ୍ଷା ହେବ। ଏଥିରେ ଉଭୟ ଓଡ଼ିଆ ଓ ଇ˚ରାଜୀ ମାଧୢମ ସ୍କୁଲର ଛାତ୍ରଛାତ୍ରୀ ଭାଗ ନେଇପାରିବେ। ପ୍ରତିଯୋଗୀଙ୍କୁ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନ ଓ ଉତ୍ତର ପେପର ଯୋଗାଇ ଦିଆଯିବ। ଚିତ୍ରାଙ୍କନ ପ୍ରତିଯୋଗୀଙ୍କୁ ଡ୍ରଇଙ୍ଗ୍ ସିଟ୍ ଯୋଗାଇ ଦିଆଯିବ। ପ୍ରତିଯୋଗୀମାନେ ଚିତ୍ର ଆଙ୍କିବାକୁ ଏବ˚ ଏଥିରେ ରଙ୍ଗ ଦେବାକୁ ଆବଶ୍ୟକ ସାମଗ୍ରୀ ଆଣିବେ। ଚିତ୍ରାଙ୍କନ, ପ୍ରବନ୍ଧ- ଭାଷାଜ୍ଞାନ ପରୀକ୍ଷା ପୂର୍ବାହ୍ନ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ହେବାକୁ ଥିବାବେଳେ ହସ୍ତାକ୍ଷର ପ୍ରତିଯୋଗିତା ପୂର୍ବାହ୍ନ ୧୦ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ହେବ। ଏହି ପ୍ରତିଯୋଗିତାର ବିଶେଷତ୍ବ ହେଲା ପ୍ରତିଯୋଗିତା ଶେଷ ହେବା ପରେ ପରେ ହିଁ ବିଚାରକମାନଙ୍କ ଦ୍ବାରା ଖାତାର ମୂଲ୍ୟାୟନ କରି କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବ। ତେଣୁ ପରୀକ୍ଷା ଶେଷ ହେବା ପରେ ପ୍ରତିଯୋଗୀମାନେ ପରୀକ୍ଷା କେନ୍ଦ୍ରରେ ଉପସ୍ଥିତ ରହି ପୁରସ୍କାର ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି।
ପ୍ରତିଯୋଗିତାରେ ବ୍ଲକ୍ ଓ ଜୋନ୍ ସ୍ତରରେ ଯେଉଁମାନେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିବେ, ସେମାନଙ୍କୁ ଆଉଥରେ ପରୀକ୍ଷା ଦେବାକୁ ପଡ଼ିବନି। ସେମାନଙ୍କ ଖାତାକୁ ଦକ୍ଷ ବିଚାରକମାନଙ୍କ ଦ୍ବାରା ପୁନଃମୂଲ୍ୟାୟନ କରି ପ୍ରତି ବିଭାଗରେ ତିନି ଜଣ ଲେଖାଏଁ ରାଜ୍ୟସ୍ତରୀୟ ବିଜେତା ଘୋଷଣା କରାଯିବ। ଏହି ଛାତ୍ରଛାତ୍ରୀଙ୍କୁ ଅକ୍ଟୋବର ୪ରେ ଆୟୋଜନ ହେବାକୁ ଥିବା ‘ସମ୍ବାଦ’ର ୩୫ତମ ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବ। ରାଜ୍ୟସ୍ତରୀୟ ବିଜେତାମାନଙ୍କ ପାଇଁ ନଗଦ ଅର୍ଥ ରାଶି ପୁରସ୍କାରର ବ୍ୟବସ୍ଥା ରହିଛି।