ବିଶ୍ୱ ହୃତ୍‌ପିଣ୍ଡ ଦିବସ ଅବସରରେ ସମ୍ବାଦ ଓ କନକ ନ୍ୟୁଜ୍‌ ପକ୍ଷରୁ ଗଣଦୌଡ଼

ଭୁବନେଶ୍ୱର : ବିଶ୍ୱ ହୃତ୍‌ପିଣ୍ଡ ଦିବସ ଅବସରରେ ଆଜି ସମ୍ବାଦ ଓ କନକ ନ୍ୟୁଜ୍‌ ପକ୍ଷରୁ ଏକ ଗଣଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଆଜି ସକାଳୁ ଭୁବନେଶ୍ୱରର ବି.ଆର୍‌. ଲାଇଫ୍‌ କଳିଙ୍ଗ ହସ୍ପିଟାଲରୁ ଆରମ୍ଭ ହୋଇଥିଲା ଏହି ଗଣଦୌଡ଼ କାର୍ଯ୍ୟକ୍ରମ।

ଏହି ଗଣଦୌଡ଼ କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ହଜାର ହଜାର ଲୋକ ସାମିଲ ହୋଇଥିଲେ। ସୁସ୍ଥ ହୃଦୟ ପାଇଁ ଆୟୋଜିତ ଏହି ଗଣଦୌଡ଼ରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ମଧ୍ୟ ଯୋଗଦେଇଥିଲେ।

ଏମାନଙ୍କ ମଧ୍ୟରେ ସମ୍ବାଦ ସମ୍ପାଦକ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ,ସମ୍ବାଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କମଳାକାନ୍ତ ଦାସ, ମୁଖ୍ୟ ମହାପ୍ରବନ୍ଧକ (ନିଉଜ) ଅରବିନ୍ଦ ଦାସ, ଆମ ଓଡ଼ିଶାର ସଂପାଦକ ସ୍ବରାଜ ମିଶ୍ର, ଉପ-ମହାପ୍ରବନ୍ଧକ(ମାନବସମ୍ବଳ ବିକାଶ) ବୈଜୟନ୍ତୀ କର,ଉପ-ମହାପ୍ରବନ୍ଧକ (ନିଉଜ) ଭବାନୀଶଙ୍କର ତ୍ରିପାଠୀ ,ଓଲିଉଡ କଳାକାର ଅଭିଷେକ ରଥ, ରାଗିଣୀ,ଅଙ୍କିତା ଏବଂ ତପି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ବି ଯୋଗ ଦେଇଥିଲେ।

ଏହି ଅବସରରେ ହୃଦୟସକୁ ସୁସ୍ଥ ରଖିବାକୁ ସମସ୍ତେ ଯତ୍ନବାନ ହେବାକୁ ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ। ଏଥିସହିତ ସ୍ୱାସ୍ଥ୍ୟପ୍ରତି ଆମେ ସମସ୍ତେ ସଚେତନ ହେବା ଜରୁରୀ ଓ ଶରୀର ସୁସ୍ଥ ରହିଲେ ମନ ସୁସ୍ଥ ରହିବ ବୋଲି ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ।

 

ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେଉଛି। ଓଲିଉଡର ଅନେକ କଳାକାର ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମର ରେଡିଓ ପାର୍ଟନର ରେଡିଓ ଚକଲେଟ୍ ରହିଛି । ହୃଦଘାତ ଯୋଗୁଁ ବିଶ୍ୱରେ ବର୍ଷକୁ ୧୭.୯ ଲକ୍ଷ ଲୋକଙ୍କ ଜୀବନ ଯାଉଛି । ଭାରତରେ ବର୍ଷକୁ ୨୫ରୁ ୩୦ ପ୍ରତିଶତ ଲୋକ ହୃଦଘାତରେ ପ୍ରାଣ ହରାଉଛନ୍ତି । ୪୦ରୁ ୫୦ ବର୍ଷ ବୟସ୍କ ଲୋକଙ୍କ କ୍ଷେତ୍ରରେ ଏହି ରୋଗ ଦେଖିବାକୁ ମିଳୁଛି । ହୃଦଘାତ ଜନିତ ରୋଗରୁ ମୁକ୍ତି ପାଇଁ ଦିନକୁ ୩୦ ମିନିଟ୍ ବ୍ୟାୟାମ କିମ୍ବା ଯୋଗ ଜରୁରୀ ।

ସମ୍ବନ୍ଧିତ ଖବର