‘ସମ୍ବାଦ’ ବାର୍ଷିକ ପ୍ରତିଯୋଗିତା : ୧୯ରେ ବିତର୍କ-ସାରେଗାମା, ୨୦ରେ କୁଇଜ୍

ଭୁ‌ବନେଶ୍ୱର : ‘ସମ୍ବାଦ’ର ସ୍ବନକ୍ଷତ୍ର ଅବସରରେ ଆସନ୍ତା ୧୯ ତାରିଖରେ ଜୋନ୍ ସ୍ତରୀୟ ସମ୍ବାଦ-କନକ ନ୍ୟୁଜ୍ ବିତର୍କ ଓ ସମ୍ବାଦ-ରେଡିଓ ଚକଲେଟ୍ ସାରେଗାମା ପ୍ରତିଯୋଗିତା ଅନ୍‌ଲାଇନ୍‌ରେ ଅନୁଷ୍ଠିତ ହେବ। ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଏହି ପ୍ରତିଯୋଗିତା ପାଇଁ ପଞ୍ଜୀକରଣ ସମୟସୀମା ଆଜି ଶେଷ ହୋଇଛି।

୯ଟି ଜୋନରୁ ପ୍ରତିଯୋଗୀମାନେ ଭାଗ‌ ନେବେ। ଏଥିପାଇଁ ଜୋନସ୍ତରରେ ନିର୍ଦିଷ୍ଟ ହ୍ବାଟ୍ସଆପ୍ ନମ୍ବର ଦିଆଯାଇଛି। ବିତର୍କ ଲାଗି ବିଷୟବସ୍ତୁ ସେହିଦିନ ଜଣାଇ ଦିଆଯିବ। ସେମା‌ନେ ଉକ୍ତ ଦିନ ୧୧ଟାରେ ପଞ୍ଜୀକରଣ ନମ୍ବର ଦେଇ http://debate.sambad.in ଲିଙ୍କ୍ ଖୋଲିପାରିବେ। ଏଥିରେ ବିଷୟବସ୍ତୁ ଦେଖିବା ପରେ ଓଡ଼ିଆରେ ନିଜ ଦ୍ବାରା ସର୍ବାଧିକ ୩ ମିନିଟ୍ ବକ୍ତୃତାର ଭିଡିଓ କ୍ଳିପ୍‌କୁ ରେକର୍ଡିଂ କରି ମଧ୍ୟାହ୍ନ ୧୨ଟା ସୁଦ୍ଧା ନିର୍ଧାରିତ ହ୍ବ‌ାଟ୍ସଆପ୍ ନମ୍ବରରେ ଅପ୍‌ଲୋଡ୍ କରିବେ। ସେହିଭଳି ଲଘୁସଂଗୀତ ପ୍ରତିଯୋଗିତା ସାରେଗାମାର ପ୍ରତି‌‌ଯୋଗୀମାନେ ନିଜେ ଗାନ କରିଥିବା ଓଡ଼ିଆ/ହିନ୍ଦୀରେ ସର୍ବାଧିକ ଗୋଟିଏ ମୁଖଡ଼ା/ଗୋଟିଏ ଅନ୍ତରା କିମ୍ବା ସର୍ବାଧିକ ୩ ମିନିଟ୍ ଗୀତର ରେକର୍ଡିଂ କରି ଏହାର ଭିଡିଓ କ୍ଲିପକୁ ଦିନ ୧୧ଟାରୁ ୧୧ଟା ୩୦ ମଧ୍ୟରେ ନିର୍ଧାରିତ ହ୍ବାଟ୍ସଆପ୍ ନମ୍ବରରେ ଅପଲୋଡ୍ କରିବେ।

ସେହିଭଳି ଆସନ୍ତା ୨୦ ତାରିଖରେ ରାଜ୍ୟସ୍ତରୀୟ ଚୂଡାନ୍ତ ପର୍ଯ୍ୟାୟ ଅନ୍‌ ଲାଇନ୍ କୁଇଜ୍ ପ୍ରତି‌ଯୋଗିତା ଅନୁଷ୍ଠିତ ହେବ। ଜିଲ୍ଲାସ୍ତରୀୟ କୁଇଜ୍‌ ପ୍ରତିଯୋଗିତାରେ ଯେଉଁ ପ୍ରତିଯୋଗୀ ୧ମ, ୨ୟ ଓ ୩ୟ ସ୍ଥାନ ଅଧିକାର କରିଛନ୍ତି ସେମାନେ ଏହି ରାଜ୍ୟସ୍ତରୀୟ କୁଇଜ୍‌ ପ୍ରତିଯୋଗିତା ଅନ୍‌ଲାଇନ୍‌ରେ ଭାଗ ନେଇପାରିବେ। ଏଥିପାଇଁ ପ୍ରତିଯୋଗୀମାନେ quiz.sambad.in ସାଇଟ୍‌ରେ ନିଜର ପୁରୁଣା ରେଜି‌େଷ୍ଟ୍ରସନ ନମ୍ବର ବ୍ୟବହାର କରି ଲଗ୍‌ଇନ୍‌ କରିବେ। ଏଥିଲାଗି ନୂଆ ପଞ୍ଜୀକରଣର ଦରକାର ନାହିଁ। ଏସଂପର୍କରେ ବିସ୍ତୃତ ବିବରଣୀ ପ୍ରଥମ ପୃଷ୍ଠାରେ ପ୍ରକାଶିତ ବିଜ୍ଞାପନରେ ରହିଛି।

ଭୁବନେଶ୍ବର ଜୋନ୍‌ରେ ଖୋର୍ଧା, ପୁରୀ ଓ ନୟାଗଡ଼ ଜିଲ୍ଲା ରହିଥିବା ବେଳେ କଟକ ଜୋନ୍‌ରେ କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା, ଅନୁଗୁଳ ଜୋନରେ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା, ଯାଜପୁର ଜୋନରେ ଯାଜପୁର ଓ କେନ୍ଦୁଝର ଜିଲ୍ଲା, ବାଲେଶ୍ବର ଜୋନରେ ବାଲେଶ୍ବର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲା, ରାଉରକେଲା ଜୋନରେ ସୁନ୍ଦରଗଡ଼ ଜିଲ୍ଲା, ବ୍ରହ୍ମପୁର ଜୋନରେ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲା, ଜୟପୁରର ଜୋନରେ କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲା ତଥା ସମ୍ବଲପୁର ଜୋନରେ ସମ୍ବଲପୁର, ବଲାଙ୍ଗୀର, ଦେବଗଡ଼, ବୌଦ୍ଧ, ସୋନପୁର, କଳାହାଣ୍ଡି, ନୂଆପଡ଼ା, ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲା ରହିଛି।

ଜୋନଗୁଡ଼ିକ ପାଇଁ ହ୍ବାଟ୍ସଆପ୍ ନମ୍ବର ହେଲା- ଭୁବନେଶ୍ବର : ୭୬୫୫୦୫୧୬୧୧ (ବିତର୍କ), ୭୬୫୫୦୫୧୬୨୦ (ସାରେଗାମା) କଟକ: ୭୬୫୫୦୫୧୬୧୨ (ବିତର୍କ), ୭୬୫୫୦୫୧୬୨୧ (ସାରେଗାମା) ଯାଜପୁର: ୭୩୮୧୭୧୭୯୮୦ (ବିତର୍କ), ୮୭୬୩୪୭୫୬୫୭ (ସାରେଗାମା), ଅନୁଗୁଳ : ୯୪୩୭୪୦୨୭୧୫ (ବିତର୍କ), ୮୯୦୮୦୧୫୦୭୧ (ସାରେଗାମା) ବାଲେଶ୍ବର: ୯୮୬୧୦୫୬୭୮୭(ବିତର୍କ), ୯୮୬୧୧୫୦୧୮୧ (ସାରେଗାମା), ରାଉରକେଲା: ୯୮୬୧୭୫୯୪୩୨ (ବିତର୍କ), ୯୮୫୩୪୦୦୭୯୮ (ସାରେଗାମା) ସମ୍ବଲପୁର: ୯୯୩୭୧୪୪୫୬୪ (ବିତର୍କ), ୯୭୭୭୪୨୪୮୭୨ (ସାରେଗାମା) ବ୍ରହ୍ମପୁର: ୯୯୩୭୨୬୮୯୭୭ (ବିତର୍କ), ୮୩୨୭୭୮୦୪୫୪ (ସାରେଗାମା) ଜୟପୁର: ୯୪୩୭୧୧୨୦୦୪ (ବିତର୍କ), ୯୪୩୭୭୮୨୭୪୬ (ସାରେଗାମା)।

ସମ୍ବନ୍ଧିତ ଖବର