ବୌଦ୍ଧ: ସମ୍ବାଦ ବାର୍ଷିକ ପ୍ରତିଯୋଗିତା ପୁରସ୍କାର ବିତରଣ

ବୌଦ୍ଧ : ସମ୍ବାଦ- ଆମ ଓଡ଼ିଶା ପକ୍ଷରୁ ଅନୁଷ୍ଠିତ ବାର୍ଷିକ ପ୍ରତିଯୋଗିତାର ବୌଦ୍ଧ ଜିଲ୍ଲାର କୃତି ପ୍ରତିଯୋଗୀଙ୍କୁ ରବିବାର ପୁରସ୍କୃତ କରାଯାଇଛି। ଏଥି ସହିତ ରାଜ୍ୟସ୍ତରୀୟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଚଳିତ ମାସ ୧୯ ତାରିଖରେ ପ୍ରଥମରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, ହସ୍ତାକ୍ଷର ଓ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସ୍ବତନ୍ତ୍ର ଆପ ମାଧମ୍ୟରେ ଅନଲାଇନରେ ଅନୁଷ୍ଠିତ ପ୍ରତିଯୋଗିତାର କୁଇଜ୍‌ରେ ଆଦ୍ୟାଶା ପୁରୋହିତ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଓମ ପ୍ରକାଶ ଭୋକ୍ତା ଦ୍ବିତୀୟ ଓ ଚିନ୍ମୟୀ ମହାକୁଡ଼ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ସେହିପରି ହସ୍ତାକ୍ଷର ପ୍ରତିଯୋଗିତାରେ ସୂର୍ଯ୍ୟାଂଶ ପଟ୍ଟନାୟକ ପ୍ରଥମ, ଅମ୍ରିତା ପ୍ରଧାନ ଦ୍ବିତୀୟ ଓ ଅରବିନ୍ଦ ଘଣ୍ଟୁଆଳ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଚିତ୍ରାଙ୍କନ ପ୍ରତିଯୋଗିତାରେ ସ୍ବସ୍ତିକ ସୁଚିନ୍ତନ ପ୍ରଧାନ ପ୍ରଥମ, ଗାୟତ୍ରୀ ନାୟକ ଦ୍ବିତୀୟ ଓ ଶାଶ୍ବତ ମିଶ୍ର ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ରବିବାର ବୌଦ୍ଧ ସହର ବୁଟୁପାଲିସ୍ଥିତ ‘ସମ୍ବାଦ’ ଜିଲ୍ଲା କାର୍ଯ୍ୟାଳୟରେ ପୁରସ୍କାର ବିତରଣ କରାଯାଇଥିଲା। ଏହାପରେ ମଧ୍ୟାହ୍ନ ୧୨ଟାରେ ରାଜ୍ୟସ୍ତରୀୟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପ୍ରତିନିଧି ବିଧାନ ବଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର