‘ସମ୍ବାଦ’ର ସ୍ବନକ୍ଷତ୍ର ଅବସରରେ ରାଜ୍ୟସ୍ତରୀୟ କୁଇଜ୍‌, ଚିତ୍ରାଙ୍କନ ଓ ହସ୍ତାକ୍ଷର ପ୍ରତିଯୋଗିତା ଜାରି ରହିଛି

ଭୁ‌ବନେଶ୍ୱର : ଆଜିଠାରୁ ‘ସମ୍ବାଦ’ର ସ୍ବନକ୍ଷତ୍ର ଅବସରରେ ରାଜ୍ୟସ୍ତରୀୟ ଚିତ୍ରାଙ୍କନ, ହସ୍ତାକ୍ଷର, କୁଇଜ୍‌, ବିତର୍କ ଓ ସାରେଗାମା ପ୍ରତିଯୋଗିତା ଅନ୍‌ଲାଇନ୍‌ରେ ଆରମ୍ଭ ହୋଇଛି। ଆଜି ସକାଳୁ ପ୍ରତିଯୋଗୀମାନେ ନିଜ ନିଜ ଚିତ୍ରାଙ୍କନ ଓ ହସ୍ତାକ୍ଷର ସିଟ୍‌ର ଫଟୋ ଉଠାଉଥଇବାର ଖବର ମିଳିଛି। ପ୍ରଥମ ପର୍ଯ୍ୟାୟରେ ଆଜି ୧୨ ତାରିଖ ଶନିବାର ଦିନ ଚିତ୍ରାଙ୍କନ, ହସ୍ତାକ୍ଷର ଓ କୁଇଜ୍ ପ୍ରତିଯୋଗିତା ହେଉଛି। ଆଜିର ‘ସମ୍ବାଦ’ର ତୃତୀୟ ପୃଷ୍ଠାରେ ଚିତ୍ରାଙ୍କନ ଓ ହସ୍ତାକ୍ଷରର ବିଷୟବସ୍ତୁ ସହିତ କୁପନ୍ ପ୍ରକାଶ ପାଇଛି। ପ୍ରତିଯୋଗୀମାନେ ସେମାନଙ୍କର ଚିତ୍ରାଙ୍କନ ଏବଂ ହସ୍ତାକ୍ଷର ସିଟ୍‌ର ଫଟୋ ଉଠାଇ ନିମ୍ନଲିଖିତ ହ୍ବାଗଟ୍ସଆପ୍ ନମ୍ବରରେ ପଠାଉଥିବା ଜଣାଯାଇଛି।

ଚିତ୍ରାଙ୍କନ ହ୍ବାଟ୍ସଆପ୍ ନମ୍ବର (7655051611/7655051612)
ହସ୍ତାକ୍ଷର ହ୍ବାଟ୍ସଆପ୍ ନମ୍ବର (7655051620/ 7655051621)
ସୂଚନାଯୋଗ୍ୟ, ଅନ୍‌ଲାଇନ ସୁବିଧା ନ ଥିଲେ କେବଳ ହସ୍ତାକ୍ଷର ଓ ଚିତ୍ରାଙ୍କନ ପ୍ରତିଯୋଗୀମାନେ ଅଫ୍‌ଲାଇନରେ ଭାଗ ନେଇପାରିବେ। ଅଫ୍‌ଲାଇନରେ ଭାଗ ନେବାକୁ ଚାହୁଁଥିବା ଛାତ୍ରଛାତ୍ରୀ ଆଜି ‘ସମ୍ବାଦ’ରେ ପ୍ରକାଶ ପାଇଥିବା ଏହି କୁପନ୍‌ କାଟି ପୂରଣ କରିବେ ଏବଂ କୁପନ୍‌ଟିକୁ ଚିତ୍ର ଆଙ୍କିଥିବା ଡ୍ରଇଂ ସିଟ୍‌/ ହସ୍ତାକ୍ଷର ସିଟ୍‌ ସହ ସଂଯୋଗ କରି ସ୍ଥାନୀୟ ‘ସମ୍ବାଦ’ ଡ୍ରପ୍‌ ବକ୍ସରେ ଅପରାହ୍ନ ୪ଟା ସୁଦ୍ଧା ପକାଇବେ।
ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଚିତ୍ରାଙ୍କନ ଏବଂ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ହସ୍ତାକ୍ଷର ପ୍ରତିଯୋଗିତା ହେଉଛି। ୯ମ ଏବଂ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀମାନେ quiz.sambad.in ଲିଙ୍କରେ ଯୋଡ଼ି ହୋଇ କୁଇଜ୍ ପ୍ରତିଯୋଗିତାରେ ଭାଗ ନେଇପାରିବେ।
ଏସଂକ୍ରାନ୍ତ ବିଜ୍ଞାପନ ଆଜି ‘ସମ୍ବାଦ’ର ପ୍ରଥମ ପୃଷ୍ଠାରେ ପ୍ରକାଶ ପାଇଛି।

ଅନ୍ୟପକ୍ଷରେ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଲାଗି ପ୍ରାରମ୍ଭିକ ପର୍ଯ୍ୟାୟ ବିତର୍କ ଓ ସାରେଗାମା ପ୍ରତିଯୋଗିତା ୧୯ ତାରିଖରେ ହେବ। ଏହାର ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରତିଯୋଗିତା ୨୭ ତାରିଖରେ ହେବ। ଏହି ପ୍ରତିଯୋଗୀମାନେ http://competition.sambad.in/ ଲିଙ୍କରେ ୧୭ ତାରିଖ ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ୍‌ କରିପାରିବେ।

ସମ୍ବନ୍ଧିତ ଖବର

Comments are closed.