‘ସମ୍ବାଦ’ ବାର୍ଷିକ ପ୍ରତିଯୋଗିତା: ସରିଲା ଜୋନ୍‌ ସ୍ତରୀୟ ବିତର୍କ ଓ ସାରେଗାମା

ପ୍ରତିଯୋଗିତାରେ ଭାଗ ନେଲେ ୩୨୮ଜଣ
ଅକ୍ଟୋବର ୩ରେ ରାଜ୍ୟସ୍ତରୀୟ ଚୂଡ଼ାନ୍ତ ପ୍ରତିଯୋଗିତା

ଭୁବନେଶ୍ବର : ‘ସମ୍ବାଦ’ର ସ୍ବନକ୍ଷତ୍ର ଅବସରରେ ରବିବାର ୭ଟି ଜୋନ୍‌ରେ ‘ଜୋନ୍‌ ସ୍ତରୀୟ ବିତର୍କ ଓ ସାରେଗାମା ପ୍ରତିଯୋଗିତା’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଜି ସାରା ରାଜ୍ୟରୁ ୩୨୯ଜଣ ଛାତ୍ରଛାତ୍ରୀ ଭାଗ ନେଇ ନିଜ ପ୍ରତିଭା ଦେଖାଇଛନ୍ତି। ସମ୍ଭାବ୍ୟ ବାତ୍ୟା ପାଇଁ ବ୍ରହ୍ମପୁର ଓ ଜୟପୁରରେ ଜୋନ୍‌ ସ୍ତରୀୟ ପ୍ରତିଯୋଗିତାକୁ ଶେଷ ମୁହୂର୍ତ୍ତରେ ସ୍ଥଗିତ ରଖାଯାଇଥିବା ବେଳେ ଆସନ୍ତା ବୁଧବାର ଏହି ପ୍ରତିଯୋଗିତା ହେବ।

ରବିବାର ପୂର୍ବାହ୍ନରେ ଭୁବନେଶ୍ବର, କଟକ, ଯାଜପୁର, ଅନୁଗୁଳ, ବାଲେଶ୍ବର, ରାଉରକେଲା ଓ ସମ୍ବଲପୁରରେ ଜୋନ୍‌ ସ୍ତରୀୟ ବିତର୍କ ଓ ସାରେଗାମା ପ୍ରତିଯୋଗିତା ହୋଇଥିଲା। ପ୍ରତିଯୋଗିତାରେ ଭାଗ ନେବା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ଭିନ୍ନ ଉତ୍ସାହ ଦେଖିବାକୁ ମିଳିଥିଲା। ପୂର୍ବାହ୍ନ ୯ଟାରେ ପ୍ରତିଯୋଗିତା କେନ୍ଦ୍ରରେ ପଞ୍ଜୀକରଣ ଆରମ୍ଭ ହେବାକୁ ଥିଲେ ହେଁ ଏହା ପୂର୍ବରୁ ପ୍ରତିଯୋଗୀ ଓ ଅଭିଭାବକଙ୍କ ଭିଡ଼ ଜମିଥିଲା। ଅପରାହ୍ନରେ ସମସ୍ତ ପ୍ରତିଯୋଗିତା ଶେଷ ହେବା ପରେ ବିଚାରକମାନେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ହୋଇଥିବା ପ୍ରତିଯୋଗୀଙ୍କ ନାମ ଘୋଷଣା କରିଥିଲେ। ଜୋନ୍‌ ସ୍ତରରେ ଯେଉଁମାନେ ବିଜୟୀ ହୋଇଛନ୍ତି ସେମାନଙ୍କ ମଧ୍ୟରେ ଆସନ୍ତା ଅକ୍ଟୋବର ୩ତାରିଖରେ ଭୁବନେଶ୍ବର ଇଡକଲ୍‌ ଅଡିଟୋରିୟମ୍‌ରେ ରାଜ୍ୟସ୍ତରୀୟ ଚୂଡ଼ାନ୍ତ ପ୍ରତିଯୋଗିତା ହେବ। ଏଥିରେ ଯେଉଁମାନେ ବିଜୟୀ ହେବେ ସେମାନଙ୍କୁ ଅକ୍ଟୋବର ୪ତାରିଖରେ ପାଳନ ହେବାକୁ ଥିବା ‘ସମ୍ବାଦ’ର ସ୍ବନକ୍ଷତ୍ର ଉତ୍ସବରେ ପୁରସ୍କୃତ କରାଯିବ।

ରବିବାର ଆୟୋଜିତ ସମ୍ବାଦ-କନକ ନ୍ୟୁଜ୍ ବିତର୍କ ପ୍ରତିଯୋଗିତାରେ ବିଷୟ ବସ୍ତୁ ଥିଲା ‘ସାମାଜିକ ଗଣମାଧ୍ୟମ ଖବରର ବିଶ୍ବସନୀୟତାକୁ ହତ୍ୟା କରିଛି’। ଏହି ବିଷୟବସ୍ତୁ ଉପରେ ପ୍ରତିଯୋଗୀମାନେ ସପକ୍ଷରେ କିମ୍ବା ବିପକ୍ଷରେ ମତ ରଖିଥିଲେ। ଏଥିରେ ମୋଟ୍‌ ୧୫୪ଜଣ ଭାଗ ନେଇଥିଲେ। ସେହିପରି ସମ୍ବାଦ – ରେଡିଓ ଚକଲେଟ୍ ସାରେଗାମା ପ୍ରତିଯୋଗିତାରେ ୧୭୫ଜଣ ପ୍ରତିଯୋଗୀ ଭାଗ ନେଇ ସଂଗୀତ ପରିବେଷଣ କରିଥିଲେ।

ଭୁବନେଶ୍ବର ଜୋନ୍‌ରେ ବିତର୍କରେ ୧୯ଜଣ ଭାଗ ନେଇଥିବା ବେଳେ ଏଥିରେ ୟସ୍‌ ମହାନ୍ତି- ପ୍ରଥମ, ଋତୁପର୍ଣ୍ଣା ଜେନା-ଦ୍ବିତୀୟ, ପ୍ରାଚୀରାଣୀ ପଣ୍ଡା- ତୃତୀୟ ହୋଇଛନ୍ତି। ସେହିପରି ସାରେଗାମାରେ ୩୧ଜଣ ଭାଗ ନେଇଥିବାବେଳେ ଶିବ ପ୍ରସାଦ ଷଡଙ୍ଗୀ- ପ୍ରଥମ, ଅଭିଜିତ୍ ପାଢ଼ୀ-ଦ୍ବିତୀୟ, ଅଭିଷେକ ରାୟ ଓ ଅର୍ପିତା ନାୟକ ଯୁଗ୍ମ ଭାବେ ତୃତୀୟ ସ୍ଥାନ ହାସଲ କରିଛନ୍ତି।

କଟକ ଜୋନ୍‌ରେ ବିତର୍କରେ ୧୬ଜଣ ଭାଗ ନେଇଥିବାବେଳେ ଲୋପାମୁଦ୍ରା ମହାନ୍ତି- ପ୍ରଥମ, ପ୍ରେରଣା ଜେନା-ଦ୍ବିତୀୟ, ଅଂଶୁମାନ ସାହୁ-ତୃତୀୟ ହୋଇଛନ୍ତି। ସାରେଗାମାରେ ୧୬ଜଣ ଭାଗ ନେଇଥିବାବେଳେ ବେଦାଂଶୀ ଶୁଭଦର୍ଶିନୀ ସ୍ବାଇଁ- ପ୍ରଥମ, ପ୍ରତୀକ କୁମାର ପଣ୍ଡା- ଦ୍ବିତୀୟ, ଶୁଭଜ୍ୟୋତି- ତୃତୀୟ ସ୍ଥାନ ହାସଲ କରିଛନ୍ତି।

ସମ୍ବଲପୁର ଜୋନ୍‌ରେ ବିତର୍କ ପ୍ରତିଯୋଗିତାରେ ୨୫ଜଣ ଭାଗ ନେଇଥିବାବେଳେ ଅନ୍ନଦା ଦାଶ- ପ୍ରଥମ, ସୁମିତ କୁମାର ପ୍ରଧାନ-ଦ୍ବିତୀୟ, ସୁପ୍ରୀତି ସାହୁ- ତୃତୀୟ ସ୍ଥାନ ହାସଲ କରିଛନ୍ତି। ସାରେଗାମାରେ ୩୧ଜଣ ପ୍ରତିଯୋଗୀ ଭାଗ ନେଇଥିବାବେଳେ ଆସ୍ଥା ମହାପାତ୍ର- ପ୍ରଥମ, ରୋନକ ମହାନ୍ତି- ଦ୍ବିତୀୟ, ଯୋଗଶ୍ବେର ଦାଶ- ତୃତୀୟ ହୋଇଛନ୍ତି।

ଯାଜପୁର ଜୋନ୍‌ରେ ବିତର୍କରେ ୧୬ଜଣ ଭାଗ ନେଇଥିବାବେଳେ କେଶରୀ ପ୍ରସାଦ ମହାନ୍ତି – ପ୍ରଥମ, ସତ୍ୟରମଣ ତ୍ରିପାଠୀ- ଦ୍ବିତୀୟ, ମନୋଜ କୁମାର ସାହୁ- ତୃତୀୟ ହୋଇଛନ୍ତି। ସାରେଗାମାରେ ୨୪ଜଣ ଭାଗ ନେଇଥିବାବେଳେ ରଶ୍ମିରଞ୍ଜନ ବାରିକ- ପ୍ରଥମ, ଈଶ୍ବରୀ ସାହୁ- ଦ୍ବିତୀୟ, ସ୍ମୃତିରେଖା ବାନରା- ତୃତୀୟ ହୋଇଛନ୍ତି।

ବାଲେଶ୍ବର ଜୋନ୍‌ରେ ବିତର୍କରେ ୭ଜଣ ଭାଗ ନେଇଥିବାବେଳେ ଦୀପକ କୁମାର ନାୟକ- ପ୍ରଥମ, ତନୁଶ୍ରୀ ନାୟକ- ଦ୍ବିତୀୟ, ଅପର୍ଣ୍ଣା ସିଂହ- ତୃତୀୟ ହୋଇଛନ୍ତି। ସାରେଗାମାରେ ୧୧ଜଣ ଭାଗ ନେଇଥିବାବେଳେ ଚିରାଗଦୀପ ପଣ୍ଡା- ପ୍ରଥମ, ସତ୍ୟସୁନ୍ଦର ଘଡ଼ାଇ- ଦ୍ବିତୀୟ, ଭାବନା ଭୂମିଷ୍ଠା- ତୃତୀୟ ସ୍ଥାନ ହାସଲ କରିଛନ୍ତି।

ଅନୁଗୁଳ ଜୋନ୍‌ରେ ବିତର୍କରେ ୮ଜଣ ଭାଗ ନେଇଥିବାବେଳେ ସୁଶୀଲ ପ୍ରସାଦ ସାହୁ- ପ୍ରଥମ, ପ୍ରଜ୍ଞା ପାରମିତା ସାହୁ- ଦ୍ବିତୀୟ, ଅନୁପ ଗୌରଭ ସାହୁ- ତୃତୀୟ ହୋଇଛନ୍ତି। ସାରେଗାମାରେ ୧୦ଜଣ ଭାଗ ନେଇଥିବାବେଳେ ଅଭିଜିତ୍ ପ୍ରଧାନ- ପ୍ରଥମ, ପବିତ୍ର କୁମାର ସାହୁ- ଦ୍ବିତୀୟ, ମୋହିନୀ ମୋନାଲିସା- ତୃତୀୟ ସ୍ଥାନ ହାସଲ କରିଛନ୍ତି।

ରାଉରକେଲା ଜୋନ୍‌ରେ ବିତର୍କରେ ୬୩ଜଣ ଭାଗ ନେଇଥିବାବେଳେ ଏଥିରେ ସ୍ବପ୍ନେଶ୍ବର ସାହୁ- ପ୍ରଥମ, ପ୍ରୟାଶ ପ୍ରୀତିରଞ୍ଜନ ବାରିକ-ଦ୍ବିତୀୟ, ସୁଚିସ୍ମିତା ଧଳସାମନ୍ତ-ତୃତୀୟ ସ୍ଥାନ ହାସଲ କରିଛନ୍ତି। ସେହିପରି ସାରେଗାମ‌ାରେ ୫୨ଜଣ ଭାଗ ନେଇଥିବାବେଳେ ସ୍ତୁତିପ୍ରିୟା ଜେନା- ପ୍ରଥମ, ଶ୍ରଦ୍ଧାଶ୍ରୀ ପାତ୍ର- ଦ୍ବିତୀୟ, ଆଶିଷ କୁମାର ପାତ୍ର – ତୃତୀୟ ସ୍ଥାନ ହାସଲ କରିଛନ୍ତି।

ସମ୍ବନ୍ଧିତ ଖବର