‘ସମୃଦ୍ଧ ଭାଷା ହିଁ ଜାତିକୁ ମଜଭୁତ କରିବ’

କୋରାପୁଟ: ସମ୍ବାଦ-ଆମ ଓଡ଼ିଶା ପକ୍ଷରୁ ଆଜି ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ମଧୢରେ ବିଭିନ୍ନ ପ୍ରତିଯୋଗିତା କରାଯାଇଛି। ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଓ ସରକାରୀ ବାଳିକା ବିଦ୍ୟାଳୟରେ ହୋଇଥିବା ଏହି ପ୍ରତିଯୋଗିତାରେ ଶହ ଶହ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଭିତରେ ଚିତ୍ରାଙ୍କନ, ଷଷ୍ଠ ଓ ସପ୍ତମ ଶ୍ରେଣୀଙ୍କ ଛାତ୍ରଛାତ୍ରୀଙ୍କର ହସ୍ତାକ୍ଷର ଏବ˚ ଅଷ୍ଟମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧୢରେ ଭାଷାଜ୍ଞାନ ଓ ପ୍ରବନ୍ଧ ପ୍ରତିଯୋଗିତା କରାଯାଇଥିଲା। ଏହାସହ ଆଜାଦୀଙ୍କ ଅମୃତ ମହୋତ୍ସବ ଅବସରରେ ‘ମୋ ସ୍ବପ୍ନର ଓଡ଼ିଶା’ଶୀର୍ଷକକୁ ନେଇ ପ୍ରବନ୍ଧ ଲିଖନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଛାତ୍ରଛାତ୍ରୀଙ୍କ ଭିତରେ ପ୍ରବଳ ଆଗ୍ରହ ପ୍ରକାଶ ପାଇଥିଲା। ଝିପି ଝିପି ବର୍ଷା ସତ୍ତ୍ବେ ସକାଳୁ ପ୍ରତିଯୋଗୀଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା। ଚିତ୍ରାଙ୍କନ ପ୍ରତିଯୋଗିତାରେ  ୨୯୦ ଜଣ ଭାଗ ନେଇଥିଲାବେଳେ ଆର. ଜଗଦିଶ ନାଟୁଅର ପ୍ରଥମ, ସାଇ ସ୍ଥିତପ୍ରଜ୍ଞା ଦ୍ବିତୀୟ ଓ ସନ୍ତୋଷ କୁମାର ବେହେରା ତୃତୀୟ ସ୍ଥାନରେ ରହିଥିଲେ। ହସ୍ତାକ୍ଷର ପ୍ରତିଯୋଗିତାରେ ୨୪୨ ଜଣ ପ୍ରତିଯୋଗୀ ଭାଗ ନେଇଥିଲାବେଳେ ଏଥିରେ ଅର୍ଚ୍ଚିତା ଦାଶ ଓ ପ୍ରେରଣା ପଟ୍ଟନାୟକ ପ୍ରଥମ, ଲିଜାରାଣୀ ପଣ୍ଡା ଓ ଶାସ୍ବତି ପ୍ରଧାନ  ଦ୍ବିତୀୟ ଏବଂ ଜ୍ୟୋତ୍ସ୍ନା ସୁନା ଓ ପ୍ରଶଂସା ରଥ ତୃତୀୟ ହୋଇଥିଲେ। ଭାଷାଜ୍ଞାନ ଓ ପ୍ରବନ୍ଧ ପ୍ରତିଯୋଗିତାରେ ୨୨୭ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଏଥିରେ ଶୁଭମ୍‌ ରାଉତ ଓ ଶୁଭଶ୍ରୀ ବାରିକ ପ୍ରଥମ, ଅଙ୍କିତା ବାରିକ ଓ ଜ୍ୟୋତି ପ୍ରକାଶ ମିଶ୍ର ଦ୍ବିତୀୟ ଏବଂ ପାୟଲ ପାତ୍ର ଓ ଶୁଭଶ୍ରୀ ମହାରଣା ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି  ମୋ ସ୍ବପ୍ନର ଓଡ଼ିଶା’ଶୀର୍ଷକକୁ ନେଇ ପ୍ରବନ୍ଧ ଲିଖନ କାର୍ଯ୍ୟକ୍ରମରେ ଆକାଶ ମୋହନ ପ୍ରଧାନ, ତେଜଶ୍ରୀ ଦାଶ, ଶୁଭଶ୍ରୀ ମହାରଣା, ନିର୍ମଳା ଜାନୀ, ପ୍ରଜ୍ଞାନ କୁମାର ଜେନା, ଲିପି ପୁଜାରୀ, ସାଗରିକା ସାରକା, ଆଦ୍ୟାଶା ପ୍ରଧାନ, ଜ୍ୟୋତି ପ୍ରକାଶ ମିଶ୍ର, ଆଶୁତୋଷ ପରିଡା, ଅଙ୍କିତା ବାରିକ, ଶୁଭଶ୍ରୀ ବାରିକ,ସନ୍ଧ୍ୟାରାଣୀ ଖିଲ, ଜିନିତା ସିଲପାଡିଆ ଓ କୁନି ଶୁକ୍ରି ପ୍ରମୁଖଙ୍କୁ ୧୫ ଜଣଙ୍କୁ ରାଜ୍ୟ ସ୍ତରକୁ ଯିବାକୁ ମନୋନିତ ହୋଇଛନ୍ତି।

ପ୍ରତିଯୋଗିତା ପରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାହିତ୍ୟିକ ଉମାକାନ୍ତ ଦାଶ, ସାହିତ୍ୟିକ ଜଳଧର ସ୍ବାଇଁ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପପ୍ରଧାନ ଆଚାର୍ଯ୍ୟ ଅଲେଖ ଚନ୍ଦ୍ର ଦୋରା, ସରକାରୀ ବାଳିକା ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଜେନ୍ଦ୍ର ପ୍ରସାଦ ରଥ, ଅଧ୍ୟାପକ ତଥା କବି ରବି ଶତପଥୀ, ବିଜୟ କୁମାର ପ୍ରଧାନ, ରମେଶ ସାହୁ, କେଶବ ପଟ୍ଟନାୟକ, ତନ୍ମୟ ପ୍ରଧାନ ଓ ବରିଷ୍ଟ ସାମ୍ବାଦିକ ସୂର୍ଯ୍ୟ ନାରାୟଣ ପଣ୍ଡା ଯୋଗ ଦେଇଥିଲେ।

ସମୃଦ୍ଧ ଭାଷା ହିଁ ଏକ ଜାତିକୁ ମଜଭୁତ କରିପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଭାଷା ସୁରକ୍ଷା ଦିଗରେ ‘ସମ୍ବାଦ’ ଆରମ୍ଭ କରିଥିବା ଏହି ଅଭିଯାନକୁ ଅତିଥିମାନେ ସ୍ବାଗତ କରିବା ସହ ଏହା ଭାଷା ଆନ୍ଦୋଳନକୁ ଆଗେଇ ନେଇ ପାରିବ ବୋଲି କହିଥିଲେ। ସଭାରେ ଉତ୍ତମ ନାୟକ ଏବଂ ସତ୍ୟଜିତ ମହାନ୍ତି ଅଧୢକ୍ଷତା କରିଥିଲାବେଳେ ସମସ୍ତ କାର୍ଯ୍ୟକ୍ରମକୁ ସମ୍ବାଦ-ଆମ ଓଡ଼ିଶା ଜିଲ୍ଲା ପ୍ରତିନିଧି ଶ୍ରୀକାନ୍ତ ସାହୁ ଓ କୋରାପୁଟ ସମ୍ବାଦ ସାହିତ୍ୟ ଘରର ସଂପାଦକ ସୌମେନ୍ଦ୍ର ସ୍ବାଇଁ ପରିଚାଳନା କରିଥିଲେ। ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ରଘୁନାଥ ତାଡ, କାମନା ଭୂୟାଁ, ହିମାଂଶୁ ପ୍ରଧାନ, ଶ୍ୟାମ ସୁନ୍ଦର ନାୟକ, ବିକାଶ ରଥ, ନରେଶ ଦଳେଇ, ରମେଶ କୁମାର ଶତପଥୀ, ଶରତ ସାମଲ, ଶ୍ରୀକାନ୍ତ ରାଉତ, ପୁରବ ମୁଦୁଲି, ଦୌପଦି ପ୍ରଧାନ, ସୁନୀତା ପାତ୍ର, ଦେବାସ୍ମିତ ପଟ୍ଟନାୟକ ପ୍ରମୁଖ ପରୀକ୍ଷା ପରିଚାଳନା କରିଥିଲେ। ପରୀକ୍ଷା ପରିଚାଳନା ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ୟାପକ ଡଃ ପ୍ରକାଶ ପ୍ରଧାନ ଓ ଦେବାଶ୍ରିତ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର