ବ୍ରାଣ୍ଡ୍‌ସ୍‌ ଅଫ୍‌ ଓଡ଼ିଶା, ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ: ‘ସମ୍ବାଦ’ କର୍ପୋରେଟ୍‌ ଏକ୍ସଲେନ୍ସ ଆଓ୍ଵାର୍ଡ-୨୦୧୮କୁ ନେଇ ରାଜ୍ୟର ଶିଳ୍ପୋଦ୍ୟୋଗୀଙ୍କ ମଧ୍ୟରେ ବିଶେଷ ଆଗ୍ରହ ଦେଖାଦେଇଛି। ‘ସମ୍ବାଦ’ର ଏହି ପ୍ରଚେଷ୍ଟା ରାଜ୍ୟରେ ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକ ମଧ୍ୟରେ ଉତ୍କର୍ଷ ହାସଲ ପାଇଁ ଏକ ପ୍ରତିଯୋଗିତା ବାତାବରଣ ସୃଷ୍ଟି କରିବ ବୋଲି ମତ ପ୍ରକାଶ ପାଉଛି। ଏ ସମ୍ପର୍କରେ ଟାଟା ଷ୍ଟିଲ୍‌ର ଏମ୍‌ଡି ଓ ଭିିପି, ଗୋପାଳପୁର ପ୍ରକଳ୍ପ ଅରୁଣ ମିଶ୍ରଙ୍କ ମତକୁ ଏଠାରେ ଉପସ୍ଥାପନ କରାଯାଇଛି...

Advertisment

publive-image

ଏହି ପୁରସ୍କାର ସମ୍ପର୍କରେ ଆପଣଙ୍କ ମତ କ’ଣ?
ଇଷ୍ଟର୍ଣ୍ଣ ମିଡିଆ ଗ୍ରୁପ୍‌ ତରଫରୁ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଓଡ଼ିଶାର ବିଶିଷ୍ଟ ଉଦ୍ୟୋଗୀ ଏବଂ ଶିଳ୍ପପତିଙ୍କୁ ସେମାନେ ସମ୍ମାନିତ କରିବାକୁ ଯାଉଥିବା ଜାଣି ବହୁତ ଖୁସି ଲାଗୁଛି। ଏହି ସମ୍ମାନ ଉଦ୍ୟୋଗୀମାନଙ୍କୁ ସବୁ କ୍ଷେତ୍ରରେ ଉତ୍କର୍ଷ ହାସଲ କରିବା ପାଇଁ ଅନୁପ୍ରାଣିତ କରିବ। ମୁଁ ନିଶ୍ଚିତ ଯେ କର୍ପୋରେଟ୍‌ ଏକ୍ସେଲେନ୍ସ ଆଓ୍ଵାର୍ଡ ଭବିଷ୍ୟତର ସବୁଠୁ ସମ୍ମାନଜନକ ପୁରସ୍କାର ଭାବେ ଉଭା ହେବ।
ଏଭଳି ପୁରସ୍କାର ବର୍ତମାନ ସମୟର ଆବଶ୍ୟକତା ବୋଲି ଆପଣ ଭାବୁନାହାନ୍ତି କି?
ବାସ୍ତବରେ, ସେମାନଙ୍କ ଆବେଦନ, ଯାଞ୍ଚ ଏବଂ ବିଚାରକ ମଣ୍ଡଳୀ ଦ୍ୱାରା ମୂଲ୍ୟାୟନ ପ୍ରକ୍ରିୟା ଓଡ଼ିଶାର ଶିଳ୍ପଗୁଡ଼ିକ ସେମାନଙ୍କ ପରିଚାଳନାରେ ଉତ୍କର୍ଷ ଆଣିବା ପାଇଁ ଉତ୍ସାହିତ କରିବ। ପାରମ୍ପରିକ ଖଣି ଏବଂ ଖଣିଜ ବ୍ୟବସାୟ ବାଦ ଓଡ଼ିଶାରେ ଶିଳ୍ପାୟନ କ୍ଷେତ୍ରରେ ବଡ଼ ଲମ୍ଫ ପ୍ରଦାନ କରିବାକୁ ଯାଉଛି। ଏଭଳି ସମୟରେ ଏହି ପୁରସ୍କାର ସେମାନଙ୍କୁ ଉପଯୁକ୍ତ ସହାୟତା ଯୋଗାଇ ଦେବ।
ରାଜ୍ୟର ଶିଳ୍ପାୟନ ପ୍ରକ୍ରିୟାକୁ ନେଇ ଆପଣ ସନ୍ତୁଷ୍ଟ ଅଛନ୍ତି କି?
ଏକ ରାଜ୍ୟର ବିକାଶ ପାଇଁ ଶିଳ୍ପାୟନ ଗୁରୁତ୍ୱପୂର୍ଣ୍ଣ। ରାଜ୍ୟ ସରକାର ଜାରି କରିଥିବା ନୂଆ ଶିଳ୍ପ ନୀତି ଏକ ସକାରାତ୍ମକ ପରିବେଶ ସୃଷ୍ଟି କରିପାରିଛି। ଏହି ନୀତି ଖଣି ଏବଂ ଖଣିଜ ବ୍ୟତୀତ ଅନ୍ୟ କ୍ଷେତ୍ରର ଶିଳ୍ପ ସଂସ୍ଥାକୁ ମଧ୍ୟ ଆକୃଷ୍ଟ କରୁଛି। ପ୍ରକଳ୍ପ ମଞ୍ଜୁରି ଏବଂ ଅନୁମୋଦନ ପ୍ରକ୍ରିୟାକୁ ରାଜ୍ୟ ସରକାର ସରଳ କରିବାକୁ ପ୍ରୟାସ କରୁଛନ୍ତି। ବିଗତ କିଛି ବର୍ଷ ଭିତରେ ଶିଳ୍ପାୟନ ଯେଉଁ ଗତିର ବୃଦ୍ଧି ହାସଲ କରିଛି ତାହାକୁ ମୁଁ ପ୍ରଶଂସା କରୁଛି ଏବଂ ମୋର ବିଶ୍ୱର ରହିଛି ଯେ ଆଗାମୀ କିଛି ବର୍ଷ ଭିତରେ ଓଡ଼ିଶାରେ ଆହୁରି ଅନେକ ବଡ଼ ଧରଣର ପ୍ରକଳ୍ପ ଦେଖିବାକୁ ମିଳିବ। ରାଜ୍ୟ ସରକାର ଷ୍ଟାର୍ଟଅପ୍‌କୁ ସମର୍ଥନ କରୁଥିବାରୁ ଆଗାମୀ ଦିନରେ ଏହି କ୍ଷେତ୍ର ମଧ୍ୟ ଅଗ୍ରଦୂତ ଭାବେ ଉଭା ହେବ।
ରାଜ୍ୟର ଦ୍ରୁତ ଶିଳ୍ପାୟନ ପାଇଁ ଅଧିକ କ’ଣ କରାଯିବାର ଆବଶ୍ୟକତା ରହିଛି?
ଅନ୍ତର୍ଭୁକ୍ତୀକରଣ ଅଭିବୃଦ୍ଧି ଉପରେ ଗୁରୁତ୍ୱ ପ୍ରଦାନ କରାଯିବାର ଆବଶ୍ୟକତା ରହିଛି। ସମସ୍ତ ବିକଶିତ ରାଷ୍ଟ୍ରର ଅର୍ଥନୀତି ଦୃଢ଼ କରିବାରେ ବନ୍ଦର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଓଡ଼ିଶାରେ ବୃହତ ଉପଜୂଳ ସୀମା ରହିଛି। ବନ୍ଦର ବିକାଶ ପାଇଁ ରାଜ୍ୟ ସରକାର ଘରୋଇ କ୍ଷେତ୍ରକୁ ଉତ୍ସାହିତ କରିବା ଦରକାର। ଦକ୍ଷତ ମାନବ ସମ୍ବଳ ସୃଷ୍ଟି କରିବା ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରିବାକୁ ହେବ।
ସରକାରଙ୍କଠାରୁ କେଉଁ କ୍ଷେତ୍ର ଅଧିକ ସହାୟତା ଆବଶ୍ୟକ କରୁଛି?
ଓଡ଼ିଶାରେ ମାନୁଫାକ୍‌ଚରିଂ, ଭିତ୍ତିଭୂମି ବିକାଶ, ପର୍ଯ୍ୟଟନ ଓ ଦକ୍ଷତା ବିକାଶ ପ୍ରତି ଗୁରୁତ୍ୱ ପ୍ରଦାନ କରାଯିବାର ଆବଶ୍ୟକତା ରହିଛି।
ଶିଳ୍ପାୟନ ପାଇଁ ଓଡ଼ିଶାରେ କେଉଁ କେଉଁ କ୍ଷେତ୍ରରେ ଅଧିକ ସୁଯୋଗ ରହିଛି?
ମାନୁଫାକ୍‌ଚରିଂ, ପର୍ଯ୍ୟଟନ, କୃଷି ଏବଂ ସୂଚନା ପ୍ରଯୁକ୍ତି।
ଏହି ପୁରସ୍କାର ନୂଆ ପିଢ଼ିଙ୍କୁ ଉଦ୍ୟୋଗ କ୍ଷେତ୍ରରେ ପ୍ରବେଶ ପାଇଁ ପ୍ରୋତ୍ସାହିତ କରିବ ବୋଲି ଭାବୁଛନ୍ତି କି?
ଆଗାମୀ ଦିନରେ ମୁଁ ଓଡ଼ିଶାରେ ଏକ ଷ୍ଟାର୍ଟଅପ୍‌ ବିକଳ୍ପ ଦେଖିବାକୁ ଚାହୁଁଛି।
ରାଜ୍ୟରେ ବ୍ୟାବସାୟିକ ବାତାବରଣରେ ଉନ୍ନତି ଆଣିବା ପାଇଁ ସରକାର କ’ଣ କରିବା ଉଚିତ?
ସମସ୍ତ ପ୍ରକାର ଅଂଶୀଦାରମାନଙ୍କ ସହିତ ନିୟମିତ ଆଲୋଚନା କରି ସେମାନଙ୍କ ସମସ୍ୟା ବିଷୟରେ ଜାଣିବା ଏବଂ ସେଗୁଡ଼ିକର ସମାଧାନ ପାଇଁ ପଦକ୍ଷେପ ନେବା ଦିଗରେ ସରକାର ଯତ୍ନବାନ ହେବା ଦରକାର।
ରାଜ୍ୟରେ ଶିଳ୍ପାୟନ ଠିକ୍‌ ଦିଗରେ ଆଗକୁ ବଢ଼ୁଛି କି? ଯଦି ନୁହେଁ, ଆଉ କ’ଣ କରିବା ଆବଶ୍ୟକ?
ଆମେ ଠିକ୍‌ ଦିଗରେ ଆଗକୁ ବଢ଼ୁଛେ। ଯଦିଓ କିଛି ବର୍ଷ ଭିତରେ ବହୁତ କିଛି ହାସଲ ହୋଇଛି, ଆଗକୁ ଆହୁରି ଅନେକ କିଛି ହାସଲ କରିବାକୁ ହେବ। ଘରୋଇ କ୍ଷେତ୍ରରେ ନୂତନତ୍ୱକୁ ରାଜ୍ୟ ସରକାର ସହାୟତା ଏବଂ ସମର୍ଥନ ପ୍ରଦାନ କରିବା ଦରକାର।

ପୁରସ୍କାର ପାଇଁ କେମିତି ଆବେଦନ କରିବେ

www.sambadawards.in ଓ୍ଵବସାଇଟ୍‌ରୁ ଫର୍ମ ଡାଉନଲୋଡ୍‌ କରି ଏହି ପୁରସ୍କାର ପାଇଁ ଆବେଦନ କରିହେବ। ଅଧିକ ବିବରଣୀ ପାଇଁ ମୋବାଇଲ ନମ୍ବର ୯୮୬୧୦୯୪୧୭୪ କିମ୍ବା [email protected] ରେ ଯୋଗଯୋଗ କରାଯାଇପାରିବ।