ଭୁବନେଶ୍ବର: ରାଜ୍ୟର ଏକ ନମ୍ବର ସମ୍ବାଦପତ୍ର ‘ସମ୍ବାଦ’ ପକ୍ଷରୁ ‘ସମ୍ବାଦ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡସ୍‌-୨୦୨୫: ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା, ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ’ର ଅଷ୍ଟମ ସଂସ୍କରଣ ଘୋଷଣା କରାଯାଇଛି। ଏଥିପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୨୦୨୫ ଜାନୁଆରି ୧୩। ନିର୍ଧାରିତ ସମୟ ମଧ୍ୟରେ ଆସିବାକୁ ଥିବା ଆବେଦନଗୁଡ଼ିକୁ ଏକ ସ୍ବତନ୍ତ୍ର, ସ୍ବାଧୀନ ତଥା ନିରପେକ୍ଷ ବାହ୍ୟ ବିଚାରକ ମଣ୍ଡଳୀ ଅନୁଶୀଳନ ଓ ମୂଲ୍ୟାଙ୍କନ କରି ବିଜେତା ଚୟନ କରିବେ। ୨୦୨୫ ଜାନୁଆରି ୨୯ରେ ଏକ ଭବ୍ୟ ସମାରୋହରେ ବିଜେତାମାନଙ୍କୁ ପୁରସ୍କୃତ କରାଯିବ। ଓଡ଼ିଶାର ଅର୍ଥନୀତି ପ୍ରତି ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେଉଥିବା, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟକୁ ଗୌରବାନ୍ବିତ କରୁଥିବା ଏବଂ ଓଡ଼ିଶାର ଭବିଷ୍ୟତ ଗଠନ କରୁଥିବା ବ୍ରାଣ୍ଡ୍‌/କମ୍ପାନିଗୁଡ଼ିକର ସଫଳତାକୁ ପାଳନ କରିବାର ଏକ ଅନନ୍ୟ ଅଭିଯାନ ହେଉଛି ‘ସମ୍ବାଦ’ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍‌। ବିଗତ ସାତଟି ସଂସ୍କରଣରେ ଅନେକ ବ୍ରାଣ୍ଡ୍‌କୁ ଏହା ଲୋକଲୋଚନକୁ ଆଣିବା ସହ ପ୍ରତିଷ୍ଠା, ପରିଚୟ ଓ ସ୍ବୀକୃତି ପ୍ରଦାନ କରିଛି। ସେହି ମହତ୍‌ ଧାରାକୁ ଆଗକୁ ବଢ଼ାଇ ଅଷ୍ଟମ ସଂସ୍କରଣ ପାଇଁ ଆବେଦନର ଶୁଭାରମ୍ଭ କରାଯାଇଛି। 

ଜାନୁଆରି ୧୩ ପର୍ଯ୍ୟନ୍ତ ସୁଯୋଗ
ଜାନୁଆରି ୨୯ରେ ପୁରସ୍କାର ବିତରଣ

Advertisment

ନିଜ ବ୍ରାଣ୍ଡ୍‌ ପରିଚୟକୁ ସାର୍ବଜନୀନ କରିବା ସହ ଏକ ବୃହତ୍‌ ମଞ୍ଚରେ ସ୍ବୀକୃତି ପାଇବାର ସୁବର୍ଣ୍ଣ ସୁଯୋଗ ଦେଉଛି ଏହି ପୁରସ୍କାର। ଓଡ଼ିଶା‌ର ବ୍ରାଣ୍ଡ୍‌ ଓ କମ୍ପାନିଗୁଡ଼ିକ ଏହି ପୁରସ୍କାର ଲାଗି ଆବେଦନ କରିପାରିବେ। ସେମାନେ www.sambadawards.comରେ ପୁରସ୍କାର ପାଇଁ ଆବେଦନ କରିପାରିବେ। କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (ସିଏସ୍‌ଆର୍‌), ବୃହତ୍‌ (ଲାର୍ଜ), ମଧ୍ୟମ (ମିଡିୟମ୍), କ୍ଷୁଦ୍ର (ସ୍ମଲ୍‌) ଓ ଇମର୍ଜିଂ/ଷ୍ଟାର୍ଟଅପ୍ ଭଳି ପାଞ୍ଚଟି ବର୍ଗରେ ଆଗ୍ରହୀ ସଂସ୍ଥାଗୁଡ଼ିକଠାରୁ ଆବେଦନ ଆହ୍ବାନ କରାଯାଉଛି। ପ୍ରତି ବର୍ଗରେ ପ୍ଲାଟିନମ୍, ଗୋଲ୍ଡ ଓ ସିଲ୍‌ଭର୍‌ ଭଳି ତିନି ପ୍ରକାର ପୁରସ୍କାର ପ୍ରଦାନ କରିବା ବ୍ୟବସ୍ଥା ରହିଛି। କମ୍ପାନିଗୁଡ଼ିକ ଯେକୌଣସି ଏକ ନିର୍ଦ୍ଦିଷ୍ଟ ବର୍ଗ ସହିତ ସିଏସ୍ଆର୍‌ ପୁରସ୍କାର ଲାଗି ମିଳିତ ଭାବେ ମଧ୍ୟ ଆବେଦନ କରିପାରିବେ। 

ଓଡ଼ିଶାରେ କମ୍ପାନି କିମ୍ବା ବ୍ରାଣ୍ଡ୍‌ ଗଠନ କରିଥିବା ସଂସ୍ଥାଗୁଡ଼ିକ ଏହି ପୁରସ୍କାର ଲାଗି ଆବେଦନ କରିପାରିବେ। ତେବେ ସେମାନଙ୍କ ଉତ୍ପାଦ ରାଜ୍ୟରେ କିମ୍ବା ରାଜ୍ୟ ବାହାରେ ଉପଲବ୍ଧ ହେଉଥିବା ଦରକାର। କମ୍ପାନିଟି ଅତିକମ୍‌ରେ ତିନି ବର୍ଷ ଧରି ରାଜ୍ୟରେ କାରବାର କରୁଥିବା ଆବଶ୍ୟକ। ଏହି ମାନଦଣ୍ଡଗୁଡ଼ିକୁ ପୂରଣ କରୁଥିବା ସଂସ୍ଥାଗୁଡ଼ିକ ପୁରସ୍କାର ଲାଗି ଆବେଦନ କରିପାରିବେ। ସେମାନେ ନିଜକୁ କେଉଁ ବର୍ଗ ଲାଗି ଯୋଗ୍ୟ ତାହା ନିଜ ଆଡ଼ୁ ଚିହ୍ନଟ କରି ୱେବସାଇଟ୍‌ରେ ଉପଲବ୍ଧ ଫର୍ମ ମାଧ୍ୟମରେ ଆବେଦନ କରିପାରିବେ। ଆବେଦନକୁ ନେଇ କୌଣସି ପ୍ରକାର ସାହାଯ୍ୟ ପାଇଁ ୯୪୩୭୦୯୭୫୧୪ ମୋବାଇଲ୍‌ ନମ୍ବରରେ ପ୍ରଭାସଙ୍କୁ ଯୋଗାଯୋଗ କରିପାରିବେ, ନଚେତ୍‌ [email protected]କୁ ଇମେଲ୍‌ ପଠାଇପାରିବେ।