ଭୁବନେଶ୍ବର: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ‘ସମ୍ବାଦ’ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୨୫କୁ ନେଇ ରାଜ୍ୟବ୍ୟାପୀ ଉଦ୍ୟୋଗ ଜଗତରେ ପ୍ରବଳ ଉତ୍ସାହ ରହିଛି। ସମସ୍ତ ୩୦ଟି ଜିଲ୍ଲାରୁ ବହୁ ସଂସ୍ଥା ଏହି ପୁରସ୍କାର ପାଇଁ ଆବେଦନ କରିଛନ୍ତି। ଆବେଦନର ଶେଷ ତାରିଖ ଜାନୁଆରି ୧୫ (ବୁଧବାର)। ଚଳିତ ବର୍ଷ ଏହି ସମ୍ମାନଜନକ ପୁରସ୍କାର ପାଇଁ ଆବେଦନ କରିବାର ଏହା ହେଉଛି ଶେଷ ସୁଯୋଗ। 

Advertisment

ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୨୫: ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା, ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ ନିମନ୍ତେ ଆବେଦନ କରିବା ଅତ୍ୟନ୍ତ ସହଜ ଓ ସରଳ। ଏଥିପାଇଁ କୌଣସି ଫି ବା ଅର୍ଥ ଉଦ୍ୟୋଗୀମାନଙ୍କୁ ଦେବାକୁ ପଡ଼ୁନାହିଁ। ଆଗ୍ରହୀ ଉଦ୍ୟୋଗୀମାନେ www.sambadawards.com ୱେବସାଇଟ୍‌ ମାଧ୍ୟମରେ ଆବେଦନ କରିପାରିବେ। କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (ସିଏସ୍‌ଆର୍‌), ବୃହତ୍‌ (ଲାର୍ଜ), ମଧ୍ୟମ (ମିଡିୟମ୍), କ୍ଷୁଦ୍ର (ସ୍ମଲ୍) ଓ ଇମର୍ଜିଂ/ଷ୍ଟାର୍ଟଅପ୍ ଭଳି ପାଞ୍ଚଟି ବର୍ଗ ଲାଗି ଆବେଦନ ଆହ୍ବାନ କରାଯାଉଛି। ପ୍ରତି ବର୍ଗରେ ପ୍ଲାଟିନମ୍, ଗୋଲ୍ଡ ଓ ସିଲଭର୍‌ ଭଳି ତିନି ପ୍ରକାର ପୁରସ୍କାର ବ୍ୟବସ୍ଥା ରହିଛି। 

ବାହ୍ୟ, ସ୍ବାଧୀନ ତଥା ନିରପେକ୍ଷ ବିଶେଷଜ୍ଞମାନଙ୍କୁ ନେଇ ଗଠିତ ବିଚାରକମଣ୍ଡଳୀ ଆବେଦନଗୁଡ଼ିକର ମୂଲ୍ୟାଙ୍କନ କରି ଶ୍ରେଷ୍ଠ ବ୍ରାଣ୍ଡ୍‌ ଚୟନ କରିବେ। ୨୦୨୫ ଜାନୁଆରି ୨୯ରେ ଭୁବନେଶ୍ବରଠାରେ ଅନୁଷ୍ଠିତ ହେବାକୁ ଥିବା ଏକ ଭବ୍ୟ ସମାରୋହରେ ବିଜେତାମାନଙ୍କୁ ସମ୍ବର୍ଦ୍ଧିତ କରାଯିବ। ଆବେଦନ ସଂପର୍କରେ କୌଣସି ପ୍ରକାର ସହଯୋଗ ପାଇଁ ଶମ୍ଭୁନାଥ ପଣ୍ଡା (୯୩୩୮୦୦୫୦୫୯)ଙ୍କ ସହ ଯୋଗାଯୋଗ କରିପାରିବେ।