ଭୁବନେଶ୍ବର: ରାଜ୍ୟ ସରକାର ଶିଳ୍ପରେ ବିବିଧତା ଆଣିବାକୁ ପ୍ରୟାସ କରୁଛନ୍ତି। କେବଳ ଖଣି ଓ ଧାତବ କ୍ଷେତ୍ରରେ ପୁଞ୍ଜି ନିବେଶ ନକରି ବୟନ, ମେଡିକାଲ୍ ଉପକରଣ, ଟାଇଟାନିୟମ, ସ୍ପେସାଲାଇଜଡ୍ ଷ୍ଟିଲ୍ ଭଳି ନୂଆ କ୍ଷେତ୍ରରେ ପୁଞ୍ଜିନିବେଶ ଆଣିବାକୁ ପ୍ରୟାସ କରୁଛନ୍ତି। ଅନେକ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ବଡ଼ ଶିଳ୍ପ ସହିତ ସରକାର ଏମ୍ଏସ୍ଏମ୍ଇର ବିକାଶ ପାଇଁ ମଧ୍ୟ ଉଦ୍ୟମ କରୁଛନ୍ତି। କେବଳ ଶିଳ୍ପ ପ୍ରତିଷ୍ଠା ନୁହେଁ, ଓଡ଼ିଆ ଯୁବ ଯୁବତୀମାନଙ୍କୁ ଦକ୍ଷ, କୁଶଳୀ, ନିିଯୁକ୍ତିକ୍ଷମ ଓ ସଶକ୍ତ କରିବାକୁ ପ୍ରୟାସ କରାଯାଉଛି। ବ୍ୟାପକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଜରିଆରେ ସେମାନଙ୍କୁ ଦକ୍ଷ କରାଯାଉଛି। ତେବେ ନିଯୁକ୍ତି ପଛରେ ନ ଗୋଡ଼ାଇ ନିଯୁକ୍ତିଦାତା ଓ ଉଦ୍ୟୋଗୀ ହେବାକୁ ରାଜ୍ୟର ଯୁବକଯୁବତୀମାନଙ୍କୁ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦଚନ୍ଦ୍ର ସ୍ବାଇଁ ଆହ୍ବାନ ଦେଇଛନ୍ତି। ଯେତେ ଅଧିକ ଉଦ୍ୟୋଗୀ ସୃଷ୍ଟି ହେବେ ତାହା ରାଜ୍ୟର ସ୍ଥାୟୀ ବିକାଶ ପାଇଁ ସହାୟକ ହେବ। ଏହାଦ୍ବାରା ସମୃଦ୍ଧ ଓଡ଼ିଶା, ଆତ୍ମନିର୍ଭର ଭାରତ ଓ ବିକଶିତ ଭାରତ ସ୍ବପ୍ନ ସାକାର ହୋଇପାରିବ ବୋଲି ‘ସମ୍ବାଦ’ ପକ୍ଷରୁ ଶୁକ୍ରବାର ଭୁବନେଶ୍ବରରେ ଆୟୋଜିତ ‘ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍-୨୦୨୬’ ପୁରସ୍କାର ପ୍ରଦାନ ସମାରୋହରେ ଉପସ୍ଥିତ ରାଜ୍ୟର ଉଦ୍ୟୋଗୀମାନଙ୍କୁ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀ ସ୍ବାଇଁ ଏହା କହିଛନ୍ତି।
Paddy: ଚାଷୀଙ୍କ ଜିଦ୍ ମଣ୍ଡିରେ ଧାନ କ୍ରୟ କରାଯାଉ
ଯୁବପିଢ଼ି ମାଲିକ ହେବାକୁ ସ୍ବପ୍ନ ଦେଖନ୍ତୁ: ଶିଳ୍ପମନ୍ତ୍ରୀ
କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ ଯେ ଆମ ଓଡ଼ିଆ ଜାତି ପାଖରେ ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ସବୁଠୁ ବଡ଼ ବ୍ରାଣ୍ଡ। ଆମ ସମସ୍ତଙ୍କୁ ଉତ୍କର୍ଷର ଉପାସକ ହେବାକୁ ପଡ଼ିବ। ତେବେ ସଂପ୍ରତି ଆମ ସମସ୍ତଙ୍କ ମଧ୍ୟରେ ଚଳେଇ ନେବାର ଏକ ମାନସିକତା ଦେଖାଦେଇଛି। ଉତ୍କର୍ଷର ଉପାସକ ହେବାକୁ ହେଲେ ପ୍ରଥମେ ଉତ୍କର୍ଷକୁ ଚିହ୍ନିବା ଦରକାର। କୃତଜ୍ଞ ରହିବାର ଅଭ୍ୟାସ ମନୁଷ୍ୟର ଅହଂକାରକୁ ଦୂର କରିଥାଏ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।
CM attend in Gopalpur Mahoschav: ଗୋପାଳପୁର ବେଳାଭୂମି ମହୋତ୍ସବର ଉଦ୍ଯାପନୀ ସନ୍ଧ୍ୟାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ନିର୍ଦ୍ଦେଶିକା ମୋନିକା ନୈୟର ପଟ୍ଟନାୟକ କହିଥିଲେ, ଏହି ଅଭିଯାନ ଆରମ୍ବ କରିବା ପୂର୍ବରୁ ଆମେ ଚିନ୍ତା କରିଥିଲୁ କିଭଳି ଭଲ କାମ କରୁଥିବା ଓଡ଼ିଆମାନଙ୍କୁ ଲୋକଲୋଚନକୁ ଅଣାଯାଇପାରିବ। ରାଜ୍ୟରୁ ସୃଷ୍ଟି ହୋଇ ଦେଶବିଦେଶରେ ସୁନାମ ଅର୍ଜନ କରିଥିବା ବ୍ରାଣ୍ଡ୍ଗୁଡ଼ିକୁ ଲୋକଲୋଚନକୁ ଆଣିବାକୁ ଆମେ ନିଷ୍ପତ୍ତି ନେଇଥିଲୁ। ସେହି ଭାବନାରୁ ଏହି ପୁରସ୍କାର ଆରମ୍ଭ ହୋଇଥିଲା ବୋଲି ସେ କହିଥିଲେ। ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ର ସମ୍ପାଦକ ତନୟା ପଟ୍ଟନାୟକ ସ୍ବାଗତ ଭାଷଣ ଦେଇ କହିଥିଲେ ଯେ ‘ସମ୍ବାଦ’ର ସବୁ କାର୍ଯ୍ୟକ୍ରମ ଦୀର୍ଘକାଳୀନ। ନିକଟରେ ଆରମ୍ଭ କରାଯାଇଥିବା ପୁନଶ୍ଚ ପୃଥିବୀ କାର୍ଯ୍ୟକ୍ରମ ମଧ୍ୟ ୧୨ ବର୍ଷ ଧରି ଚାଲିବ। ମଣିଷ ସମାଜ ପ୍ରତି ପରିବେଶର ଗୁରୁତ୍ବ ଉପରେ ଆଲୋକପାତ କରି ସେ କହିଥିଲେ ଯେ ଆମେ ପରିବେଶ କଥା ଚିନ୍ତା ନ କରି ପ୍ରଗତି କରିବା, ତାହାର ମାନେ କିଛି ନାହିଁ। ପ୍ରଗତି ଓ ପରିବେଶ ଭିତରେ ସନ୍ତୁଳନ ରକ୍ଷା ନ କଲେ ତାହା କେବଳ ବିନାଶକୁ ଡାକି ଆଣିବ ବୋଲି ସେ କହିଥିଲେ। ଆଜିର କାର୍ଯ୍ୟକ୍ରମରେ କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (ସିଏସ୍ଆର୍), ଲାର୍ଜ (ବୃହତ୍), ମିଡିଅମ୍ (ମଧ୍ୟମ), ସ୍ମଲ୍ (କ୍ଷୁଦ୍ର) ଓ ଇମର୍ଜିଂ ଭଳି ପାଞ୍ଚଟି ବର୍ଗରେ ୧୬ଟି ବ୍ରାଣ୍ଡ୍କୁ ପୁରସ୍କୃତ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/31/dgjgdjgjcbn-2026-01-31-01-06-48.jpg)