‘ସମ୍ବାଦ’ର ଜିଲ୍ଲା ଓ ସଂସ୍କରଣସ୍ତରୀୟ ପ୍ରତିନିଧି କର୍ମଶାଳା

ଭୁବନେଶ୍ବର : ସମ୍ବାଦର ୩୨ଟି ଜିଲ୍ଲାର ଜିଲ୍ଲା ପ୍ରତିନିଧି ଏବଂ ୯ଟି ସଂସ୍କରଣରେ କାର୍ଯ୍ୟରତ ସଂସ୍କରଣସ୍ତରୀୟ ପ୍ରତିନିଧିମାନଙ୍କର ଏକ ଦୁଇଦିନିଆ କର୍ମଶାଳା ସିୱାଇଏସ୍‌ଡି ପରିସରରେ ଅନୁଷ୍ଠିତ ହୋଇଯାଇଛି।

୧୨ ଓ ୧୩ ତାରିଖ ଦୁଇ ଦିନ ଧରି ଚାଲିଥିବା ଏହି କର୍ମଶାଳାକୁ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଉଦ୍‌ଘାଟନ କରି ସମସ୍ତ ପ୍ରତିନିଧିଙ୍କୁ ଆଧୁନିକ ଟେକ୍‌ନୋ‌ଲୋଜି ସହ ତାଳ ଦେଇ ଆଗାମୀ ଦିନର ଆହ୍ବାନ ପାଇଁ ପ୍ରସ୍ତୁତ ରହିବା ପାଇଁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ସୂଚନା କମିସନର ଜଗଦାନନ୍ଦ, ବିଶିଷ୍ଟ ସ୍ତମ୍ଭକାର ଓ ‌ଲେଖକ ଦାଶ ବେନହୁର, ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ଏବଂ ‘ସମ୍ବାଦ’ର ସମ୍ପାଦକୀୟ ଉପଦେଷ୍ଟା ପ୍ରଭାତ ମହାପାତ୍ର ପ୍ରମୁଖ ଯୋଗଦେଇ ଖବର ପରିବେଷଣର ଶୈଳୀ, ସୂଚନା ଅଧିକାର ଆଇନର ଉପଯୋଗ, ନିରନ୍ତର ବିକାଶ ଓ ସହସ୍ରାବ୍ଦୀ ଲକ୍ଷ୍ୟ ହାସଲରେ ସମ୍ବାଦପତ୍ରର ଭୂମିକା ଆଦି ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ସେହିପରି ‘ସମ୍ବାଦ’ର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ପ୍ରତିନିଧିମାନଙ୍କୁ ଖବର ପରିବେଷଣର ବିଭିନ୍ନ ଦିଗ, ଭାଷା ଓ ଶୈଳୀ ସଂପର୍କରେ ପରାମର୍ଶ ଦେଇଥିଲେ।

ଏଥିରେ ସମ୍ବାଦ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶିକା ମୋନିକ ନୈୟାର ପଟ୍ଟନାୟକ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ, ସମ୍ପାଦକ (ଫିଚର୍) ଗୌରହରି ଦାସ, ଆମ ଓଡ଼ିଶା ସମ୍ପାଦକ ସ୍ବରାଜ ମିଶ୍ର, ପ୍ରକାଶନ ସମ୍ପାଦକ ଅସିତ ମହାନ୍ତି, ‘ସମ୍ବାଦ’ର ସିଓଓ କମଳାକାନ୍ତ ମହାପାତ୍ର, ମୁଖ୍ୟ ମହାପ୍ରବନ୍ଧକ (ବାର୍ତ୍ତା) ଅରବିନ୍ଦ ଦାସ, ମହାପ୍ରବନ୍ଧକ (ବାର୍ତ୍ତା) ମହମ୍ମଦ ହିଫଜୁର ରେହମନ, ଉପମହାପ୍ରବନ୍ଧକ (ମାନବ ସମ୍ବଳ) ବୈଜୟନ୍ତୀ କର, ସମ୍ବାଦ ସାହିତ୍ୟ ଘର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା, ଉପମହାପ୍ରବନ୍ଧକ (ବାର୍ତ୍ତା) ଗୌତମବୁଦ୍ଧ ଦାସ, ଉପମହାପ୍ରବନ୍ଧକ (ବାର୍ତ୍ତା) ଭବାନୀ ଶଙ୍କର ତ୍ରିପାଠୀ, ମୁଖ୍ୟ ବାର୍ତ୍ତା ସହ ସମ୍ପାଦକ ଚିତ୍ତରଂଜନ ଚିରଞ୍ଜିତ୍‌, ସହକାରୀ ମହାପ୍ରବନ୍ଧକ (ପ୍ରେସ୍‌) ପ୍ରଦୀପ୍ତ ଶତପଥୀଙ୍କ ସମେତ ସମସ୍ତ ଆଞ୍ଚଳିକ ସଂସ୍କରଣର ମୁଖ୍ୟମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଗତ ଦୁଇ ମାସ ମଧ୍ୟରେ ‘ସମ୍ବାଦ’ରେ ପ୍ରକାଶିତ ବିଭିନ୍ନ ପ୍ରଭାବ ସୃଷ୍ଟିକାରୀ ଖବରକୁ ସ୍ବୀକୃତି ସ୍ବରୂପ ସାମ୍ବାଦିକମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ସାମ୍ବାଦିକ ଅର୍ଜୁନ ପାଇକରାୟ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର