‘ଫନି’ ବାତ୍ୟା ବିପନ୍ନଙ୍କୁ ସହଯୋଗର ହାତ ବଢାଇଲା ‘ସମ୍ବାଦ’; ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କଲା ୫୦ ଲକ୍ଷ ଟଙ୍କା

ଭୁବନେଶ୍ବର: ବାତ୍ୟା ଫନି ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ‘ସମ୍ବାଦ ଗ୍ରୁପ’ ପକ୍ଷରୁ ସହାୟତା ଅର୍ଥରାଶି ପ୍ରଦାନ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ‘ସମ୍ବାଦ ଗ୍ରୁପ’ ପକ୍ଷରୁ ଗୁରୁବାର ୫୦ ଲକ୍ଷ ଟଙ୍କାର ଏକ ଚେକ୍ ପ୍ରଦାନ କରାଯାଇଛି । ‘ସମ୍ବାଦ ଗ୍ରୁପ’ ପକ୍ଷରୁ ପରିଚାଳନା ନିର୍ଦେଶିକା ମୋନିକା ନୈୟାର ପଟ୍ଟନାୟକ, କାର୍ଯ୍ୟନିର୍ବାହୀ ନିର୍ଦେଶିକା ତନୟା ପଟ୍ଟନାୟକ, ମୁଖ୍ୟ ପରିଚାଳନା ଅଧିକାରୀ କମଳାକାନ୍ତ ମହାପାତ୍ର,‘ସମ୍ବାଦ ସାହିତ୍ୟ ଘର’ର ରାଜ୍ୟ ସଂଯୋଜିକା ଡ.ଶୁଭଶ୍ରୀ ଲେଙ୍କା ପ୍ରମୁଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଏହି ଅର୍ଥରାଶି ପ୍ରଦାନ କରିଛନ୍ତି।

ରାଜ୍ୟରେ ଫନି ପାଇଁ ଲକ୍ଷ ଲକ୍ଷ ଲୋକ ଗୁରୁତର ଭାବରେ ପ୍ରଭାବିତ ହୋଇଛନ୍ତି । ତେବେ ବାତ୍ୟା ପ୍ରଭାବିତଙ୍କୁ ସହାୟତା ଦେବା ପାଇଁ ବହୁ ସରକାରୀ ଓ ବେସରକାରୀ ସଂସ୍ଥା ପକ୍ଷରୁ ସହାୟତା ରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ  ଆର୍ଥିକ ସହାୟତା ଦିଆଯାଉଛି ।

କେବଳ ଏତିକି ନୁହେଁ ବରଂ ‘ଫନି’ ବାତ୍ୟାରେ ସର୍ବାଧିକ ପ୍ରଭାବିତ ପୁରୀରେ ‘ସମ୍ବାଦ’ ଓ ‘ନାଲକୋ’ର ମିଳିତ ସହଯୋଗରେ ରିଲିଫ୍ ବଣ୍ଟନ କରାଯାଇଛି। ପୁରୀ ସହର ଓ ସଦର ଅଞ୍ଚଳର ବିଭିନ୍ନ ବସ୍ତି ଓ ଗାଁରେ ରିଲିଫ୍ ବିତରଣ କରାଯାଇଛି। ବଳିଆପଣ୍ଡା ଉପର ବସ୍ତି, ଲୋକନାଥ ରୋଡ ଲେପର୍ସି କଲୋନି, ଗଦାଧର ସ୍କୁଲ ପାଖ ବସ୍ତି, ଜଗନ୍ନାଥ ବଲ୍ଲଭ ବସ୍ତି, ନୀଳଚକ୍ର ନଗର, ଚାରି ନଳା ଓ ଗଡ଼ ରୋଢ଼ଙ୍ଗରେ ବାତ୍ୟା ପ୍ରଭାବିତଙ୍କୁ ଶୁଖିଲା ଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ଥିବା ରିଲିଫ ପୁଡ଼ିଆ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର