ସାମ୍ବାଦିକତା କ୍ଷେତ୍ରକୁ ଅବଦାନ ପାଇଁ ‘ସମ୍ବାଦ’ ସଂପାଦକଙ୍କୁ ସମ୍ବର୍ଦ୍ଧନା

ରେଭେନ୍‌ସା ବିଶ୍ୱବିଦ୍ୟାଳୟର ୧୫୦ ବର୍ଷ ପୂର୍ତ୍ତି

ଭୁବନେଶ୍ୱର : ଓଡ଼ିଶାର ସର୍ବପୁରାତନ ସମ୍ଭ୍ରାନ୍ତ ଶିକ୍ଷାନୁଷ୍ଠାନ ରେଭେନ୍‌ସା ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ପକ୍ଷରୁ ସାମ୍ବାଦିକତା ଏବଂ ସର୍ବସାଧାରଣଙ୍କୁ ବକ୍ତତା ପ୍ରଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ‘ସମ୍ବାଦ’ ସଂପାଦକ ତଥା ରେଭେନ୍‌ସା ଆଲୁମନି ସଭାପତି ସୌମ୍ୟରଂଜନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଗତ ଅକ୍ଟୋବର ୨୮ ଓ ୨୯ ତାରିଖରେ ରେଭେନ୍‌ସାର ୧୫୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ଇତିହାସ ବିଭାଗ ପକ୍ଷରୁ ଆୟୋଜିତ ‘ଆଦିବାସୀ କ୍ୱେଶ୍ଚିନ୍‌ ଆଣ୍ଡ ପଲିସି ରୋଡ୍‌ମ୍ୟାପ୍‌: ଓଡ଼ିଶା ୨୦୩୬’ ଶୀର୍ଷକ କାର୍ଯ୍ୟକ୍ରମରେ ଡ. ପଟ୍ଟନାୟକଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା। କିନ୍ତୁ ସେ ଅନୁପସ୍ଥିତ ଥିବାରୁ ଆଜି ବିଭାଗର ପ୍ରଫେସର ଚଣ୍ଡୀପ୍ରସାଦ ନନ୍ଦ ଭୁବନେଶ୍ୱରର ସମ୍ବାଦ ଭବନ ଆସି ତାଙ୍କୁ ଏହି ସମ୍ବର୍ଦ୍ଧାନ ଜଣାଇଥିଲେ। ତାଙ୍କ ସହିତ ଗବେଷକ ବିକ୍ରମ ଜେନା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର