ଭୁବନେଶ୍ବର: ସମ୍ବାଦ ଗ୍ରୁପ ପକ୍ଷରୁ ଆଜିଠାରୁ ଭୁବନେଶ୍ବରରେ ତିନିଦିନିଆ ‘ପୁନଶ୍ଚ ପୃଥିବୀ’ ମହାସମ୍ମିଳନୀ ଆରମ୍ଭ ହୋଇଛି। ଏହାକୁ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଉଦଘାଟନ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ‘ସମ୍ବାଦ’ର ସଂପାଦକ ତନୟା ପଟ୍ଟନାୟକ ନିଜ ଅଭିଭାଷଣ ରଖି କହିଛନ୍ତି, ‘‘ତିନି ବର୍ଷ ଧରି ଯାହା ଆମେ ପରିକଳ୍ପନା କରିଥିଲୁ ତାହା ବାସ୍ତବତାରେ ପରିଣତ ହୋଇଛି। ୨୦୨୧ରେ ‘ପୁନଶ୍ଚ ପୃଥିବୀ’ ଅଭିଯାନ ଆରମ୍ଭ ହୋଇଥିଲା। ଆମେ ଆମର ସମସ୍ତ ମଞ୍ଚ ବ୍ୟବହାର କରି ପରିବେଶ ଓ ଜଳବାୟୁ ସଂପର୍କିତ ସଚେତନତା ସୃଷ୍ଟି କରିବା ସହ ସବୁ ବର୍ଗର ଲୋକଙ୍କ ନିକଟରେ ଶିକ୍ଷା ପହଞ୍ଚାଇବାର ଚେଷ୍ଟା କରିଥିଲୁ। ‘ପରିବେଶ ପଞ୍ଚାୟତ’ ଏକ ନିଆରା ପଦକ୍ଷେପ। ‘ସମ୍ବାଦ’ ପ୍ରତି ନିର୍ବାଚନ ମଣ୍ଡଳୀରେ ବିଧାୟକଙ୍କୁ ଓ ସେଠିକାର ଲୋକଙ୍କୁ ନେଇ ସେହି ଅଞ୍ଚଳର ଜଳବାୟୁ ସଂପର୍କିତ ସମସ୍ୟା ସଂପର୍କରେ ଖୋଲାଖୋଲି ଆଲୋଚନା କରିଛି। ଆପଣମାନେ ଜାଣିଲେ ଖୁସି ହେବେ ଯେ ମାତ୍ର ୫୦ ଦିନ ମଧ୍ୟରେ ଆମେ ୧୪୦ଟି ନିର୍ବାଚନ ମଣ୍ଡଳୀରେ ଏହି ଆଲୋଚନା କରିବାରେ ସଫଳ ହେଇଛୁ। ଏଥିରେ କୌଣସି ସନ୍ଦେହ ନାହିଁ ଯେ ଯାହା ୨୦୨୧ ମସିହାରେ ଏକ ଅଭିଯାନ ଭାବେ ଆରମ୍ଭ ହୋଇଥିଲା ତାହା ଆଜି ଏକ ଆନ୍ଦେଳନରେ ପରିଣତ ହୋଇଯାଇଛି। ଗତ ୫୦ ଦିନରେ ଆମେ ସବୁ ବର୍ଗର ଲୋକଙ୍କୁ ‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମରେ ଯୋଡ଼ିଛୁ। ଆମେ ବର୍ଷକୁ ୬୦ ଦିନ ଗ୍ରାଉଣ୍ଡ୍କୁ ଓହ୍ଲାଇ କାମ କରିବୁ ଓ ବାକି ୩୦୦ ଦିନ ଆମେ ଆପଣମାନଙ୍କ ପାଇଁ ଏକ ସେତୁ ସାଜିବୁ।’’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/YGmuHRkYOroJ8qAXdOm8.jpg)