ଭୁବନେଶ୍ବର: ମହିଳା ସଶକ୍ତୀକରଣ କ୍ଷେତ୍ରରେ ଓଡ଼ିଶା ଉଦାହରଣ ସୃଷ୍ଟି କରିଛି। ସମାଜର ସବୁଠାରୁ ତଳ ସ୍ତରରେ ଥିବା ମହିଳାଙ୍କୁ ଆଗକୁ ଅଣିବା ଓ ସ୍ବାବଲମ୍ବୀ କରିବା ଦିଗରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ମହିଳାମାନଙ୍କୁ ଉପେକ୍ଷା କରି କୌଣସି ସମାଜ କେବେ ଆଗକୁ ଯାଇ ପାରିବ ନାହିଁ ବୋଲି ମହିଳା ଦିବସ ପରିପ୍ରେକ୍ଷୀରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ‘ଶିକ୍ଷକ ରକ୍ଷକ’ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଭୁବନେଶ୍ବର ମେୟର ସୁଲୋଚନା ଦାସ କହିଛନ୍ତି। ସେ ସ୍ବୟଂ ସହାୟକ ଗୋଷ୍ଠୀ, ମୁକ୍ତା ଯୋଜନା, ନୂଆ ଓ ଛାତ୍ରବୃତ୍ତି, ବିଏସ୍କେୱାଇ କାର୍ଡ, ଭୂମି ଅଧିକାର ପ୍ରମାଣପତ୍ର ତଥା ରାଜନୈତିକ କ୍ଷେତ୍ରରେ ମହିଳାଙ୍କ ପାଇଁ ବର୍ଦ୍ଧିତ ଆରକ୍ଷଣ ବିବିଧ ପ୍ରସଙ୍ଗ ଉଲ୍ଲେଖ କରିଥିଲେ। ସାଂସଦ ସୁଲତା ଦେଓ ମୁଖ୍ୟବକ୍ତାଭାବେ ଯୋଗଦେଇ କହିଲେ, ଆଜି ମହିଳାଟିଏ ପୁରୁଷ କାନ୍ଧରେ କାନ୍ଧ ମିଶାଇ ଆଗକୁ ବଢ଼ୁଛି। ଇଶ୍ବର ନାରୀକୁ ଏମିତି ଗଢ଼ିଛନ୍ତି ଯେ ସେ ସବୁ କ୍ଷେତ୍ରରେ ନିଜ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିବ। ସ୍ବାଧୀନତା ପ୍ରତିଟି ମହିଳାଙ୍କୁ ମିଳିବା ଦରକାର। ମାତ୍ର ସେହି ସ୍ବାଧୀନତା ଯେପରି ସ୍ବେଚ୍ଛାଚାରିତା ନ ହେବ, ସେଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ। ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ମହିଳାମାନେ ଆଗକୁ ବଢ଼ିବା ଦିଗରେ ପଦକ୍ଷେପ ନେବାକୁ ସେ ଆହ୍ବାନ ଦେଇଥିଲେ।କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ‘ସମ୍ବାଦ’ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ କହିଥିଲେ, ‘‘ମହିଳାଙ୍କୁ ଆଗକୁ ବଢ଼ିବାକୁ ସୁଯୋଗ ଦେବାକୁ ‘ସମ୍ବାଦ’ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ସେହିକ୍ରମରେ ଆଜି ଶିକ୍ଷା ଓ ସୁରକ୍ଷା କ୍ଷେତ୍ରରେ ଯେଉଁମାନେ କାମ କରୁଛନ୍ତି, ସେମାନଙ୍କୁ ସମ୍ମାନିତ କରାଯାଉଛି।’’
ଏହି ଅବସରରେ କେଏମ୍ବିବି ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପିକା ରୋମାଲି ସୋନମ୍ ସମର୍ପିତା ଓ ପ୍ରଶାସନ ଡିନ୍ ମିନତିପ୍ରଭା ସାହୁ, ଆଡଭୋକେଟ୍ ମାନସୀ ପହୀ, ପବ୍ଲିକ ରାଇଟ୍ସ ଆସୋସିଏସନ୍ ସଭାପତି ଜ୍ୟୋର୍ତିମୟୀ ପଣ୍ଡା, ୟୁରୋକିଡ୍ସ ଇଣ୍ଟରନ୍ୟାସନାଲ ପ୍ରି-ସ୍କୁଲର ନିର୍ଦ୍ଦେଶିକା ଜ୍ୟୋସ୍ନାମୟୀ ପରିଡ଼ା, କେ-୧ ଗ୍ରୁପ୍ ସୁପରଭାଇଜର ସରିତା ଦାସ, ଜି୪ଏସ୍ ସିକ୍ୟୁରିଟି ସର୍ଭିସ୍ର ସିକ୍ୟୁରିଟି ଅଫିସର ସୁଭଦ୍ରା ସାହୁ, ହାଇଟେକ୍ ମେଡିକାଲ କଲେଜର ପ୍ରଫେସର ରାଜଲକ୍ଷ୍ମୀ ପାଣିଗ୍ରାହୀ, କଳିଙ୍ଗ ହସ୍ପିଟାଲର ଶର୍ମିଷ୍ଠା ଷଡ଼ଙ୍ଗୀ, ସମ୍ ଅଲଟିମେଟ୍ ମେଡିକେୟାର୍ର ସ୍ବାତୀ ସାମନ୍ତ, ଥ୍ରିଏସ୍ ଡେଣ୍ଟାଲ୍ର ନିର୍ଦ୍ଦେଶିକା ପ୍ରୀତି ୱାଇ ଷଡ଼ଙ୍ଗୀ, ଆର୍ଓ ଟ୍ରାନ୍ସଫର୍ମେସନର ପ୍ରତିଷ୍ଠାତା ରୋଜାଲିନ୍ ପରିଡ଼ା, ଉତ୍କଳ ହସ୍ପିଟାଲର ଡା. ମଧୁସ୍ମିତା ସାହୁ, ପିଜେ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁସନ୍ସର ପ୍ରଫେସର ଇପ୍ସିତା ପାତ୍ର, ଆଲୋକ ଇଂରାଜୀ ମାଧ୍ୟମ ସ୍କୁଲର ପ୍ରତିଷ୍ଠାତା ଚାରୁବାଳା ନାୟକ, କ୍ବେଷ୍ଟ୍ର ଏଚ୍ଆର୍ ନିର୍ଦ୍ଦେଶକ ତରନ୍ନୁମ୍ ଜହାଁ ସୁଲତାନା, କେଭି-୧ର ଶିକ୍ଷୟିତ୍ରୀ ପ୍ରଣତି ସୁବୁଦ୍ଧି, ନନ୍ଦନକାନନ ଥାନା ଆଇଆଇସି ସମିତା ମିଶ୍ର, ଟ୍ରାଫିକ୍ ପୁଲିସ ଷ୍ଟେସନ-୧ର ଚନ୍ଦ୍ରକାନ୍ତି ପ୍ରଧାନଙ୍କୁ ‘ଶ୍ରୀ ହିରୋଜ୍’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେହିପରି କାର୍ଯ୍ୟକ୍ରମର ସହଯୋଗୀ ଅନୁଷ୍ଠାନ ପଣ୍ଡା ଟ୍ରାଭେଲ୍ ମାର୍ଟର ନିର୍ଦ୍ଦେଶକ ଶିବ ପ୍ରସାଦ ପଣ୍ଡା, ରିହାବ୍ହେଲ୍ଥ କେୟାରର ମୁଖ୍ୟ ମିତାଲି ସ୍ବାଇଁ, ପରିନୀତା ପ୍ରତିଷ୍ଠାତାର ସସ୍ମିତା ସାହୁ, ପ୍ରୀତି ଏଣ୍ଟରପ୍ରାଇଜେସ୍ର ନିର୍ଦ୍ଦେଶକ ତ୍ରିଲୋଚନ ସାହୁ, ନାଲକୋ ପିଆର ବିଭାଗର ଶକ୍ତିପ୍ରକାଶ ନାୟକ, ସନ୍ସାଇନ୍ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଟେଣ୍ଡେଣ୍ଟ କୈଳାଶ ଡି ଘୋଡ଼କେ, ଏମ୍ପାୟାର୍ସ ହୋଟେଲର ଉପସଭାପତି ସଞ୍ଜୟ ମିଶ୍ରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/sfsfsfsfsf.jpg)