ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ମାଗଣା ଡାଏଲିସିସ୍ ସେବା ‘ସହାୟ’ରେ ରୋଗୀଙ୍କୁ ଆବଶ୍ୟକ ଇଞ୍ଜେକସନ୍ କମ୍ପାନି ପକ୍ଷରୁ ଯୋଗାଇ ଦିଆଯାଇଛି। ଇପିଓ, ଆଇରନ୍ ସୁକ୍ରୋଜ୍ ଓ କିଛି ପରୀକ୍ଷା ମଧ୍ୟ ରୋଗୀଙ୍କୁ ମିଳିବା ଆରମ୍ଭ ହୋଇଛି। ପୂର୍ବରୁ ଏହିସବୁ ଇଞ୍ଜେକସନ୍ ରୋଗୀଙ୍କୁ ମାଗଣାରେ ଦିଆଯାଉ ନ ଥିବା ଖବର ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ଏହି ଖବର ପ୍ରକାଶ ପାଇବା ପରେ ଏବେ ପିପିପି ମୋଡ୍ରେ ଡାଏଲିସିସ୍ ସେବା ଯୋଗାଉଥିବା କମ୍ପାନି ଏହି ସେବା ପ୍ରଦାନ କରିବା ଆରମ୍ଭ କରିଛି। ଢେଙ୍କାନାଳ, ଅନୁଗୁଳ ଓ କ୍ୟାପିଟାଲ ହସ୍ପିଟାଲରେ ରୋଗୀମାନେ ଏହି ସେବା ପାଉଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ରାହି କେୟାର ସଂସ୍ଥା ରାଜ୍ୟରେ ପିପିପି ମୋଡ୍ରେ ୨୧ଟି ଜିଲ୍ଲାରେ ଡାଏଲିସିସ୍ ସେବା ଯୋଗାଉଛି। ତେବେ ଡାଏଲିସିସ୍ ସେବା ନେଇ ବିବାଦ ଦେଖା ଦେଇଛି। ଅଧିକାଂଶ ଡାଏଲିସିସ୍ କେନ୍ଦ୍ରରେ ରୋଗୀଙ୍କୁ ଠିକ୍ଭାବେ ସେବା ମିଳୁ ନ ଥିବା ଅଭିଯୋଗ ହୋଇଥିଲା। ଏପରିକି ଅଧିକାଂଶ ଡାଏଲିସିସ୍ କେନ୍ଦ୍ରରେ ପାୱାର ବ୍ୟାକ୍ଅପ୍ ନ ଥିବା କାରଣରୁ ଡାଏଲିସିସ୍ରେ ସମସ୍ୟା ଉପୁଜୁଛି। ତେବେ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଡାଏଲିସିସ୍ ରୋଗୀମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଇପିଓ, ଆଇରନ୍ ସୁକ୍ରୋଜ୍ ଓ ଅନ୍ୟାନ୍ୟ ପରୀକ୍ଷା ମାଗଣାରେ ଦିଆଯିବାର ନିୟମ ରହିଛି। ମାତ୍ର ଏସବୁ ସୁବିଧା ଡାଏଲିସିସ୍ କେନ୍ଦ୍ରରେ ମିଳୁ ନ ଥିବା ମଧ୍ୟ ନଜରକୁ ଆସିଥିଲା। ଏ ସଂପର୍କିତ ଖବର ପ୍ରକାଶ ପାଇବା ପରେ ରାହି କେୟାର ପକ୍ଷରୁ ଏସବୁ ସୁବିଧା ରୋଗୀଙ୍କୁ ଦିଆଯିବା ଆରମ୍ଭ ହୋଇଛି। କ୍ୟାପିଟାଲ ହସ୍ପିଟାଲ ସମେତ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ରୋଗୀମାନେ ଏହି ସୂଚନା ଦେଇଛନ୍ତି। ତେବେ ଅନ୍ୟ ଡାଏଲିସିସ୍ କେନ୍ଦ୍ରରେ ଏହି ସୁବିଧା ମିଳୁଛି କି ନାହିଁ ଜାଣିବା ପାଇଁ ରାହି କେୟାର୍ର ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ, କୌଣସି ଉତ୍ତର ମଳିପାରି ନାହିଁ।
ଡାଏଲିସିସ୍ ରୋଗୀଙ୍କୁ ମିଳିଲା ଇପିଓ ଇଞ୍ଜେକସନ୍
/sambad/media/post_attachments/wp-content/uploads/2018/12/Untitled-12-9.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)