‘ସମ୍ବାଦ’ ପୂର୍ବତନ ରାୟଗଡ଼ ବ୍ଲକ ପ୍ରତିନିଧି ଦେବାନନ୍ଦ ସ୍ୱାଲସିଂଙ୍କ ପରଲୋକ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ପୂର୍ବତନ ‘ସମ୍ବାଦ’ ବ୍ଲକ ପ୍ରତିନିଧି ଦେବାନନ୍ଦ ସ୍ୱାଲସିଂ (୯୩)ଙ୍କ ଆଜି ପରଲୋକ ଘଟିଛି। ଗତ କିଛି ଦିନ ହେଲା ସେ ଅସୁସ୍ଥ ଥିଲେ। ତାଙ୍କ ବିୟୋଗରେ ରାୟଗଡ଼ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଦେବାନନ୍ଦ ପ୍ରଥମେ ଶିକ୍ଷକ ଓ ପରବର୍ତ୍ତୀ ସମୟରେ ପ୍ରଧାନଶିକ୍ଷକ ଭାବେ ଦାୟିତ୍ୱରୁ ଅବସର ଗ୍ରହଣ କରିବା ପରେ ସମ୍ବାଦ ପ୍ରତିନିଧି ଭାବେ ୧୯୮୯ରୁ କାଯ୍ୟର୍ ଆରମ୍ଭ କରିଥିଲେ । ବୟସାଧିକ୍ୟ ଏବଂ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ସେ ୧୮ ବର୍ଷ ପରେ ଅବସର ନେଇଥିଲେ ମଧ୍ୟ ‘ସମ୍ବାଦ’ ଓ ‘ଆମଓଡ଼ିଶା’ର ବିଭିନ୍ନ କାର୍ଯ୍ୟକ୍ରମ ସହ ଜଡ଼ିତ ଥିଲେ।

ସମ୍ବନ୍ଧିତ ଖବର