‘ସମ୍ବାଦ’ର ୩ ମାସିଆ ନିଶ୍ଚିତ ଉପହାର ଯୋଜନା ସଂପର୍କରେ

‘ସମ୍ୱାଦ’ ଆଜି କେବଳ ଆମ ରାଜ୍ୟର ସର୍ବାଧିକ ପ୍ରସାରିତ ଓ ପଠିତ ଖବର କାଗଜ ନୁହେଁ, ବରଂ ଓଡ଼ିଆ ଜନଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ‘ସମ୍ୱାଦ’ର ସବୁଠାରୁ ମୂଲ୍ୟବାନ ସମ୍ୱଳ ଏହାର ପାଠକୀୟ ଆଦୃତି ଓ ସ୍ୱୀକୃତି। ପାଠକପାଠିକା ତଥା ଗ୍ରାହକଙ୍କ ଅଧିକ ନିକଟତର ହେବା ପାଇଁ ‘ସମ୍ବାଦ’ ପକ୍ଷରୁ ବିଭିନ୍ନ ସମୟରେ ନୂଆ ନୂଆ ଯୋଜନା କାର୍ଯ୍ୟକାରୀ ହୋଇଆସୁଛି। ଏହି ଧାରାକୁ ଆଉ ଟିକେ ଆଗେଇ ନେଇ ଏଥର ‘ସମ୍ୱାଦ’ ଆଣିଛି ‘ନିଶ୍ଚିତ ଉପହାର ଯୋଜନା’। ଭୁବନେଶ୍ୱର ସହରର ସମସ୍ତ ‘ସମ୍ୱାଦ’ ମାସିକ ଗ୍ରାହକ ଏହି ଉପହାର ଯୋଜନାରେ ଭାଗ ନେଇ ଆଗାମୀ ତିନି ମାସରେ ୩ଟି ନିଶ୍ଚିତ ଉପହାର ଘରକୁ ନେଇ ପାରିବେ।

ସୂଚନାଯୋଗ୍ୟ, ଏହି ଯୋଜନାରେ ଭାଗ ନେବା ପାଇଁ କୌଣସି ଅତିରିକ୍ତ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। କେବଳ ‘ସମ୍ୱାଦ’ ପୃଷ୍ଠାରେ ପ୍ରକାଶିତ ଉପହାର କୁପନକୁ ଦେଖାଇ ଗ୍ରାହକମାନେ ଉପହାର ଘରକୁ ନେଇପାରିବେ। ଡିସେମ୍ବର, ଜାନୁଆରି ଓ ଫେବ୍ରୁଆରି ମାସରେ ପ୍ରତିଦିନର ‘ସମ୍ବାଦ’ ଘରେ ସାଇତି ରଖନ୍ତୁ। ପ୍ରତି ମାସର ଶେଷ ଦିନର ‘ସମ୍ବାଦ’‌‌ରେ ପ୍ରକାଶିତ କୁପନ ପୂରଣ କରନ୍ତୁ। କୁପନ ସହ ନିର୍ଦ୍ଦିଷ୍ଟ (ସମ୍ବାଦରେ ପ୍ରକାଶିତ) ୨ ଦିନର ପୁରୁଣା ‘ସମ୍ବାଦ’କୁ ନେଇ ନିକଟସ୍ଥ ‘ସମ୍ବାଦ’ ଷ୍ଟଲରେ ଦାଖଲ କରି ନିଶ୍ଚିତ ଉପହାର ନେଇଯାଆନ୍ତୁ। ଗ୍ରାହକମାନଙ୍କ ସୁବିଧା ପାଇଁ ରାଜଧାନୀର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଷ୍ଟଲ୍‍ମାନ ଖୋଲାଯିବ। କେଉଁଠି ଷ୍ଟଲ୍‌ ଖୋଲିବ ଓ ଏହାକୁ କିପରି ଗ୍ରାହକମାନେ ସହଜରେ ଚିହ୍ନି ପାରିବେ ସେ ସଂପର୍କିତ ବିବରଣୀ ମାସର ଶେଷ ସପ୍ତାହରେ ‘ସମ୍ୱାଦ’ରେ ପ୍ରକାଶ ପାଇବ। ଏହି ଷ୍ଟଲ୍‌ରେ କୁପନ୍‌ ଦେଖାଇ ନିଜର ନିଶ୍ଚିତ ଉପହାର ଘରକୁ ନେଇହେବ। ଏଥିସହ ‘ସମ୍ୱାଦ’କୁ ଅଧିକ ସରସ ସୁନ୍ଦର କରିବାକୁ ଯଦି କିଛି ପରାମର୍ଶ ଦେବାକୁ ଚାହୁଁଥିବେ, ସେଠାରେ ଦେଇପାରିବେ।

ସମ୍ବନ୍ଧିତ ଖବର