ଭୁବନେଶ୍ୱର: କନକ ନ୍ୟୁଜର ଓଡ଼ିଶା ନିର୍ମାଣ କନକ୍ଲେଭ-୨୦୨୧ ଆଜି ଅନୁଷ୍ଠିତ ହୋଇଯାଇଛି। କନକ୍ଲେଭର ଉଦଘାଟନୀ ପର୍ଯ୍ୟାୟରେ ସମ୍ବାଦ ଗ୍ରୁପ୍ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଅଭିଭାଷଣ ରଖି କହିଛନ୍ତି, କ୍ଷମତାସୀନ ଦଳ ବିକାଶ କରୁଛନ୍ତି ବୋଲି କହିବେ ଓ ବିରୋଧୀ ଦଳମାନେ ବିକାଶ ହେଉନାହିଁ ବୋଲି ସମାଲୋଚନା କରିବେ। କିନ୍ତୁ ଗଣମାଧ୍ୟମର ଦାୟିତ୍ୱ ହେଲା ବିକାଶ କେଉଁ ଦିଶାରେ ଯାଉଛି, କେଉଁଠି ଆଗେଇଛି, କେଉଁଠି ପଛେଇଛି, ସେସବୁ ନେଇ ଏକ ଅନାସକ୍ତ ତର୍ଜମା କରିବା ଓ ଏ ସଂକ୍ରାନ୍ତରେ ଗଠନମୂଳକ ଆଲୋଚନା ଲାଗି ମଞ୍ଚ ପ୍ରସ୍ତୁତ କରିବା।
ଓଡ଼ିଶା ଏବେ ନବନିର୍ମାଣ ପଥରେ ଆଗେଇ ଚାଲିଛି। ଓଡ଼ିଶା ଏବେ ଅନାହାର ଉପରେ ବିଜୟ ଲାଭ କରିଛି। କିନ୍ତୁ ବିକାଶ ଓ ନିର୍ମାଣ କ୍ଷେତ୍ରରେ ଆମେ ସମ୍ପୂର୍ଣ୍ଣ ସଫଳତା ପାଇନାହୁଁ। ନୀତି ଆୟୋଗ ବିକାଶର ଯେଉଁ ନୂଆ ମାପଦଣ୍ଡ ସ୍ଥିର କରିଛି ସେଥିରେ ଏବେ ନୂଆ ନୂଆ ଆହ୍ୱାନର ସାମ୍ନା କରିବାକୁ ପଡୁଛି। କ୍ଷୁଧା ଉପରେ ବିଜୟ ଲାଭ କରିବା ପରେ ଏବେ ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେଉଛନ୍ତି ମୁଖ୍ୟମନ୍ତ୍ରୀ, ଯେଉଁଥିପାଇଁ ସ୍ମାର୍ଟ ହେଲଥ କାର୍ଡ ଓ ସ୍ମାର୍ଟ ସ୍କୁଲର ଅଭିଯାନ ଆରମ୍ଭ ହୋଇଛି।
ଓଡ଼ିଶା ନିର୍ମାଣ କନକ୍ଲେଭ-୨୦୨୧ର ଉଦଘାଟନ କରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସମ୍ବାଦ ଗ୍ରୁପ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି। କନକ୍ଲେଭର ଉଦଘାଟନୀ ପର୍ଯ୍ୟାୟରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡ଼ିଶାର ପ୍ରତିଭାମାନଙ୍କୁ ସାମ୍ନାକୁ ଆଣିବା ଲାଗି ଆହ୍ବାନ ଜଣାଇଥିଲେ। ଏଥିସହ ସେ ଏବର ପିଢ଼ି କିଭଳି ଓଡ଼ିଶାକୁ ଦେଖିବାକୁ ଚାହାନ୍ତି ତାହା ଜାଣିବା ଲାଗି ପ୍ରୟାସ ଆବଶ୍ୟକ ବୋଲି ମତ ରଖିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/Soumya-Pattnaik-in-Odisha-Nirman-Conclave_Thumbnail.jpg)