ଭୁବନେଶ୍ବର: ସମ୍ବାଦ ଗ୍ରୁପ ଅଧକ୍ଷ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ଆଜି ରାଜ୍ୟ ଅତିଥିଭବନରେ ସାକ୍ଷାତ କରିଛନ୍ତି। ନିଶା ନିବାରଣ ଅଭିଯାନ କାର୍ଯ୍ୟକ୍ରମ ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ। ଭାଇ ଭଉଣୀର ସମ୍ପର୍କ ସୁଦୃଢ଼ ପାଇଁ ନିଶା ନିବାରଣ ବ୍ରତ ପାଳନ କରାଯିବ। ରକ୍ଷାବନ୍ଧନ ଅବସରରେ ଏହି ଅଭିଯାନ ଆରମ୍ଭ ହୋଇଛି।
ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ରହିଛି ଭାଇ ହାତରେ ଭଉଣୀ ରାକ୍ଷୀ ପିନ୍ଧେଇ ନିଶା ଠୁ ଦୂରେଇ ରଖିବାକୁ କଥା ନେବେ। ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ପିନ୍ଧେଇ ନିଶା ଠୁ ଦୂରେଇ ରହିବାକୁ କଥା ନେଲେ। ଏଭଳି କାର୍ଯ୍ୟକ୍ରମ ଯୁବ ପୀଢ଼ିକୁ ନିଶା ଠୁ ଦୂରେଇ ରଖିବାକୁ ସହାୟକ ହେବ ବୋଲି ସମ୍ବାଦ ଗ୍ରୁପ ଅଧକ୍ଷ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/3990e999-9600-4301-a60f-f42d07a67930.jpeg)