ସରିଲା ସମ୍ବାଦ ଗ୍ରୁପ୍‌ର ‘ବିପଦର ବନ୍ଧୁ’ କାର୍ଯ୍ୟକ୍ରମ

ଭୁବନେଶ୍ବର : ‘ସମ୍ବାଦ ଗ୍ରୁପ୍‌’ ପକ୍ଷରୁ ଆରମ୍ଭ ହୋଇଥିବା ‘ବିପଦର ବନ୍ଧୁ’ କାର୍ଯ୍ୟକ୍ରମ ଶେଷ ହୋଇଛି। ଏହି ହେଲ୍‌ପ-ଡେସ୍କରେ ରାଜ୍ୟର ବହୁ ବିଶିଷ୍ଟ ଡାକ୍ତର ଯୋଗଦେଇ ଲୋକମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହ କରୋନା ଚିକିତ୍ସା ସମ୍ବନ୍ଧୀୟ ପରାମର୍ଶ ଦେଇଛନ୍ତି। ଦୀର୍ଘ ଦୁଇମାସରୁ ଊର୍ଦ୍ଧ୍ବ ସମୟ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟ ବାହାରର ଲୋକମାନେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ।

କାର୍ଯ୍ୟକ୍ରମର ବିଭିନ୍ନ ଦିନରେ ଡା. ଅଭିରୂପ ମିଶ୍ର, ଡା. ନିହାର ରଂଜନ କର, ଡା. ଅନୁଜା ଭଟ୍ଟ, ଡା. ଦେବେନ୍ଦ୍ରନାଥ ମଲ୍ଲ, ଡା. ସତ୍ୟକାମ ମହାପାତ୍ର, ଡା. ସୂର୍ଯ୍ୟକାନ୍ତ ମହାପାତ୍ର, ଡା. ସୁସ୍ମିତା ଦାଶ, ଡା. ସ୍ବରାଜ ପଣ୍ଡା, ଡା. ସୋନାଲି ଶୁଚିସ୍ମିତା ସ୍ବାଇଁ ଓ ଡା. କସ୍ତୁରି ଭରଦ୍ବାଜ ସାମିଲ ହୋଇଥିଲେ। ଏହି ମହତ କାର୍ଯ୍ୟ ପାଇଁ ଡାକ୍ତର ଯୋଦ୍ଧାମାନଙ୍କୁ ‘ସମ୍ବାଦ’ ଗ୍ରୁପ୍‌ର ଅଧ୍ୟକ୍ଷ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର