ସମ୍ବାଦ ଗ୍ରୁପ ପକ୍ଷରୁ ‘ବିପଦର ବନ୍ଧୁ’ କାର୍ଯ୍ୟକ୍ରମ: ଚିକିତ୍ସା ପରାମର୍ଶ ଦେଲେ ଅଭିଜ୍ଞ ଡାକ୍ତର

ଭୁବନେଶ୍ବର : ‘ସମ୍ବାଦ ଗ୍ରୁପ’ ପକ୍ଷରୁ ଆରମ୍ଭ ହୋଇଥିବା ‘ବିପଦର ବନ୍ଧୁ’ ହେଲ୍‌ପ ଡେସ୍କରେ ଆଜି ଡାକ୍ତର କ୍ରାନ୍ତି ସ୍ବାଗତିକା ଗୁରୁ ଯୋଗଦେଇ ଲୋକମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହ ଚିକିତ୍ସା ସମ୍ବନ୍ଧୀୟ ପରାମର୍ଶ ଦେଇଥିଲେ। ପୂର୍ବରୁ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଡା. ସ୍ବରାଜ ପଣ୍ଡା, ଡା. ନିହାର ରଂଜନ କର, ଡା. କସ୍ତୁରି ଭରଦ୍ବାଜ ଓ ଡା. ସୋନାଲି ଶୁଚିସ୍ମିତା ସ୍ବାଇଁ ଆଜି ମଧ୍ୟ ଯୋଡ଼ିହୋଇ ଲୋକମାନଙ୍କୁ ଉପାଦେୟ ପରାମର୍ଶ ଦେଇଥିଲେ।

ରାଜ୍ୟର କୋଣ ଅନୁକୋଣରୁ ଶହଶହ ସଂଖ୍ୟାରେ ଲୋକେ କରୋନା ବିଷୟରେ ଜାଣିବାକୁ ଚାହୁଥିବାରୁ ଏହି ‘ହେଲ୍‌ପ ଡେସ୍କ’ରେ ସ୍ବେଚ୍ଛାସେବୀ ଡାକ୍ତର ବନ୍ଧୁମାନେ ଅଧିକ ସଂଖ୍ୟାରେ ଯୋଗ ଦେବାର ଆବଶ୍ୟକତା ରହିଛି। ଏହି ମହତ୍‌ କାର୍ଯ୍ୟରେ ଯୋଡ଼ି ହେବାକୁ ଇଚ୍ଛୁକ ଡାକ୍ତର ଯୋଦ୍ଧା ୭୦୦୮୯୯୨୪୧୦ ନମ୍ବରରେ ହ୍ବାଟ୍‌ସଆପ୍‌ ଜରିଆରେ ନିଜ ସମ୍ମତି ଜଣାଇବାକୁ ‘ସମ୍ବାଦ’ ଗ୍ରୁପ୍‌ର ଅଧ୍ୟକ୍ଷ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର