ଜୟପୁର: ‘ସମ୍ବାଦ’ ଜୟପୁର ସଂସ୍କରଣ ତରଫରୁ ଜୋନସ୍ତରୀୟ ସାରେଗାମା ଓ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସମ୍ବାଦ ଜୟପୁର ସଂସ୍କରଣର ବରିଷ୍ଠ ସହସଂପାଦକ ନବୀନ ସାହୁଙ୍କ ସଭାପତିତ୍ବରେ ସ୍ଥାନୀୟ ଅରବିନ୍ଦନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୟପୁର ପୌରପାଳିକାର ପୌରଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ଯୋଗ ଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ସମାଜରେ ବିଭିନ୍ନ କ୍ଷେତ୍ରରେ ଲୋକେ ଆଗକୁ ବଢ଼ୁଛନ୍ତି, ତେଣୁ ଭଲ ପାଠ ପଢ଼ିବା ସହ ସଙ୍ଗୀତ ସାଧନା ଜାରି ରଖିପାରିବ‌େ ବୋଲି କହିଛନ୍ତି। ଲୁକ୍କାୟିତ ପ୍ରତିଭାଙ୍କୁ ମଂଚର ଆବଶ୍ୟକତା ରହିଥିଲା ତାହା ସମ୍ବାଦ ପ୍ରଦାନ କରି  ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ସୁଯୋଗ ଦେବାରୁ ଛାତ୍ରଛାତ୍ରୀ ମାନେ ନିଜର ପ୍ରତିଭା ପ୍ରଦର୍ଶନ ପାଇଁ ସୁଯୋଗ ପାଉଛନ୍ତି ବୋଲି ପୌରଅଧ୍ୟକ୍ଷ କହିଥିଲେ। ସମ୍ମାନିତ ଅତିଥି ଭାବେ ସ୍ବରଗଙ୍ଗା ସଂଗୀତ ଅନୁଷ୍ଠାନର ନିର୍ଦ୍ଦେଶକ ଧିରେନ୍ ମୋହନ ପଟ୍ଟନାୟକ, ବିଦ୍ୟାଳୟ ପରିଚାଳନା କମିଟିର ସଂପାଦକ ସତ୍ୟବାଦି ମିଶ୍ର, ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ମିଶ୍ର ଯୋଗ ଦେଇ ସମ୍ବାଦ ନିରନ୍ତର ଭାବେ ଗତ ୨୦ବର୍ଷରୁ ଉର୍ଦ୍ଧ୍ବ ସମୟ ହେବ ଏଭଳି ପ୍ରତିଯୋଗିତା ଆୟୋଜନ କରି ଭାଷାର ସୁରକ୍ଷା ଦେବା ଏବଂ ଆଗାମୀ ଭବିଷ୍ୟତକୁ ନୂଆ ଦିଶା ଦେଇଛି।  ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରି ମଣିଷକୁ ଜରୁରୀ ସମୟରେ ବଂଚାଇବା ପ୍ରୟାସ କରି ନୂଆ ଦିଗଦର୍ଶନ ଦେଇଛି ବୋଲି କହିଥିଲେ।  ସମ୍ମାନୀତ ଅତିଥି ଭାବେ ବିଦ୍ୟାର୍ଥୀ ମହାବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ସତ୍ୟ ନାୟକ ଯୋଗ ଦେଇ  ଅବିଭକ୍ତ କୋରାପୁଟ ଜିଲ୍ଲାର ଛାତ୍ରଛାତ୍ରୀ ସଂଗୀତ କ୍ଷେତ୍ରରେ ଆଗକୁ ବଢ଼ିବାକୁ ଚାହିଁଲେ ତାଙ୍କ ଅନୁଷ୍ଠାନ ସଂପୁର୍ଣ୍ଣ ସହଯୋଗ କରିବ ବୋଲି ଘୋଷଣା କରିଥିଲେ।  ଆଜିର ଏହି ଜୋନସ୍ତରୀୟ ପ୍ରତିଯୋଗିତାରେ ଅବିଭକ୍ତ କୋରାପୁଟ ଜିଲ୍ଲାର କୋଣଅନୁକୋଣରୁ ବିତର୍କ‌ରେ ୨୭ଜଣ ଓ ସରେଗାମାରେ ୩୯ଜଣ ଏଭଳି ୬୬ଜଣ ଛାତ୍ରଛାତ୍ରୀମାନ‌େ ଅଂଶ ଗ୍ରହଣ କରିଛନ୍ତି।

Advertisment

ଏହି କାର୍ଯ୍ୟକ୍ରମକୁ ‘ସମ୍ବାଦ’ ଜୟପୁର ନଗର ପ୍ରତିନିଧି ସୁରେଶ କୁମାର ନାଇଡୁ ପରିଚାଳନା କରିଥିଲେ। ବିତ୍ତ ବିଭାଗ ସହକାରୀ ପରିଚାଳକ ଆନନ୍ଦଚନ୍ଦ୍ର ଓଝା, ପ୍ରସାର ବିଭାଗର ଅତିରିକ୍ତ ପରିଚାଳକ କେ.ଭେଙ୍କଟ ପ୍ରସାଦ ଦୋରା, ମାନବ ସମ୍ବଳ ବିଭାଗର ତ୍ରିଶୁଳ ସାନ୍ତ୍ରା,  ଦିଲ୍ଲୀପ ନିଶଙ୍କ, ‘ସମ୍ବାଦ’ର ସଂପାଦନା ବିଭାଗର ବରିଷ୍ଠ ସହସଂପାଦକ ସତ୍ୟ ପାଣିଗ୍ରାହୀ, ସହସଂପାଦକ ପ୍ରଦୀପ ପ୍ରଧାନ,ଏସ.ଅରୁଣ କୁମାର, ଅଲୋକ କୁମାର ବେହେରା, ଘନଶ୍ୟାମ ଦଳାଇ, ଅଶୋକ କୁମାର ପଲେଇ,  ନିରଜଂନ ସେଠୀ, ସରୋଜ ନାୟକ, କନକ ନ୍ୟୁଜ୍ ବ୍ୟୁରୋ ମୁଖ୍ୟ ‌ରମେଶ ସାହୁ, ସତୀଶ ବିଶ୍ବାସରାୟ, ସଞ୍ଜୟ କୁମାର ଜୈନ, ବୈଦ୍ୟନାଥ ଖରା, କେଦାର ହରିଜନ ଓ ତୁଳାରାମ ଭୂମିଆ, ସରସ୍ବତୀଶିଶୁ ବିଦ୍ୟାମନ୍ଦିରର ଗୁରୁମା ଆଶା ପଟ୍ଟନାୟକ, ସ୍ବକୃତୀ ଦାଶ, ସେବିକା ମୀନା ନାୟକଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ସହଯୋଗ କରିଥିଲେ।