ଲୁଲୁଙ୍କ ପତ୍ନୀ ନମିତା ଅସୁସ୍ଥତା ପ୍ରସଙ୍ଗ : ବ୍ରହ୍ମଗିରିରେ ‘ସମ୍ବାଦ’ ପୋଡ଼ି

ଖବରକାଗଜ ପୋଡ଼ିଲେ ବିପରୀତ ଫଳ ହୁଏ: ସୌମ୍ୟରଂଜନ

ଭୁବନେଶ୍ବର : ପୂର୍ବତନ ବିଧାୟକ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ପତ୍ନୀ ନମିତା ମହାପାତ୍ରଙ୍କ ଅସୁସ୍ଥତା ସଂପର୍କରେ ଗତ ୨ ତାରିଖ ‘ସମ୍ବାଦ’ରେ ପ୍ରକାଶ ପାଇଥିବା ଖବରକୁ ନେଇ ଆଜି ବ୍ରହ୍ମଗିରିରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଲୁଲୁ େସନା ନାମରେ କିଛି ଯୁବକ ଏହି ଖବରକୁ ପ୍ରତିବାଦ କରିବା ଆଳରେ ‘ସମ୍ବାଦ’ ଖବରକାଗଜ େପାଡ଼ିଛନ୍ତି।

ଆଜି ସକାଳେ ଲୁଲୁ ସେନା ନାମରେ କିଛି ଯୁବକ ‘ସମ୍ବାଦ’ ଖବରକାଗଜ ବିକ୍ରି କରିବାକୁ ନ େଦଇ ସମ୍ପୂର୍ଣ୍ଣ ଭାବେ କିଣି ନେଇଥିଲେ। ପରେ ସ୍ଥାନୀୟ ଢାବା ଛକଠାରୁ ପୂର୍ବତନ ବିଧାୟକ ସଂଜୟ ଦାସବର୍ମା ଓ ‘ସମ୍ବାଦ’ ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଫଟୋ ଥିବା ଏକ ବ୍ୟାନର ଧରି ଥାନା ଯାଏ େଶାଭାଯାତ୍ରାରେ ଯାଇଥିଲେ। ସେଠାରେ ଶ୍ରୀ ଦାସବର୍ମାଙ୍କ କୁଶ ପୁତ୍ତଳିକା ସହିତ ୩ ତାରିଖ ‘ସମ୍ବାଦ’ ଖବରକାଗଜ େପାଡାଯାଇଥିଲା। ଏହି ଅବସରରେ ଥାନାଧିକାରୀଙ୍କୁ ଏକ ଅଭିେଯାଗ ପତ୍ର ମଧ୍ୟ ଦିଆଯାଇଥିଲା।

ଏଥିରେ କୁହାଯାଇଛି ଯେ ଗତ ନିର୍ବାଚନରେ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଠାରୁ ପରାସ୍ତ େହାଇଯିବା କାରଣରୁ ହତୋତ୍ସାହିତ େହାଇ ଶ୍ରୀ ଦାସବର୍ମାଙ୍କ ପ୍ରରୋଚନାରେ ଲୁଲୁଙ୍କ ପତ୍ନୀ ନମିତାଙ୍କ ଅସୁସ୍ଥତା ସଂପର୍କରେ କପୋଳକଳ୍ପିତ ଖବର ସମ୍ବାଦରେ ପ୍ରକାଶ ପାଇଛି। ଶ୍ରୀ ଦାସବର୍ମା ରାଜନୈତିକ ପ୍ରତିହିଂସା ପରାୟଣ େହାଇ ଏପରି କାର୍ଯ୍ୟ କରିଛନ୍ତି। ଏହାଦ୍ବାରା ଲୁଲୁଙ୍କ ପତ୍ନୀ ଓ ତାଙ୍କ ପରିବାର ଏବଂ ଲୁଲୁ ସେନାର ଆତ୍ମସମ୍ମାନ କ୍ଷୁଣ୍ଣ ହୋଇଛି। ଏଣୁ ସଂପୃକ୍ତ ସମ୍ବାଦପତ୍ର ଓ ଶ୍ରୀ ଦାସବର୍ମାଙ୍କ ବିେରାଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

ତେବେ ଏ େନଇ ‘ସମ୍ବାଦ’ର ସଂପାଦକ ଶ୍ରୀ ସୌମ୍ୟରଂଜନ ପଟ୍ଟନାୟକ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି, ‘‘ମୁଁ ବର୍ତମାନ ରାଉରକେଲାରେ ଅଛି। ଦୁଇ ଘଣ୍ଟା ତଳେ ଖବର ପାଇଲି, ଆଜି ଅପରାହ୍ନରେ ବ୍ରହ୍ମଗିରିରେ ‘ସମ୍ବାଦ’ େପାଡାଯାଇଛି। କିଛି ଯୁବ ବନ୍ଧୁ ଲୁଲୁ ସେନା ନାମରେ ଏକ ପଟୁଆରରେ ଆସି ପୂର୍ବତନ ବିଧାୟକ ସଂଜୟ ଦାସବର୍ମାଙ୍କ ସହ େମାତେ େଯାଡିଛନ୍ତି। ଖବରକାଗଜର ସଂପାଦକ ଭାବେ ହେଉ କିମ୍ବା ବିଜେଡିର ଜଣେ ବିଧାୟକ ହିସାବରେ େମାତେ ଏଥିରେ ସଂପୃକ୍ତ କରି ‘ସମ୍ବାଦ’ େପାଡିଛନ୍ତି। େମା ଜାଣିବାରେ ଆଜି କିଛି ଖବର ପ୍ରକାଶ ପାଇନାହିଁ, କିନ୍ତୁ ଗତକାଲି (ଶନିବାର) ଖବରରେ ଏମିତି କିଛି ନଥିଲା, େଯଉଁଥିରେ ଏଭଳି ପ୍ରତିକ୍ରିୟା ପ୍ରକାଶ କରିବାର ଆବଶ୍ୟକତା ଥିଲା। କେଜାଣି କାହିଁକି ଏଭଳି ପ୍ରତିକ୍ରିୟା ପ୍ରକାଶ ପାଇଛି। ସାଧାରଣ େଲାକଙ୍କ ପାଖରେ ଯାହା କିଛି ଜାଣିବାର ଆବଶ୍ୟକତା ଅଛି େବାଲି ଆମେ ଭାବିଥାଉ, ତାକୁ ଛାପିବାକୁ େଚଷ୍ଟା କରିଥାଉ। ଯଦି କାହା ମନରେ ଏଥିରେ ପ୍ରତିକ୍ରିୟା ସୃଷ୍ଟି କରିଛି, ତାକୁ ପରବର୍ତୀ ସମୟରେ ବିଚାର କରି ଦେଖିବି। ଖବରକାଗଜକୁ ଏଭଳି ଭାବେ େପାଡିଲେ େଗାଟିଏ ପ୍ରତିକ୍ରିୟା ପ୍ରକାଶ ପାଇପାରେ। କିନ୍ତୁ େଯଉଁ ସମସ୍ୟାର ସମାଧାନ ପାଇଁ ବାର୍ତା ଦେବାକୁ ସେମାନେ ଚାହୁଁଛନ୍ତି, ତାର ବିପରୀତ ଫଳ ହୁଏ।’’

ଉଲ୍ଲେଖଯୋଗ୍ୟ ଯେ ଲୁଲଙ୍କ ପତ୍ନୀ ନମିତା ମହାପାତ୍ର ଦୁଇମାସ ହେବ କିମ୍‌ସ େମଡିକାଲରେ ଚିକିତ୍ସାଧୀନ ଥିବା ଖବର ପ୍ରକାଶ ପାଇଥିଲା। ଏଥିରେ ତାଙ୍କ ଅସହାୟତା ଓ ନିଃସଙ୍ଗତା ସଂପର୍କରେ ତାଙ୍କ ବାପା ତଥା ପୂର୍ବତନ ସାଂସଦ ନାରାୟଣ ସାହୁଙ୍କ ପ୍ରତିକ୍ରିୟା ରଖାଯାଇଥିଲା। ସେ କହିଥିଲେ ଯେ ଝିଅର ଅତ୍ୟଧିକ ସୁଗାର ବଢିଯାଇଛି। ତେବେ ସେ ଆଉ ଘରକୁ େଫରିବାକୁ ଚାହୁଁନାହାନ୍ତି। ଘରେ ତାଙ୍କୁ ଅଣନିଶ୍ବାସୀ ଲାଗୁଛି। ହସ୍ପିଟାଲରେ ହିଁ ତାଙ୍କୁ ଶାନ୍ତି ମିଳୁଛି। କାହିଁକି ନମିତା ଭାଙ୍ଗିପଡିଛନ୍ତି, ତାର କାରଣ େଖାଜିବା ଲାଗି ଶ୍ରୀ ସାହୁ ‘ସମ୍ବାଦ’ ପ୍ରତିନିଧିଙ୍କୁ ଓଲଟା ପ୍ରବର୍ତାଇଥିଲେ। ଏ ସଂପର୍କରେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ମହାପାତ୍ର କହିଥିଲେ, ଏହା ତାଙ୍କର ପରିବାରର କଥା। ଅସୁସ୍ଥତାକୁ ସ୍ବୀକାର କରିଥିଲେ ହେଁ ଏଥିରେ ନ ପଶିବା ଲାଗି ନିବେଦନ କରିଥିଲେ। ଏବଂ ଏହି ପ୍ରସଙ୍ଗରେ ଅଧିକ କିଛି କହିବାକୁ ମନା କରିଥିଲେ।

ସମ୍ବନ୍ଧିତ ଖବର