ବିଶ୍ବବ୍ୟାପୀ କରୋନା ମହାମାରୀ ଜନିତ ଅଭୂତପୂର୍ବ ପରିସ୍ଥିତି ଯୋଗୁଁ ସର୍ବତ୍ର ଅର୍ଥବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇଛି। ଅନ୍ୟାନ୍ୟ ଶିଳ୍ପମାନଙ୍କ ମଧ୍ୟରେ ଗଣମାଧ୍ୟମ ବିଶେଷକରି ମୁଦ୍ରିତ ଗଣମାଧ୍ୟମ ବା ଛପା ଖବରକାଗଜ ସବୁଠୁ ବେଶି କ୍ଷତିଗ୍ରସ୍ତ ହୋଇଛି। ଆମକୁ ବିତରକ ବନ୍ଧୁମାନଙ୍କ ସମସ୍ୟାଠୁ ଆରମ୍ଭ କରି କଞ୍ଚାମାଲ ସଂଗ୍ରହ ଭଳି ଯାବତୀୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ତା’ସତ୍ତ୍ବେ ଯେଉଁଠି ସମ୍ଭବ ଆମେ କାଗଜ ଛାପି ସେଇଠି ପହଞ୍ଚାଇବାର ବ୍ୟବସ୍ଥା କରିଆସିଛୁ।

Advertisment

ଏଭଳି ପରିସ୍ଥିତିର ମୁକାବିଲା ପାଇଁ ଅନିଚ୍ଛା ସତ୍ତ୍ବେ ଆସନ୍ତା ୭ ତାରିଖ ମଙ୍ଗଳବାରଠାରୁ ଦୈନିକ ‘ସମ୍ବାଦ’ର ମୂଲ୍ୟ ୭ଟଙ୍କାକୁ ବୃଦ୍ଧି କରିବାକୁ ଆମେ ବାଧ୍ୟ ହେଉଛୁ।
ଆମର ଗ୍ରାହକ ବନ୍ଧୁମାନେ ଆମକୁ ପୂର୍ବଭଳି ସହଯୋଗ କରିବେ ବୋଲି ଆଶା।

– ସମ୍ପାଦକ