ସମ୍ବଲପୁର : ୨୩ତମ ସମ୍ବଲପୁର ପୁସ୍ତକ ମେଳା ପରିସରରେ ଚାଲିଥିବା ‘ସମ୍ବାଦ’ ଫଟୋ କ୍ୟାପ୍ସନ ଓ କୁଇଜ୍ ପ୍ରତିଯୋଗିତା ଶୁକ୍ରବାର ଉଦ୍ଯାପିତ ହୋଇଛି। ୪ ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, କର୍ମଜୀବୀ, ଗୃହିଣୀ, ବରିଷ୍ଠ ନାଗରିକ ଉତ୍ସାହର ସହ ଭାଗନେଇ ନିଜ ବୁଦ୍ଧିମତା ଓ ସୃଜନଶୀଳତାର ପରୀକ୍ଷା କରିବା ସହ ଆକର୍ଷଣୀୟ ପୁରସ୍କାର ମଧ୍ୟ ଜିତିଥିଲେ। ଶୁକ୍ରବାର ଶେଷ ଦିନରେ ଅନୁଷ୍ଠିତ ଫଟୋ କ୍ୟାପ୍ସନ ପ୍ରତିଯୋଗିତାରେ ଲରପଙ୍କ ହୀରାକୁଦର ଲକ୍ଷ୍ମୀ ପ୍ରସାଦ ମହାପାତ୍ର ପ୍ରଥମ, ଜଗନ୍ନାଥ କଲୋନି ବୁଢ଼ାରଜାର ପ୍ରକାଶ ଚନ୍ଦ୍ର ଦୀକ୍ଷିତ ଦ୍ବିତୀୟ ଏବଂ ଗୋପାଲପାଲି ସମ୍ବଲପୁରର ସଚିନ କୁମାର ବାବୁ ତୃତୀୟ ହୋଇଥିଲେ।
ସେହିପରି କୁଇଜ୍ ପ୍ରତିଯୋଗିତାରେ ପ୍ରକାଶ ଚନ୍ଦ୍ର ଦୀକ୍ଷିତ, ସଚିନ କୁମାର ବାବୁ, ଗୋପାଲପାଲିର ପ୍ରିୟମ ସାହୁ, ଫାଟକର ସୁପ୍ରଭା ପ୍ରଧାନ, ବିନାଖଣ୍ଡିର ସସ୍ମିତା ଦୀପ, ଦେବଗଡ଼ର ସନ୍ତୋଷ ନାୟକ, ସାଲେପୁରର ସଦାଶିବ ଦାଶ, କଳାହାଣ୍ଡିର ଆଲୋକ କୁମାର ସାହୁ, ଫାଟକର ଦୀପକ ଭୋଇ, ସମ୍ବଲପୁରର ରାମାଶିଷ ତ୍ରିପାଠୀ, ଗୋପାଲମାଲର ସଂଜୟ ତ୍ରିପାଠୀ, ଧନକଉଡ଼ାର ଆଭାସ ପ୍ରଧାନ ପ୍ରମୁଖ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ପୁରସ୍କାର ଜିତିଥିଲେ। ‘ସେବା’ର ସଭାପତି ଅମର ତାଣ୍ଡିଆ, ମୁଖ୍ୟ ଉପଦେଷ୍ଟା ଗୌରୀଶଂକର ମିଶ୍ର, ଉପଦେଷ୍ଟା ତଥା ଯୁବନେତା ହୀରାଲାଲ ବେହେରା, ଫଟୋ କ୍ୟାପ୍ସନ ପ୍ରତିଯୋଗିତାର ବିଚାରକ ବରିଷ୍ଠ ସାମ୍ବାଦିକ ଦୀପକ କୁମାର ପଣ୍ଡା ଅତିଥିଭାବେ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ।
କୁଇଜ୍କୁ ‘ସମ୍ବାଦ’ର ମୁଖ୍ୟ ସହସଂପାଦକ ଲକ୍ଷ୍ମୀ ନାରାୟଣ ହୋତା ଏବଂ ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ବରିଷ୍ଠ ଜିଲ୍ଲା ପ୍ରତିନିଧି ରତ୍ନାକର ଭୋଇ ପରିଚାଳନା କରିଥିଲେ। ଶେଷରେ ସହର ପ୍ରତିନିଧି ମଳୟ ପରିଡ଼ା ଧନ୍ୟବାଦ ଦେଇଥିଲେ। ଆମ ଓଡ଼ିଶା ସଂଯୋଜକ ପ୍ରିୟତୋଷ ମହାନ୍ତି, ଗିରିଜା ଶଂକର ମୁଦୁଲି, ଆଲୋକ ମିଶ୍ର, ଅରୁଣ ମେର୍ଲି, ପ୍ରଶାନ୍ତ ମିଶ୍ର ପ୍ରମୁଖ ‘ସମ୍ବାଦ’ର କର୍ମଚାରୀଗଣ କୁଇଜ୍ ପରିଚାଳନାରେ ସହଯୋଗ କରିଥିଲେ।