ଭୁବନେଶ୍ବର : ‘ଫନି’ ପ୍ରଭାବିତ ମଣିଷଙ୍କ ରିଲିଫ୍ ପ୍ରକ୍ରିୟାରେ ସହଯୋଗ କରିବା ପାଇଁ ‘ସମ୍ବାଦ’ ପୋଲସରା ଶାଖାର ଉଦ୍ୟମକୁ ସାରା ରାଜ୍ୟରେ ପ୍ରଶଂସା କରାଯାଇଛି। ଏ ଭଳି ଦୁଃସମୟରେ ବାତ୍ୟା-ପ୍ରପୀଡ଼ିତଙ୍କ ପାଇଁ ଚିନ୍ତା କରିବା ‘ସମ୍ବାଦ ସାହିତ୍ୟ ଘରର ପ୍ରତ୍ୟେକଟି ଶାଖା ଓ ସଭ୍ୟସଭ୍ୟାଙ୍କ ନୈତିକ କର୍ତ୍ତବ୍ୟ। ଏହି ମର୍ମରେ ଆଲୋଚନା ପାଇଁ ଅଧ୍ୟକ୍ଷ ଶ୍ରୀ ସୈାମ୍ୟରଂଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ଓ ବାହାରେ ଅବସ୍ଥିତ ସମସ୍ତ ଶାଖାର ଜରୁରି ବୈଠକ ନିଜ ନିଜ ଶାଖା କାର୍ଯ୍ୟାଳୟରେ ୧୨ ମେ’ ରବିବାର ଡକାଯାଇଛି। ଗ୍ରୀଷ୍ମପ୍ରବାହକୁ ଆଖିରେ ରଖି ଏହି ବୈଠକ ପୂର୍ବାହ୍ନ କିମ୍ବା ସନ୍ଧ୍ୟାରେ ନିଜ ନିଜ ସୁବିଧା ଅନୁସାରେ ରଖିବାକୁ ଅନୁରୋଧ କରାଯାଇଛି। ସଂସ୍କରଣ ମୁଖ୍ୟ, ଜିଲ୍ଲା ଓ ବ୍ଲକ୍ ପ୍ରତିନିଧିମାନେ ସଂପୃକ୍ତ ଶାଖାଗୁଡ଼ିକର ବୈଠକ ରବିବାର କରାଇନେଇ ନିଷ୍ପତ୍ତି ତୁରନ୍ତ କାର୍ଯ୍ୟକାରୀ କରାଇବାର ବ୍ୟବସ୍ଥା କରିବାକୁ ଅନୁରୋଧ। ସୂଚନା ପାଇବାରେ ବିଳମ୍ବ ହେଲେ ସୋମବାର କିମ୍ବା ମଙ୍ଗଳବାର ମଧ୍ୟ ଏହି ବୈଠକ କରାଇପାରିବେ। ଯଦି ପ୍ରତ୍ୟେକ ସଦସ୍ୟଙ୍କଠାରୁ ଅତି କମ୍ରେ ଶହେ ଟଙ୍କା ମିଳିପାରିବ, ଏହି ମହତ୍ କାର୍ଯ୍ୟ ପାଇଁ କିଛି ଆଖିଦୃଶିଆ ଅର୍ଥରାଶି ସଂଗ୍ରହ କରାଯାଇପାରିବ। ଖୁସିର କଥା, ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଏକତ୍ର ଦେବାପାଇଁ ହେଉଥିବା ଏହି ଅଭିଯାନରେ ମଧ୍ୟ ମ୍ୟାଚିଂଗ୍ରାଣ୍ଟ ବ୍ୟବସ୍ଥା କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଜଣାଇଛନ୍ତି। ଆଶା, ଏହାର ଗୁରୁତ୍ବ ହୃଦୟଙ୍ଗମ କରି ସଭ୍ୟସଭ୍ୟାମାନେ ତୁରନ୍ତ ଏହି କାମରେ ଲାଗିଯିବେ ବୋଲି ସମ୍ବାଦ ସାହିତ୍ୟ ଘରର ରାଜ୍ୟ ସଂଯୋଜିକା ଡ.ଶୁଭଶ୍ରୀ ଲେଙ୍କା ଅନୁରୋଧ କରିଛନ୍ତି।
‘ଫନି’ ପ୍ରଭାବିତ ସ୍ଥାନରେ ରିଲିଫ୍ ପାଇଁ ସମ୍ବାଦ ସାହିତ୍ୟ ଘରର ଉଦ୍ୟମ, ଶାଖାଗୁଡ଼ିକର ଜରୁରି ବୈଠକ ଆଜି
/sambad/media/post_attachments/wp-content/uploads/2019/05/sahityaghar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)