‘ଫନି’ ପ୍ରଭାବିତ ସ୍ଥାନରେ ରିଲିଫ୍ ପାଇଁ ‘ସମ୍ବାଦ ସାହିତ୍ୟ ଘର’ର ଉଦ୍ୟମ

ଭୁବନେଶ୍ବର : ପ୍ରାକୃତିକ ବିପର୍ଯ୍ୟୟ ‘ଫନି’ ଦ୍ବାରା ପ୍ରଭାବିତ ଅଞ୍ଚଳରେ ସହଯୋଗର ହାତ ବଢ଼ାଇବା ପାଇଁ ‘ସମ୍ବାଦ ସାହିତ୍ୟ ଘର’ ତରଫରୁ ଉଦ୍ୟମ ଆରମ୍ଭ ହୋଇଛି। ଏଥିପାଇଁ ସାରା ରାଜ୍ୟର ସଦସ୍ୟମାନେ ଆଗ୍ରହର ସହିତ ଆଗେଇ ଆସିଛନ୍ତି। ଏହି ମର୍ମରେ ଆଲୋଚନା ପାଇଁ ଅଧ୍ୟକ୍ଷ ଶ୍ରୀ ସୈାମ୍ୟରଂଜନ ପଟ୍ଟନାୟକଙ୍କ ପରାମର୍ଶ କ୍ରମେ ରାଜ୍ୟ ଓ ବାହାରେ ଅବସ୍ଥିତ ଅନେକ ଶାଖାର ମାସିକ ବୈଠକ ନିଜ ନିଜ ଶାଖା କାର୍ଯ୍ୟାଳୟରେ ୧୨ ମେ’ ରବିବାର ଆହୂତ ହୋଇଥିଲା। ସୂଚନା ପାଇବାରେ ବିଳମ୍ବ ହୋଇଥିଲେ, ସୋମବାର କିମ୍ବା ମଙ୍ଗଳବାର ମଧ୍ୟ ଅବଶିଷ୍ଟ ଶାଖାଗୁଡ଼ିକର ବୈଠକ କରାଇଯାଇପାରିବ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଏକତ୍ର ଦେବାପାଇଁ ହେଉଥିବା ଏହି ଅଭିଯାନ ନିମନ୍ତେ ସଂଗୃହୀତ ଅର୍ଥରାଶି ‘ସମ୍ବାଦ-ଆମ ଓଡ଼ିଶା ଚାରିଟେବୁଲ ଟ୍ରଷ୍ଟ’ର ଆକାଉଣ୍ଟରେ ଆସନ୍ତା ୧୪ ତାରିଖ ମଙ୍ଗଳବାର ସୁଦ୍ଧା ଜମା କରିବାକୁ ହେବ। ଭୁବନେଶ୍ବର ପିଡି ମାର୍କେଟ ଷ୍ଟେଟ୍ ବ୍ୟାଙ୍କ ଶାଖାରେ ଥିବା ଏହି ଆକାଉଣ୍ଟ ନମ୍ବର ହେଲା:- ୩୦୦୫୮୧୯୪୫୫୨। RTGS Code: SBIN0009027ରାଜ୍ୟ ଓ ରାଜ୍ୟ ବାହାରେ ଥିବା ‘ସମ୍ବାଦ ସାହିତ୍ୟ ଘର’ର ୩୪୦ଟି ଶାଖାର ସଦସ୍ୟ, କର୍ମକର୍ତ୍ତା ଓ ସ୍ଥାନୀୟ ସମ୍ବାଦ ପ୍ରତିନିଧିମାନେ ବ୍ୟକ୍ତିଗତ ଭାବେ ଏହି ମହତ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ସମ୍ବାଦ ସାହିତ୍ୟ ଘରର ରାଜ୍ୟ ସଂଯୋଜିକା ଡ.ଶୁଭଶ୍ରୀ ଲେଙ୍କା ଅନୁରୋଧ କରିଛନ୍ତି।

ଆବଶ୍ୟକ ସ୍ଥଳେ ଏଥିପାଇଁ ନିଜ ନିଜ ସଂସ୍କରଣ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ନିମ୍ନମତେ ଯୋଗଯୋଗ କରିପାରିବେ:-
ଭୁବନେଶ୍ବର ଅନନ୍ତ ଦାସ ୯୧୭୮୭୬୭୧୩୬
କଟକ ସୀମନ୍ତିକା ନନ୍ଦ ୯୪୩୭୧୭୫୩୬୦
ଯାଜପୁର ପ୍ରଦୀପ ମହାପାତ୍ର ୯୪୩୮୨୨୬୦୦୮
ଅନୁଗୁଳ ଶିବଶଙ୍କର ପଣ୍ଡା ୮୯୦୮୦୬୮୨୦୩
ବାଲେଶ୍ବର କବିତା ପାତ୍ର ୭୦୦୮୦୫୦୦୪୪
ରାଉରକେଲା ଓ ସମ୍ବଲପୁର ଗିରିଜା ମୁଦୁଲି ୯୯୩୭୧୪୪୫୬୪
ବ୍ରହ୍ମପୁର ବସନ୍ତ ପଣ୍ଡା ୯୪୩୮୨୫୦୧୦୧
ଜୟପୁର ତ୍ରିଶୂଲ ଶାହା ୬୩୭୦୦୭୩୨୭୫

ସମ୍ବନ୍ଧିତ ଖବର