ସମ୍ବାଦ ସାହିତ୍ୟ ଘରର ମାସିକ ସାରସ୍ଵତ ସମାରୋହ

ଭବାନୀପାଟଣା : ଦେଶରେ ବାଳିକାମାନେ ଉଚ୍ଚ ଶିକ୍ଷିତ ହୋଇ ଆଗକୁ ବଢ଼ିଲେଣି । ଝିଅ ମଧ୍ୟ ପୁଅଙ୍କ ଠାରୁ କୌଣସି ଗୁଣରେ କମ୍‌ ନୁହଁନ୍ତି । ବାଳିକାମାନେ ଆଜି ମାତୃଭୂମୀର ସୁରକ୍ଷାରେ ନିଜ ଜୀବନକୁ ଉତ୍ସର୍ଗୀକୃତ କରି ସୀମାରେ ଶତ୍ରୁଙ୍କୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛନ୍ତି । ଶତ୍ରୁଙ୍କୁ ମାତ ଦେବାରେ ଝିଅଙ୍କ ଭୂମିକା ମଧ୍ୟ ଆତୁଳନୀୟ । ହେଲେ ଆଜି ବି ଝିଅ ଜନ୍ମ କଲେ ସେହି ମହିଳାଙ୍କୁ ଘରୁ ତଡି ଦେଉଥିବା ବେଳେ ଜନ୍ମିତ ଝିଅକୁ କିଏ ନଦୀରେ ଫିଙ୍ଗି ଦେଉଛି ତ କିଏ ବଣଜଙ୍ଗଲର ଗଛବୁଦା ମୂଳେ ଛାଡି ଦେଇ ଚାଲି ଆସୁଛି । ତେଣୁ ଆଜିର ଦିନରେ ଝିଅ ପୁଅଙ୍କ ତୁଳନାରେ ବି କମ ନୁହଁନ୍ତି । କେବଳ ନିଜର ମାନସିକତାକୁ ବଦଳାଇବାକୁ ହେବ ବୋଲି ବିଶ୍ୱ ବାଳିକା ଦିବସ ଅବସରରେ ଭବାନୀପାଟଣା ସମ୍ବାଦ ସାହିତ୍ୟ ଘର ତରଫରୁ ଆୟୋଜିତ ଭର୍ଚୁଆଲ୍ ସାରସ୍ଵତ ଆସରରେ ବକ୍ତାଗଣ ଏଭଳି ମତବ୍ୟକ୍ତ କରିଥିଲେ।

ସମ୍ବାଦର ଜିଲ୍ଲା ପ୍ରତିନିଧି ଦେବେନ୍ଦ୍ର କୁମାର ବିଶିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆସରରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିଦ ରାଧେଶ୍ୟାମ ପଣ୍ଡା କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ଗାଳ୍ପିକ ପ୍ରକାଶ ନିଶଙ୍କ “ଓଡ଼ିଆ ଭାଷା ଓ ସାହିତ୍ୟରେ ପାଠକ ସମସ୍ୟା” ସଂପର୍କରେ ଆଲୋଚନା କରିଥିଲେ । ଯୁବକବି ଆଶୁତୋଷ ପୁରୋହିତଙ୍କ ସଂଯୋଜନାରେ ସଂଜୀବ କୁମାର ପଣ୍ଡା, ଶ୍ୟାମ ସୁନ୍ଦର ବାଣୁଆ, ମିନତି ପ୍ରଧାନ, ଦୀପ୍ତି ମୁଣ୍ଡ, ଯୁଧିଷ୍ଠିର ମୁଦୁଲି,ମୀନା କୁମାରୀ ମୁଣ୍ଡ,ଅଶୋକ ପଟ୍ଟନାୟକ, ଗୀତାଞ୍ଜଳି ମହାନ୍ତି, ମଞ୍ଜୁରାଣୀ ରଥ,ବିରଞ୍ଚି ନାରାୟଣ ମୁଣ୍ଡ, ସୀମାଞ୍ଚଳ ମିଶ୍ର,ବନଶ୍ରୀ ଦାଶ,ସୁଦେଷ୍ଣା ପଣ୍ଡା ପ୍ରମୁଖ କବିତା ପାଠ କରିଥିଲେ। ଅଧ୍ୟାପକ ସଞ୍ଜୟ ପୁରୋହିତ କାର୍ଯ୍ୟକ୍ରମରେ ସାମିଲ ଥିବାବେଳେ ସାହିତ୍ୟ ଘର ସଂପାଦକ ବିରଞ୍ଚି ନାରାୟଣ ମୁଣ୍ଡ ଧନ୍ୟବାଦ ଦେଇଥିଲେ ।

ସମ୍ବନ୍ଧିତ ଖବର