‘ସମ୍ବାଦ ସାହିତ୍ୟ ଘର’ର ବୃକ୍ଷରୋପଣ ଅଭିଯାନ ଉଦ୍‌ଯାପିତ : ୩୪୦ ଶାଖା ପକ୍ଷରୁ ୨୨ ହଜାର ଚାରାରୋପଣ

ଭୁବନେଶ୍ବର : ସାହିତ୍ୟିକଙ୍କୁ କେବଳ ସାହିତ୍ୟ ସଂରଚନା ମଧ୍ୟରେ ବାନ୍ଧି ନରଖି ବୃକ୍ଷ ରୋପଣ ଅଭିଯାନ ଆରମ୍ଭ କରିଥିବା ‘ସମ୍ବାଦ ସାହିତ୍ୟ ଘର’ର ଏହି ମହତ୍‌ ଅଭିଯାନ ଉଦ୍‌ଯାପିତ ‌ହୋଇଛି। ‘ସମ୍ବାଦ ସାହିତ୍ୟ ଘର’ର ମୁଖ୍ୟ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ନିଜ ଜନ୍ମଦିନରେ ଆଜି ‘ଆମ ଓଡ଼ିଶା’ ପରିସରରେ ଗୋଟିଏ ସୁଗନ୍ଧରାଜ ଓ ଜାମୁ କୋଳି ଗଛ ଲଗାଇ ଏହି ଅଭିଯାନକୁ ଉଦ୍‌ଯାପନ କରିଛନ୍ତି ।

‘ଫନି’ ବାତ୍ୟାର ତାଣ୍ଡବ ସବୁଜିମାକୁ ଛାରଖାର କରିଦେଇଥିବା ବେଳେ ସମ୍ବାଦ ସାହିତ୍ୟ ଘର ସାମାଜିକ ପ୍ରତିବଦ୍ଧତା ଦେଖାଇ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଆର୍ଥିକ ସହାୟତା ପ୍ରଦାନ କରିଥିଲା। ଏଥିସହ ସମଗ୍ର ରାଜ୍ୟରେ ଥିବା ୩୪୦ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବୃକ୍ଷରୋପଣ ଆରମ୍ଭ ‌ହୋଇଥିଲା। ସମଗ୍ର ରାଜ୍ୟରେ ମାସାଧିକ କାଳ ଚାଲିଥିବା ଏହି ଅଭିଯାନରେ ୨୨ ହଜାରରୁ ଅଧିକ ଚାରା ରୋପଣ କରାଯାଇଛି ବୋଲି ସମ୍ବାଦ ସାହିତ୍ୟ ଘରର ରାଜ୍ୟ ସଂଯୋଜିକା ଡ.ଶୁଭଶ୍ରୀ ଲେଙ୍କା କହିଛନ୍ତି। ଆଜିର ଏହି ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ‘ଆମ ଓଡ଼ିଶା’ର ସମ୍ପାଦକ ସ୍ବରାଜ ମିଶ୍ର, ସମ୍ବାଦର ଉପ ମହାପ୍ରବନ୍ଧକ (ମାନବ ସମ୍ବଳ) ବୈଜୟନ୍ତୀ କର ଓ ସୁବ୍ରତ ବଳ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର