ଭୁବନେଶ୍ବର : ଗତକାଲିଠାରୁ ଆରମ୍ଭ ହୋଇଛି ବନମହୋତ୍ସବ। ଗତବର୍ଷ ଏହି ସମୟରେ ଆମ ସାହିତ୍ୟ ଘରର ବନ୍ଧୁମାନେ ଏହିି ସଂଗଠନର ପ୍ରାଣ ପ୍ରତିଷ୍ଠାତା ସୌମ୍ୟରଂଜନ ପଟ୍ଟନାୟକଙ୍କ ପରାମର୍ଶ କ୍ରମେ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ । ସାରା ଓଡ଼ିଶାର ସଦସ୍ୟମାନଙ୍କର ଆଗ୍ରହ ଓ ସଂପୃକ୍ତି ଫଳରେ ପାଖାପାଖି ୩୦ ହଜାର ଚାରାରୋପଣ ହୋଇ ପାରିଥିଲା। ଚଳିତ ବର୍ଷ କରୋନା ଜନିତ କଟକଣା ହେତୁ ଆମର ବିଭିନ୍ନ କାର୍ଯ୍ୟକ୍ରମକୁ ବାଧ୍ୟବାଧକତାରେ ସୀମିତ ଓ ସ୍ଥଗିତ ରଖିବା ପାଇଁ ପଡ଼ିଛି। କିନ୍ତୁ ଗତବର୍ଷ ଆରମ୍ଭ ହୋଇଥିବା ଏହି ମହତ କାର୍ଯ୍ୟକ୍ରମଟି ଏବର୍ଷ ମଧ୍ୟ ଚାଲୁ ରଖିବା। କିଛି ସାହିତ୍ୟଘର ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ସାରିଛନ୍ତି। ଅନ୍ୟ ସଦସ୍ୟମାନେ ମଧ୍ୟ ସରକାରୀ ନିୟମାବଳୀକୁ ଆଖିରେ ରଖି ଏହି ସୁନ୍ଦର କାର୍ଯ୍ୟକ୍ରମଟିରେ ସାମିଲ ହୋଇପାରିବେ। ନିଜର ସୁବିଧା ମୁତାବକ ସ୍ଥାନୀୟ ଅଂଚଳରେ ସୁରକ୍ଷିତ ସ୍ଥାନମାନଙ୍କରେ ପର୍ଯ୍ୟାୟ କ୍ରମେ ବୃକ୍ଷରୋପଣ ଚାଲୁ ରଖିବେ। ଆସନ୍ତା ଅଗଷ୍ଟ ୧୮ ତାରିଖ ଯୁବ ସ୍ବାଭିମାନ ଦିବସ ପର୍ଯ୍ୟନ୍ତ ଏହା ଚାଲୁରହିବ। ପ୍ରତ୍ୟେକ ଶାଖାର ଉଦ୍ୟେକ୍ତାମାନେ ନିଜ ନିଜ ଖଣ୍ଡର ଡିଏଫ୍ଓଙ୍କ ସହାୟତାରେ କିମ୍ବା ନିଜସ୍ବ ଉଦ୍ୟମରେ ଚାରା ସଂଗ୍ରହ କରି ଏହି କାର୍ଯ୍ୟକ୍ରମକୁ ସଂପାଦନ କରିବେ। ଓଡ଼ିଶା ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ସମୁଦାୟ ୩୫୦ଟି ସାହିତ୍ୟ ଘର ସଦସ୍ୟ ସଦସ୍ୟାମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା ଅନୁରୋଧ କରିଛନ୍ତି ।
ସମ୍ବାଦ ସାହିତ୍ୟଘର ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ
/sambad/media/post_attachments/wp-content/uploads/2020/04/Sahitya-Ghara.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)