ସମ୍ବାଦ ସାହିତ୍ୟ ଘରର ମାସିକ ସାରସ୍ୱତ ସମାରୋହ : ଜୀବନ ଭିତରେ ଆନନ୍ଦ ଭରିଦେବାର ସଂଜୀବନୀ ହେଉଛି ସାହିତ୍ୟ

ଭବାନୀପାଟଣା : ସାଧାରଣରେ ଯାହା ଦୃଶ୍ୟ ହୁଏନା କି ଗୁରୁତ୍ୱ ବହନ କରେନା ତାହାକୁ ସାହିତ୍ୟିକ ଦେଖିପାରି ତର୍କଭୁକ୍ତ କରିଥାଏ । ବାଟ ଦେଖେଇ ଜୀବନ ଭିତରେ ଆନନ୍ଦ ଭରିଦେବାର ସଂଜୀବନୀ ହେଉଛି ସାହିତ୍ୟ ବୋଲି ଭବାନୀପାଟଣା ସମ୍ବାଦ ସାହିତ୍ୟଘର ପକ୍ଷରୁ ଆୟୋଜିତ ଭର୍ଚୁଆଲ୍ ସାରସ୍ଵତ ଆସରରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ। ସାହିତ୍ୟ ଘର ସଭାପତି ଅଶୋକ କୁମାର ଖମାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମଦନପୁର ରାମପୁରର ବିଶିଷ୍ଟ ସାହିତ୍ୟିକ ପଦ୍ମଲୋଚନ ମିଶ୍ର ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସଭା ପ୍ରାରମ୍ଭରେ କବି ପଦ୍ମଲୋଚନ ଭୋଇଙ୍କ ଅମର ଆତ୍ମା ସଦଗତି ପାଇଁ ଦୁଇ ମିନିଟ ସମବେତ ନୀରବ ପ୍ରାର୍ଥନା କରାଯାଇଥିଲା ।

ସାହିତ୍ୟଘର ସଂପାଦକ ବିରଞ୍ଚି ନାରାୟଣ ମୁଣ୍ଡଙ୍କ ସଂଯୋଜନାରେ ସଂଗଠକ ଶିବରାମ ନାୟକ ଓ ଗାଳ୍ପିକ ପ୍ରକାଶ ନିଶଙ୍କ ସାହିତ୍ୟାୟନ ଦେଇଥିଲେ । ସଂଜୀବ କୁମାର ପଣ୍ଡା ଯୁଧିଷ୍ଠିର ମୁଦୁଲି, ଈପସିତା ବେହେରା, ଗୀତାଞ୍ଜଳି ମହାନ୍ତି, ମଞ୍ଜୁରାଣୀ ରଥ, ସୀମାଞ୍ଚଳ ମିଶ୍ର,ବନଶ୍ରୀ ଦାଶ, ସୁଦେଷ୍ଣା ପଣ୍ଡା, ଡିଲେଶ୍ୱର ରଣା, ହେମନ୍ତ ସାହୁ, ସ୍ୱର୍ଣ୍ଣକାନ୍ତି ବୈକାର, ସବିତା ଶତପଥୀ, କାଜଲ ମହାରଣା, ନାହେଦା ଶାହୀନ, ପ୍ରମୁଖ କବିତା ପାଠ କରିଥିଲେ । ଅଧ୍ୟାପକ ପରମେଶ୍ବର ମୁଣ୍ଡ, ସାମ୍ବାଦିକ ଅଜୟ ସେନାପତି, ରଶ୍ମି ମହାନ୍ତି, ଗୋପାଳ କୃଷ୍ଣ ପଣ୍ଡା, ସଞ୍ଚନା ଦୀପ, ପ୍ରଦୀପ ସାହୁ, ଫିରୋଜ ପଟ୍ଟନାୟକ,ବିଷ୍ଣୁ ଚରଣ ସାହୁ, କାର୍ଯ୍ୟକ୍ରମରେ ସାମିଲ ଥିବାବେଳେ ଯୁବକବି ଆଶୁଧନ ପୁରୋହିତ ବୈଷୟିକ ସହାୟତା କରିଥିଲେ । ସମ୍ବାଦ ର ଜିଲ୍ଲା ପ୍ରତିନିଧି ଦେବେନ୍ଦ୍ର କୁମାର ବିଶି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ସମ୍ବନ୍ଧିତ ଖବର