ଭୁବନେଶ୍ୱର: ଅନୁବାଦ ହେଉଛି ଏକ ମାଧ୍ୟମ, ଯାହା ଭାଷାର ପ୍ରାଚୀର ଭାଙ୍ଗେ ଓ ହୃଦୟକୁ ଯୋଡ଼େ । ଅନୁବାଦ ଭାଷା ଓ ମଣିଷ ଭିତରେ ଭାବର ସେତୁ । ‘ସମ୍ବାଦ ସାହିତ୍ୟ ପକ୍ଷ’ ଦ୍ବିତୀୟ ସଂସ୍କରଣ ଦଶମ ସନ୍ଧ୍ୟାର 'ଅନୁବାଦ ସାହିତ୍ୟ' ଚର୍ଚ୍ଚାରେ ଏହି ମତ ପ୍ରକାଶ ପାଇଛି । ଆଜି ମହାନ ଲେଖକ ପ୍ରଫୁଲ୍ଲ ଦାସଙ୍କୁ ମଞ୍ଚ ଉତ୍ସର୍ଗ କରାଯାଇଥିଲା । ବିଶିଷ୍ଟ ଅନୁବାଦିକା ଶକୁନ୍ତଳା ବଳିଆରସିଂହ କାର୍ଯ୍ଯକ୍ରମକୁ ଉଦଘାଟନ କରି ନିଜ ଆଶୀର୍ବଚନରେ ସାହିତ୍ୟର ଏହି ଅଭିନବ ଉତ୍ସବର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ ।
ବିଶିଷ୍ଟ ଅନୁବାଦିକା ଶକୁନ୍ତଳା ବଳିଆରସିଂହଙ୍କ ଆଶୀର୍ବଚନରେ ଆରମ୍ଭ ହେଲା ସାହିତ୍ୟ ପକ୍ଷର ଦଶମ ଦିବସ ।#ସାହିତ୍ୟପକ୍ଷ#SambadSahitya#Literature#SahityaPakshya2026#Sambad#KanakNews#AmaOdisha@tanaya_p@SambadSahityapic.twitter.com/0R1KuDrlg8
— Sambad (ସମ୍ବାଦ) (@sambad_odisha) February 10, 2026
ଆଳାପ ଅଧିବେଶନରେ 'ଅନୁବାଦରେ ଆମଦାନୀ ଓ ରପ୍ତାନୀ କେତେ ସନ୍ତୁଳିତ?' ପ୍ରସଙ୍ଗରେ ଅନୁବାଦ ସାହିତ୍ୟର ଦିଗ ଓ ଦିଗନ୍ତକୁ ନେଇ ଆଳାପ କରିଥିଲେ ପ୍ରଶାନ୍ତ ମହାନ୍ତି ଓ ସ୍ନେହପ୍ରଭା ଦାସ । ଓଡ଼ିଆ ଭାଷାରୁ ଅନ୍ୟ ଭାଷାକୁ କେତେ ବହି ଅନୁବାଦ ହେଉଛି ତା’ର ହିସାବ ରଖାଯିବା ଉଚିତ । ଅନୁବାଦ କଲାବେଳେ ମୂଳ ଲେଖକଙ୍କ ପ୍ରତି ଯେମିତି ଅନ୍ୟାୟ ନହୁଏ ସେଥିପ୍ରତି ସଚେତନ ହେବାକୁ ପଡ଼ିବ ବୋଲି ଏଥିରେ ମତ ପ୍ରକାଶ ପାଇଥିଲା ।
- ଆଜି ଆଳାପର ପ୍ରସଙ୍ଗ: ଅନୁବାଦରେ ଆମଦାନୀ ଓ ରପ୍ତାନୀ କେତେ ସନ୍ତୁଳିତ?
— Sambad (ସମ୍ବାଦ) (@sambad_odisha) February 10, 2026
- ଆଳାପରେ ଅଛନ୍ତି ବିଶିଷ୍ଟ ଅନୁବାଦକ ପ୍ରଶାନ୍ତ ମହାନ୍ତି ଓ ଅନୁବାଦିକା ସ୍ନେହପ୍ରଭା ଦାସ।#ସାହିତ୍ୟପକ୍ଷ#SambadSahitya#Literature#SahityaPakshya2026#Sambad#KanakNews#AmaOdisha@tanaya_p@SambadSahityapic.twitter.com/17bCcitN06
ସେହିପରି 'ଓଡ଼ିଶାରେ ଅନୁବାଦ ସାହିତ୍ୟ ଉପଯୁକ୍ତ ସ୍ୱୀକୃତି ପାଏ କି?' ପ୍ରସଙ୍ଗକୁ ନେଇ ମଞ୍ଚରେ ଆଲୋଚନା କରିଥିଲେ ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ପ୍ରଦୀପ ରାୟ, କନକ ମଞ୍ଜରୀ ସାହୁ ଓ ରେବା ପଟ୍ଟନାୟକ। ଆଲୋଚନାକୁ ସଂଯୋଜନା କରିଥିଲେ ଲିଙ୍ଗରାଜ ମହାନ୍ତି । ଅନୁବାଦ ସାହିତ୍ୟକୁ ପାଠକୀୟ ସ୍ବୀକୃତି ମିଳୁଛି । ଅନୁବାଦ ସାହିତ୍ୟ ସରଳ ଓ ସୁଖପାଠ୍ୟ, ତେଣୁ ଏହା ମୌଳିକ ସାହିତ୍ୟ ସହ ସମକକ୍ଷ । ତେବେ ଅନୁବାଦ ସାହିତ୍ୟକୁ ଦ୍ବିତୀୟ ଦର୍ଜାର ମାନ୍ୟତା ମିଳିବା ପ୍ରସଙ୍ଗରେ ଭିନ୍ନଭିନ୍ନ ମତ ପ୍ରକାଶ ପାଇଥିଲା । ଆଜି କବି ରମାକାନ୍ତ ଗୋଚ୍ଛାୟତ, କବି ନିଧି ସାହୁ ଓ ଗାଳ୍ପିକା ଶ୍ରୁତକୀର୍ତ୍ତି ତ୍ରିପାଠୀଙ୍କ ଶବ୍ଦର ଝଙ୍କାର ଓ ଭାବନାର ସ୍ପନ୍ଦନରେ ଭିଜିଥିଲା ଆବୃତ୍ତି ଆସର ।
#ସମ୍ବାଦ_ସାହିତ୍ୟ_ପକ୍ଷର_ଦଶମ_ସନ୍ଧ୍ୟା
— Sambad (ସମ୍ବାଦ) (@sambad_odisha) February 10, 2026
- ଆଜିର ଆଲୋଚନାର ପ୍ରସଙ୍ଗ: ଓଡ଼ିଶାରେ ଅନୁବାଦ ସାହିତ୍ୟ ଉପଯୁକ୍ତ ସ୍ବୀକୃତି ପାଏ କି?
- ଆଲୋଚନାରେ ଭାଗ ନେଇଛନ୍ତି ବିଶିଷ୍ଟ ଅନୁବାଦକ ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ପ୍ରଦୀପ ରାୟ, ଅନୁବାଦିକା କନକ ମଞ୍ଜରୀ ସାହୁ ଓ ରେବା ପଟ୍ଟନାୟକ, ଏହାକୁ ସଂଯୋଜନା କରୁଛନ୍ତି ଅନୁବାଦକ ଲିଙ୍ଗରାଜ ମହାନ୍ତି ।… pic.twitter.com/fL06WOYbQV
ମଞ୍ଚରେ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ପ୍ରଶାନ୍ତ ପାଢୀ ଅନୁବାଦ ଗୀତ ଗାଇ ଦର୍ଶକଙ୍କ ମନ ଜିଣିଥିଲେ । 'ଅନୁବାଦ ସାହିତ୍ୟ ପରିଷଦ ଟ୍ରଷ୍ଟ' ଓ 'ଆମ ଖଟି' ସାହିତ୍ୟ ଅନୁଷ୍ଠାନ ସହ ସମସ୍ତ ଅତିଥି ଲେଖକ ଓ କଳାକାରଙ୍କୁ ସମ୍ବର୍ଦ୍ଧିତ କରିଥିଲେ ‘ସମ୍ବାଦ’ ଓ ‘କନକ ନ୍ୟୁଜ’ର ସମ୍ପାଦକ ତନୟା ପଟ୍ଟନାୟକ । ଶ୍ରୀନିବାସ ଘଟୁଆରୀ ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ଆର୍.ଜେ ଅନିଲ । ଧନ୍ୟବାଦ ଅର୍ପଣ କରିଥିଲେ ସନ୍ତୋଷ ରଥ । ଆଜି ଅତିଥି ଓ ଦର୍ଶକଙ୍କୁ ଓଡ଼ିଆ ଖାଦ୍ୟ ବରା-ଘୁଗୁନି ପରଷା ଯାଇଥିଲା ।
ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ତଥା ଲୋକପ୍ରିୟ କଣ୍ଠଶିଳ୍ପୀ ପ୍ରଶାନ୍ତ ପାଢ଼ୀଙ୍କ ମନଛୁଆଁ ସଂଗୀତ ପରିବେଷଣ ଆଜିର ସାହିତ୍ୟ ପକ୍ଷ ମଞ୍ଚରେ ।#ସାହିତ୍ୟପକ୍ଷ#SambadSahitya#Literature#SahityaPakshya2026#Sambad#KanakNews#AmaOdisha@tanaya_p@SambadSahityapic.twitter.com/i53ouVWNKB
— Sambad (ସମ୍ବାଦ) (@sambad_odisha) February 10, 2026
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2026/02/10/sambad-sahitya-pakhya-2026-02-10-22-00-28.jpg)