ଭୁବନେଶ୍ୱର: ‘ସମ୍ବାଦ ସାହିତ୍ୟ ପକ୍ଷ’ ଦ୍ବିତୀୟ ସଂସ୍କରଣ ଏକାଦଶ ସନ୍ଧ୍ୟାର ମଞ୍ଚକୁ ଓଡ଼ିଆ ସାମ୍ବାଦିକତାର ଭୀଷ୍ମ ପିତାମହ ରାଧାନାଥ ରଥଙ୍କୁ ସମର୍ପିତ କରାଯାଇଥିଲା । 'ଗଣମାଧ୍ୟମରେ ଭାଷା' ପ୍ରସଙ୍ଗରେ ଆଜିର କାର୍ଯ୍ୟକ୍ରମକୁ ଉଦଘାଟନ କରି ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ର ନିଜ ଆଶୀର୍ବଚନରେ କହିଥିଲେ ଭାଷାର କିଛି ସୀମା ନାହିଁ । ତେବେ ଆଜିକାଲି ବିଶେଷକରି ସାମାଜିକ ଗଣମାଧ୍ୟମର ଭାଷାକୁ ନିୟନ୍ତ୍ରଣ ପାଇଁ କୌଣସି ସଂସ୍ଥା ବି ନାହିଁ ।
#ସମ୍ବାଦ_ସାହିତ୍ୟ_ପକ୍ଷର_ଏକାଦଶ_ସନ୍ଧ୍ୟା
— Sambad (ସମ୍ବାଦ) (@sambad_odisha) February 11, 2026
ସମ୍ବାଦର ପୂର୍ବତନ ସଂପାଦକ ବରିଷ୍ଠ ସାମ୍ବାଦିକ ସଂପଦ ମହାପାତ୍ରଙ୍କ ଆଶୀର୍ବଚନରେ ଆରମ୍ଭ ହେଲା ସାହିତ୍ୟ ପକ୍ଷର ୧୧ଶ ଦିବସ । #ସାହିତ୍ୟପକ୍ଷ#SambadSahitya#Literature#SahityaPakshya2026#Sambad#KanakNews#AmaOdisha@tanaya_p@SambadSahityapic.twitter.com/k3ffVAVwye
ମଞ୍ଚରେ 'ଗଣମାଧ୍ୟମରେ ଓଡ଼ିଆ ଭାଷାର ମୌଳିକତା ସୁରକ୍ଷିତ କି?' ପ୍ରସଙ୍ଗରେ ଆଳାପ କରିଥିଲେ ବରିଷ୍ଠ ସମ୍ପାଦକ ଗୋପାଳ ମହାପାତ୍ର ଓ ସାମ୍ବାଦିକ ବିରୁପାକ୍ଷ ତ୍ରିପାଠୀ । ଏବେ କିଛି ଅଭାଷା ପଶିଆସିଛି । ଆମର ବଡ଼ ସମସ୍ୟା ହେଉଛି ଯେଉଁମାନେ ଭାଷାର ମାର୍ଫତଦାର, ସେମାନଙ୍କର ବହି ପଢ଼ିବାର ଅଭ୍ୟାସ ନାହିଁ । ଗଣମାଧ୍ୟମର ଭାଷା ଗଣର ଭାଷା ହେବା ଉଚିତ, ଭଦ୍ର ଭାଷା ହେବା ଦରକାର । ଲୋକଙ୍କ ଭାଷାରେ ଲେଖିଲେ ଭଲ ବୋଲି ଏଥିରେ ମତ ପ୍ରକାଶ ପାଇଥିଲା ।
#ସମ୍ବାଦ_ସାହିତ୍ୟ_ପକ୍ଷର_ଏକାଦଶ_ସନ୍ଧ୍ୟା
— Sambad (ସମ୍ବାଦ) (@sambad_odisha) February 11, 2026
- ଓଡ଼ିଆ ଭାଷାର ମୌଳିକତା ତଥା ସୁରକ୍ଷା ପ୍ରତି ସମ୍ପ୍ରତି ପ୍ରମୁଖ ଗଣମାଧ୍ୟମଗୁଡ଼ିକର ଭୂମିକା କେତେ ଗୁରୁତ୍ବପୂର୍ଣ୍ଣ? ତାହାକୁ ନେଇ ଆଜିର ଆଳାପ।
- ପ୍ରସଙ୍ଗ ରହିଛି: ଗଣମାଧ୍ୟମରେ ଓଡ଼ିଆ ଭାଷାର ମୌଳିକତା ସୁରକ୍ଷିତ କି? ଆଳାପ ଆସନରେ ଅଛନ୍ତି ବିଶିଷ୍ଟ ସାମ୍ବାଦିକ ଗୋପାଳ ମହାପାତ୍ର ଓ… pic.twitter.com/9ex5nQf8RS
ଆଲୋଚନା ଅଧିବେଶନରେ 'ଭିନ୍ନ ଭିନ୍ନ ଗଣମାଧ୍ୟମର ଭାଷା ଭିନ୍ନ ହେବା ଉଚିତ କି?' ବିଷୟରେ ଆଲୋଚନା କରିଥିଲେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ନୀଳାମ୍ବର ରଥ ଓ ଗୌର ତ୍ରିପାଠୀ। ସଂଯୋଜନା କରିଥିଲେ ବିଘ୍ନେଶ୍ୱର ସାହୁ । ବର୍ତ୍ତମାନ ସାମ୍ବାଦିକତାର ସଂଜ୍ଞା ବଦଳିଯାଇଛି । ଗଣମାଧ୍ୟମର ଭାଷା କେମିତି ହେବ ତାହା ସମ୍ପାଦକଙ୍କ ଉପରେ ନିର୍ଭର କରେ । ସାମ୍ବାଦିକମାନେ ଆମ ଭାଷା ପ୍ରତି ଦାୟିତ୍ବ ନିର୍ବାହ କରୁନାହାନ୍ତି । ଗଣମାଧ୍ୟମରେ ବିଶ୍ବସନୀୟତା ବଡ଼ କଥା ବୋଲି ଏଥିରେ ମତ ପ୍ରକାଶ ପାଇଥିଲା । ଗଣମାଧ୍ୟମର ଚର୍ଚ୍ଚା ଭିତରେ ଆବୃତ୍ତି ମାଧ୍ୟମରେ ସଞ୍ଜକୁ ଆହୁରି ରସମୟ କରିଥିଲେ କବି ସରୋଜ କୁମାର ଶତପଥୀ, ଗାଳ୍ପିକା ସ୍ମୃତି ପଟ୍ଟନାୟକ ଓ ଶ୍ୱେତା ରାଉତ ।
ଆଜିର ଆଲୋଚନାର ପ୍ରସଙ୍ଗ: ଭିନ୍ନ ଭିନ୍ନ ଗଣମାଧ୍ୟମର ଭାଷା ଭିନ୍ନ ହେବା ଉଚିତ କି?
— Sambad (ସମ୍ବାଦ) (@sambad_odisha) February 11, 2026
ଆଲୋଚନା କରୁଛନ୍ତି ବିଶିଷ୍ଟ ଲେଖକ ଓ ସ୍ତମ୍ଭକାର ପ୍ରଦୋଷ ପଟ୍ଟନାୟକ, ବିଶିଷ୍ଟ ସାମ୍ବାଦିକ ନିଳାମ୍ବର ରଥ, ଆକାଶବାଣୀ ଜୟପୁର କେନ୍ଦ୍ରର ପୂର୍ବତନ ଷ୍ଟେସନ୍ ମାଷ୍ଟର ଓ ସ୍ତମ୍ଭକାର ଗୌର ତ୍ରିପାଠୀ। ଏହାକୁ ସଂଯୋଜନା କରୁଛନ୍ତି ବରିଷ୍ଠ ସାମ୍ବାଦିକ ତଥା… pic.twitter.com/86thZh6thW
ଲୋକପ୍ରିୟ ଅଭିନେତା କୁନା ତ୍ରିପାଠୀ ଗଣମାଧ୍ୟମର ଭାଷାକୁ ନେଇ ବିଭିନ୍ନ ରୋଚକ କଥା କହିଥିଲେ । 'ଶତଦ୍ରୁ ସାହିତ୍ୟ ସଂସଦ' ଓ 'ମାନବାଧିକାର ମଞ୍ଚ' ସହ ସମସ୍ତ ଅତିଥି ଓ ଅଭିନେତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ‘ସମ୍ବାଦ’ ଓ ‘କନକ ନ୍ୟୁଜ’ର ସମ୍ପାଦକ ତନୟା ପଟ୍ଟନାୟକ । ମଞ୍ଚ ପରିଚାଳନା ସହ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ଆର୍.ଜେ ଅନିଲ । ଧନ୍ୟବାଦ ଅର୍ପଣ କରିଥିଲେ ପ୍ରଦୀପ୍ତ କୁମାର ଲେଙ୍କା । ଆଜି ଓଡ଼ିଆ ଖାଦ୍ୟ ଚକୁଳି-ପଣସକଠା କଷା ଅତିଥି ଓ ଦର୍ଶକଙ୍କୁ ପରଷା ଯାଇଥିଲା ।
ବିଶିଷ୍ଟ ଅଭିନେତା, ଲେଖକ ତଥା ନିର୍ଦ୍ଦେଶକ କୁନା ତ୍ରିପାଠୀଙ୍କ ମନଛୁଆଁ କାର୍ଯ୍ୟକ୍ରମ ଆଜିର ସାହିତ୍ୟ ପକ୍ଷ ମଞ୍ଚରେ । #ସାହିତ୍ୟପକ୍ଷ#SambadSahitya#Literature#SahityaPakshya2026#Sambad#KanakNews#AmaOdisha@tanaya_p@SambadSahityapic.twitter.com/j63c2SABiJ
— Sambad (ସମ୍ବାଦ) (@sambad_odisha) February 11, 2026
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2026/02/11/sahitya-pakhya-2026-02-11-21-25-56.jpg)