ଭୁବନେଶ୍ୱର:‘ସମ୍ବାଦ ସାହିତ୍ୟ ପକ୍ଷ’ ଦ୍ବିତୀୟ ସଂସ୍କରଣର ଦ୍ବାଦଶ ସନ୍ଧ୍ୟା ଆଜି ମହିଳାମାନଙ୍କ ପାଇଁ ହୋଇଥିବା ବେଳେ ମଞ୍ଚ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କୁ ସମର୍ପିତ ହୋଇଥିଲା । 'ସୁଶ୍ରୀ ସାହିତ୍ୟ' ପ୍ରସଙ୍ଗରେ ବିଶିଷ୍ଟ ସମାଜସେବୀ ତୁଳସୀ ମୁଣ୍ଡା କାର୍ଯ୍ୟକ୍ରମକୁ ଉଦଘାଟନ କରି ଆଭାସୀ ଆଶୀର୍ବଚନରେ ‘ସମ୍ବାଦ ସାହିତ୍ୟ ପକ୍ଷ’କୁ ପ୍ରଶଂସା କରିଥିଲେ । ସେ କହିଥିଲେ, ବିଦେଶୀ ଭାଷା ରହୁ ମାତ୍ର ଓଡ଼ିଆ ଭାଷାକୁ ଧ୍ୟାନ ଦିଅନ୍ତୁ ।
ବିଶିଷ୍ଟ ସମାଜସେବୀ, ଆଦିବାସୀଙ୍କ ସ୍ବର ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ଭିଡିଓ ବାର୍ତ୍ତା ମାଧ୍ୟମରେ ଆଶୀର୍ବଚନରୁ ଆରମ୍ଭ ସମ୍ବାଦ ସାହିତ୍ୟ ପକ୍ଷର ଦ୍ବାଦଶ ଦିବସ । #ସାହିତ୍ୟପକ୍ଷ#SambadSahitya#Literature#SahityaPakshya2026#Sambad#KanakNews#AmaOdisha@tanaya_p@SambadSahityapic.twitter.com/wBL44Fu876
— Sambad (ସମ୍ବାଦ) (@sambad_odisha) February 12, 2026
ଆଲୋଚନା ଅଧିବେଶନର ପ୍ରଥମ ଭାଗ 'ଦିଗ୍ବଳୟର ସୀମାରେଖା' ପ୍ରସଙ୍ଗରେ ନାରୀ ଅଧିକାର କର୍ମୀ ଲୋପାମୁଦ୍ରା ମହାନ୍ତି, ଡାକ୍ତର ସରୋଜିନୀ ଷଡ଼ଙ୍ଗୀ ଓ କ୍ରୀଡ଼ାବିତ ଅନୁରାଧା ବିଶ୍ବାଳ ଆଲୋଚନା କରିଥିଲେ । ସଂଯୋଜନା କରିଥିଲେ ‘ସମ୍ବାଦ ସାହିତ୍ୟ ଘର’ର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା । ଝିଅଟିଏ ଆକାଶକୁ ଉଡ଼ିପାରେ । ନାରୀକୁ ସଶକ୍ତ କରିବାକୁ ଶାରୀରିକ ଅପେକ୍ଷା ମାନସିକ ବଳ ଅଧିକ ଦରକାର । ମହିଳାମାନଙ୍କ ପ୍ରତି ମାନସିକତା ବଦଳିବା ଦରକାର । ପୁଅ ଭଳି ଝିଅଟିଏ ବି ମୂଲ୍ୟବାନ ବୋଲି ଏଥିରେ ମତ ପ୍ରକାଶ ପାଇଥିଲା ।
#ସମ୍ବାଦ_ସାହିତ୍ୟ_ପକ୍ଷର_ଦ୍ବାଦଶ_ସନ୍ଧ୍ୟା
— Sambad (ସମ୍ବାଦ) (@sambad_odisha) February 12, 2026
- ଆଜିର ଆଲୋଚନାର ପ୍ରସଙ୍ଗ: ଦିଗ୍ବଳୟର ସୀମାରେଖା
- ଆଲୋଚନା କରୁଛନ୍ତି ମହିଳା କମିସନ୍ର ପ୍ରାକ୍ତନ ଅଧ୍ୟକ୍ଷା ଲୋପାମୁଦ୍ରା ମହାନ୍ତି, ବିଶିଷ୍ଟ ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞ ତଥା ଲେଖିକା ଡ. ସରୋଜିନୀ ଷଡ଼ଙ୍ଗୀ, ବିଶିଷ୍ଟ କ୍ରୀଡ଼ାବିତ୍ ଅନୁରାଧା ବିଶ୍ବାଳ। ସଂଯୋଜନା ଆସନରେ ବିଶିଷ୍ଟ… pic.twitter.com/BjK09xO3L9
ଆଲୋଚନାର ଦ୍ୱିତୀୟ ଭାଗରେ 'ଜୀବନ ସଂଗୀତର ସାରେଗାମା' ପ୍ରସଙ୍ଗରେ ପ୍ରଫେସର ମିତାଲି ଚିନାରା, କଣ୍ଠଶିଳ୍ପୀ ସୁସ୍ମିତା ଦାସ ଓ ଲେଖିକା ଆଦ୍ୟାଶା ଦାସ ସାମିଲ ଥିଲେ । ସଂଯୋଜନା କରିଥିଲେ ଆର୍ଜେ କୋମଲ୍ । ଜୀବନ ସଙ୍ଗୀତର ବ୍ୟାକରଣ ଏତେ ସହଜ ନୁହେଁ । ଜୀବନର ସନ୍ତୁଳନ ରକ୍ଷା କରେ ସଙ୍ଗୀତ ବୋଲି ଏଥିରେ ମତ ପ୍ରକାଶ ପାଇଥିଲା । ବିଶିଷ୍ଟ କବି ମମତା ଦାଶଙ୍କ ଅଧ୍ୟକ୍ଷତାରେ ଆବୃତ୍ତି ଆସରକୁ ମନଛୁଆଁ କରିଥିଲେ, ସରୋଜିନୀ ପାଣି, ଜ୍ୟୋତ୍ସ୍ନାରାଣୀ ଭୋଇ, ମାନି ଦାସ ଓ ସ୍ନେହଲତା ଦାସ ଲେଙ୍କା ।
#ସମ୍ବାଦ_ସାହିତ୍ୟ_ପକ୍ଷର_ଦ୍ବାଦଶ_ସନ୍ଧ୍ୟା
— Sambad (ସମ୍ବାଦ) (@sambad_odisha) February 12, 2026
- ଆଜିର ଦ୍ବିତୀୟ ଆଲୋଚନାର ପ୍ରସଙ୍ଗ ରହିଛି ‘ଜୀବନ ସଂଗୀତର ସାରେଗାମା’
- ଆଲୋଚକ ଆସନରେ ଅଛନ୍ତି ବିଶିଷ୍ଟ ଗାୟିକା ତଥା ଲେଖିକା ଆଦ୍ୟାଶା ଦାସ, କଣ୍ଠଶିଳ୍ପୀ ସୁସ୍ମିତା ଦାସ, ବିଶିଷ୍ଟ ଗାୟିକା ତଥା ଅଧ୍ୟାପିକା ମିତାଲି ଚିନାରା । ଏହାକୁ ସଂଯୋଜନା କରୁଛନ୍ତି ରେଡିଓ ଚକୋଲେଟ୍ ୧୦୪ ଏଫ୍ଏମ୍ର… pic.twitter.com/qX2eX0aPSv
ମଞ୍ଚରେ ‘ମାଆ ଭଗବତୀ ପାଲା ପରିଷଦ’ ଦ୍ବାରା ଗାୟିକା ସସ୍ମିତା ପ୍ରଧାନ ଓ ସହଯୋଗୀଙ୍କ ଦ୍ବାରା ପାଲା ପରିବେଷଣ କରାଯାଇଥିଲା । ପ୍ରସାଧନ ବିଜ୍ଞାନର ଗବେଷିକା ପ୍ରୀତିପଦ୍ମା ପଣ୍ଡା ଓ ସାମ୍ବାଦିକା ଐଶ୍ବର୍ଯ୍ୟା ପରିଜାଙ୍କ ସମେତ ଅନ୍ୟ ଅତିଥି ଓ କଳାକାରଙ୍କୁ ସମ୍ବର୍ଦ୍ଧିତ କରିଥିଲେ ‘ସମ୍ବାଦ’ ଓ ‘କନକ ନ୍ୟୁଜ’ର ସମ୍ପାଦକ ତନୟା ପଟ୍ଟନାୟକ । ମଞ୍ଚ ପରିଚାଳନା ସହ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ଆର୍.ଜେ ଅନିଲ । ଧନ୍ୟବାଦ ଅର୍ପଣ କରିଥିଲେ ଅରୁପ ମିଶ୍ର । ଆଜି ଅତିଥି ଓ ଦର୍ଶକଙ୍କୁ ଓଡ଼ିଆ ଖାଦ୍ୟ ମଣ୍ଡାପିଠା-ବୁଟ ତରକାରି ପରଷା ଯାଇଥିଲା ।
ଆଜିର ସୁଶ୍ରୀ ସାହିତ୍ୟ ମଞ୍ଚରେ ମନୋରଂଜନରେ କ୍ଷୁଦ୍ର ପାଲା ପରିବେଷଣ । ପାଲା ପରିବେଷଣ କରୁଛନ୍ତି ମାଆ ଭଗବତୀ ପାଲା ପରିଷଦର ବିଶିଷ୍ଟ ଗାୟିକା ସୁର ଭାରତୀ ସସ୍ମିତା ପ୍ରଧାନ ଓ ତାଙ୍କ ସାଥୀବୃନ୍ଦ । #ସାହିତ୍ୟପକ୍ଷ#SambadSahitya#Literature#SahityaPakshya2026#Sambad#KanakNews#AmaOdishapic.twitter.com/Ac29ch0q0Z
— Sambad (ସମ୍ବାଦ) (@sambad_odisha) February 12, 2026
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2026/02/12/sushree-sahitya-2026-02-12-21-44-51.jpeg)