ଭୁବନେଶ୍ୱର: ପ୍ରେମରେ ପଥର ତରଳିଯାଏ, ମାଟିର କଣ୍ଢେଇ କଥା ବି କୁହେ... ଯେବେ ମଣିଷ ଭିତରେ ପ୍ରେମ ମରିଯିବ, ପ୍ରୀତି ସରିଯିବ, ସେଦିନ ସିଏ ବୁଢ଼ା ହେଇଯିବ । ପ୍ରେମରେ ସବୁକିଛି ଜିତିହୁଏ । ଯାହା ଓଠ କହିପାରେନି ତାହା ଆଖି କହିଦିଏ । ସେହି ଆଖି ଅଭିମାନର ଭାଷାକୁ ଶବ୍ଦରେ ସିଇଁ ସାହିତ୍ୟ ମଞ୍ଚକୁ ପ୍ରେମମୟ କରିଥିଲେ ଅତିଥି କବି ଓ ଗାଳ୍ପିକ । ‘ସମ୍ବାଦ ସାହିତ୍ୟ ପକ୍ଷ’ ଦ୍ବିତୀୟ ସଂସ୍କରଣର ଚତୁର୍ଦ୍ଦଶ ସନ୍ଧ୍ୟା 'ପ୍ରେମ ସାହିତ୍ୟ'କୁ ଉତ୍ସର୍ଗ କରାଯାଇଥିବା ବେଳେ ପ୍ରେମିକ କବି ମାୟାଧର ମାନସିଂଙ୍କୁ ଆଜିର ପ୍ରେମମଞ୍ଚ ସମର୍ପିତ ହୋଇଥିଲା ।
ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କ ଆଶୀର୍ବଚନରୁ ଆରମ୍ଭ ସମ୍ବାଦ ସାହିତ୍ୟ ପକ୍ଷର ଚତୁର୍ଦ୍ଦଶ ଦିବସ । #ସାହିତ୍ୟପକ୍ଷ#SambadSahitya#Literature#SahityaPakshya2026#Sambad#KanakNews#AmaOdisha@tanaya_p@SambadSahityapic.twitter.com/r2c1b1AlFT
— Sambad (ସମ୍ବାଦ) (@sambad_odisha) February 14, 2026
ଆଜିର କାର୍ଯ୍ୟକ୍ରମକୁ ବିଶିଷ୍ଟ ନୃତ୍ୟଗୁରୁ ଅରୁଣା ମହାନ୍ତି ଉଦଘାଟନ କରିବା ସହ ନିଜ ଆଶୀର୍ବଚନରେ କହିଥିଲେ, "ନୃତ୍ୟ ଶବ୍ଦ ଓ ଅଭିଜ୍ଞତା ଉପରେ ଆଧାରିତ । ନୃତ୍ୟ-ସଂଗୀତ ସାହିତ୍ୟ ଉପରେ ଆଶ୍ରିତ । ପ୍ରେମ ବିନା ନୃତ୍ୟ ସୃଷ୍ଟି ହୁଏନି ।" ଏହି ଅବସରରେ ଓଡ଼ିଶା ଡ୍ୟାନ୍ସ ଏକାଡେମି କଳାକାରଙ୍କ ଦ୍ବାରା ମଞ୍ଚରେ ଆବାହନୀ ନୃତ୍ୟ ପରିବେଷଣ କରାଯାଇଥିଲା ।
#ସମ୍ବାଦ_ସାହିତ୍ୟ_ପକ୍ଷର_ଚତୁର୍ଦ୍ଦଶ_ସନ୍ଧ୍ୟା
— Sambad (ସମ୍ବାଦ) (@sambad_odisha) February 14, 2026
ଓଡ଼ିଶା ଡାନ୍ସ ଏକାଡେମୀ କଳାକାରଙ୍କ ଦ୍ବାରା ସାହିତ୍ୟ ପକ୍ଷର ପ୍ରେମ ସାହିତ୍ୟ ମଞ୍ଚରେ ଆବାହନୀ ନୃତ୍ୟ ପରିବେଷଣ । #ସାହିତ୍ୟପକ୍ଷ#SambadSahitya#Literature#SahityaPakshya2026#Sambad#KanakNews#AmaOdisha@tanaya_p@SambadSahityapic.twitter.com/P71FEyFQj6
ଆଜିର ମଞ୍ଚରେ ‘ବୟସର କୃଷ୍ଣଚୂଡ଼ା ରଙ୍ଗ ତୁମ ମନ୍ଦ ନୁହେଁ’, ‘ଚିଠି ମୋର ଟିକି ଚଢ଼େଇ’ ଓ ‘ଯାଯାବର ମନ ମୋର’ ଅଧିବେଶନରେ ପୁସ୍ତମ ଯୁଆଡ଼ି, ବିଚିତ୍ରା ଦାସ, ବିମଳ ପତି, ଚିତ୍ତରଂଜନ ପୃଷ୍ଟି, ମଧୁସୂଦନ ରାଉତରାୟ, ଜ୍ୟୋତିରଂଜନ ସାହୁ, ଆନ୍ପା ମାର୍ଣ୍ଡି, ଶଶାଙ୍କ ପ୍ରିୟସଖା, ଜିତୁ ପ୍ରଧାନ, ସନ୍ତୋଷ ପାଣିଗ୍ରାହୀ, ବନ୍ଦନା ମିଶ୍ର କବିତା ଆବୃତ୍ତି ଓ କ୍ଷୁଦ୍ରଗଳ୍ପ ପଠନ କରିଥିବା ବେଳେ ସତ୍ୟଜିତ ଦାସଙ୍କ କବିତା ପାଠ କରିଥିଲେ ଆର୍ଜେ ପୂଜା ।
#ସମ୍ବାଦ_ସାହିତ୍ୟ_ପକ୍ଷର_ଚତୁର୍ଦ୍ଦଶ_ସନ୍ଧ୍ୟା
— Sambad (ସମ୍ବାଦ) (@sambad_odisha) February 14, 2026
‘ବୟସର କୃଷ୍ଣଚୂଡ଼ା ରଙ୍ଗ ତୁମ ମନ୍ଦ ନୁହେଁ’ ଅଧିବେଶନରେ କବିତା ଆବୃତ୍ତି ଓ କ୍ଷୁଦ୍ରଗଳ୍ପ ପଠନ କରୁଛନ୍ତି ପୁସ୍ତମ ଯୁଆଡ଼ି, ହରିଶ୍ଚନ୍ଦ୍ର ବେହେରା, ବିଚିତ୍ରା ଦାସ ଓ ବିମଳ ପତି । #ସାହିତ୍ୟପକ୍ଷ#SambadSahitya#Literature#SahityaPakshya2026#Sambad#KanakNews… pic.twitter.com/6ityUBE3Bb
ପ୍ରେମର ସନ୍ଧ୍ୟାକୁ ଆହୁରି ପ୍ରେମମୟ କରିଥିଲେ ବିଶିଷ୍ଟ କଣ୍ଠଶିଳ୍ପୀ ବିବୁ ଦାସ । ତାଙ୍କ ସୁମଧୁର ସ୍ୱର ଓ ପ୍ରେମ ସଙ୍ଗୀତରେ ଝୁମିଥିଲେ ଦର୍ଶକ । ‘ସାରସ୍ବତ ସମାଜ’ ସମେତ ଅନ୍ୟ ଲେଖକ ଓ କଣ୍ଠଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ‘ସମ୍ବାଦ’ ଓ ‘କନକ ନ୍ୟୁଜ’ର ସମ୍ପାଦକ ତନୟା ପଟ୍ଟନାୟକ । ମଞ୍ଚ ପରିଚାଳନା କରିଥିଲେ ଆର୍.ଜେ ଅନିଲ । ଧନ୍ୟବାଦ ଅର୍ପଣ କରିଥିଲେ ଆକାଂକ୍ଷା ପଟ୍ଟନାୟକ । ଆଜି ବରଗଡ଼, ବାଲେଶ୍ବର, ପୁରୀ, ଯାଜପୁର, କଟକ, ନୟାଗଡ଼, ଆଦି ଭିନ୍ନ ଭିନ୍ନ ଜିଲ୍ଲାରୁ ଲେଖକମାନେ ସାମିଲ ଥିଲେ । ଅତିଥି ଓ ଦର୍ଶକଙ୍କୁ ଓଡ଼ିଆ ଖାଦ୍ୟ ଦହିବରା-ଆଳୁଦମ୍ ପରଷା ଯାଇଥିଲା ।
‘ଚିଠି ମୋର ଟିକି ଚଢ଼େଇ’ ଅଧିବେଶନରେ କବିତା ଆବୃତ୍ତି ଓ କ୍ଷୁଦ୍ରଗଳ୍ପ ପଠନ କରୁଛନ୍ତି ଚିତ୍ତରଂଜନ ପୃଷ୍ଟି, ମଧୁସୂଦନ ରାଉତରାୟ, ଜ୍ୟୋତିରଂଜନ ସାହୁ, ଆନ୍ପା ମାର୍ଣ୍ଡି ଓ ଶଶାଙ୍କ ପ୍ରିୟସଖା । #ସାହିତ୍ୟପକ୍ଷ#SambadSahitya#Literature#SahityaPakshya2026#Sambad#KanakNews#AmaOdishapic.twitter.com/resXYAYxkz
— Sambad (ସମ୍ବାଦ) (@sambad_odisha) February 14, 2026
ପ୍ରେମକୁ ନେଇ ଆପଣମାନେ ବହୁ ସଂଖ୍ୟାରେ କବିତା ଓ ମିନି ଗଳ୍ପ ପଠାଇଥିଲେ । ସମୟର ସ୍ବଳ୍ପତା ଦୃଷ୍ଟିରୁ କିଛି ଲେଖାକୁ ମଞ୍ଚରେ ସ୍ଥାନ ଦେଇଛୁ । ଅନ୍ୟ ଲେଖାସବୁ ସମ୍ବାଦ ଇ-ପେପରରେ ପରବର୍ତ୍ତୀ ଦିନଗୁଡ଼ିକରେ ପ୍ରକାଶ ପାଇବ ।
#ସମ୍ବାଦ_ସାହିତ୍ୟ_ପକ୍ଷର_ଚତୁର୍ଦ୍ଦଶ_ସନ୍ଧ୍ୟା
— Sambad (ସମ୍ବାଦ) (@sambad_odisha) February 14, 2026
ଆଜି ପ୍ରେମ ଦିବସରେ ମନଛୁଆଁ ମନୋରଂଜନ କାର୍ଯ୍ୟକ୍ରମ ନେଇ ଆସୁଛନ୍ତି ବିଶିଷ୍ଟ କଣ୍ଠଶିଳ୍ପୀ ବିବୁ ଦାସ । #ସାହିତ୍ୟପକ୍ଷ#SambadSahitya#Literature#SahityaPakshya2026#Sambad#KanakNews#AmaOdisha@tanaya_p@SambadSahityapic.twitter.com/EcX9poLd4z
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2026/02/14/sahitya-pakhya-2026-02-14-21-36-24.jpeg)