ଭୁବନେଶ୍ୱର: ଛଳଛଳ ଆଖିପତାରୁ ଲୁହକୁ ଚିପୁଡ଼ିଦେବା କାମ କରେ ନାଟକ । ଯାହା ପଥରକୁ ମଣିଷ କରିବାକୁ ଚେଷ୍ଟା କରେ ତାହା ନାଟକ ବୋଲି ପ୍ରଖ୍ୟାତ ନାଟ୍ୟକାର ଡକ୍ଟର ରମେଶ ପ୍ରସାଦ ପାଣିଗ୍ରାହୀ କହିଛନ୍ତି । ଆଜି ‘ନାଟକ ସାହିତ୍ୟ’ ପ୍ରସଙ୍ଗରେ ‘ସମ୍ବାଦ ସାହିତ୍ୟ ପକ୍ଷ’ ଦ୍ବିତୀୟ ସଂସ୍କରଣର ଚତୁର୍ଥ ସଂଧ୍ୟାକୁ ଉଦ୍ଘାଟନ କରି ଶ୍ରୀ ପାଣିଗ୍ରାହୀ ଏହା କହିଛନ୍ତି । ନିଜ ଆଶୀର୍ବଚନରେ ସେ ‘ସମ୍ବାଦ ସାହିତ୍ୟ ପକ୍ଷ’କୁ ସାହିତ୍ୟର କୁମ୍ଭମେଳା ବୋଲି ମଧ୍ୟ କହିଥିଲେ ।
#ସମ୍ବାଦ_ସାହିତ୍ୟ_ପକ୍ଷ_ଦ୍ବିତୀୟ_ସଂସ୍କରଣ; #ଚତୁର୍ଥ_ସନ୍ଧ୍ୟା
— Sambad (ସମ୍ବାଦ) (@sambad_odisha) February 4, 2026
ସାହିତ୍ୟ ପକ୍ଷର ଚତୁର୍ଥ ସନ୍ଧ୍ୟା: ସଭାକୁ ଉଦ୍ଘାଟନ କରି ଆଶୀର୍ବଚନ ପ୍ରଦାନ କଲେ ବିଶିଷ୍ଟ ନାଟ୍ୟକାର ରମେଶ ପ୍ରସାଦ ପାଣିଗ୍ରାହୀ । #ସାହିତ୍ୟପକ୍ଷ#SambadSahitya#Literature#SahityaPakhya2026#Sambad#KanakNews#AmaOdisha@tanaya_p@SambadSahityapic.twitter.com/DCoiBC2FLP
ଆଧୁନିକ ଓଡ଼ିଆ ନାଟ୍ୟ ଆକାଶର ଉଜ୍ଜ୍ବଳ ତାରା କବିଚନ୍ଦ୍ର କାଳିଚରଣ ପଟ୍ଟନାୟକଙ୍କୁ ଆଜିର ମଞ୍ଚ ସମର୍ପିତ ହୋଇଥିଲା । ଆଳାପ ଅଧିବେଶନରେ 'ନାଟକ ଓ ପାଠକ' ପ୍ରସଙ୍ଗରେ ସୁପ୍ରସିଦ୍ଧ ଲେଖିକା ସଂଘମିତ୍ରା ମିଶ୍ର କହିଥିଲେ, ନାଟକର ପାଠକ ହେଲେ ଦର୍ଶକ । ତାଙ୍କ ସହ ଆଳାପରେ ଥିଲେ ଶତ୍ରୁଜିତ୍ ।
ସାହିତ୍ୟ ପକ୍ଷ ୨୦୨୬ ଚତୁର୍ଥ ସନ୍ଧ୍ୟା: ‘ନାଟକ ଓ ପାଠକ’ ପ୍ରସଙ୍ଗକୁ ନେଇ ଆଳାପ ଆଲୋଚନା କରୁଛନ୍ତି ବିଶିଷ୍ଟ ଲେଖିକା ପ୍ରଫେସର୍ ସଂଘମିତ୍ରା ମିଶ୍ର ଓ ଯୁବ ଲେଖକ ଶତ୍ରୁଜିତ୍। #ସାହିତ୍ୟପକ୍ଷ#SambadSahitya#Literature#SahityaPakhya2026#Sambad#KanakNews#AmaOdisha@tanaya_p@SambadSahityapic.twitter.com/jBFLuZaIxn
— Sambad (ସମ୍ବାଦ) (@sambad_odisha) February 4, 2026
ଦର୍ଶକ ସୃଷ୍ଟି ପାଇଁ ନାଟକ ଲୋକଙ୍କ ପାଖକୁ ଯିବା ଦରକାର । ନାଟକ କରୁଥିବା କର୍ମୀଙ୍କର ସମାଜ ପ୍ରତି ଅନେକ କର୍ତ୍ତବ୍ୟ ରହିଛି । ଦର୍ଶକ ଅଛନ୍ତି ବୋଲି ନାଟକ ଚାଲିଛି । ଯାହା ଅଟକିଯାଏନି ତାହା ନାଟକ ବୋଲି ଆଲୋଚନା ଅଧିବେଶନରେ ନାଟ୍ୟକର୍ମୀ ବିପ୍ଳବ ଶତପଥୀ, ସୋମନାଥ ବେହେରା ଓ ପ୍ରଦ୍ୟୁମ୍ନ କୁମାର ସାହୁ ମତ ପ୍ରକାଶ କରିଥିଲେ । 'ନାଟକରେ ଦର୍ଶକଙ୍କ ଅଭାବ କାହିଁକି ?' ପ୍ରସଙ୍ଗରେ ଆଜିର ନାଟକ ସାମ୍ନା କରୁଥିବା ସମସ୍ୟା ଓ ସଂଘର୍ଷ ଦିଗରେ ଏହି ଆଲୋଚନା ହୋଇଥିଲା । ଏହାର ସଂଯୋଜନା ଭାର ସମ୍ଭାଳିଥିଲେ ଆଶିଷ ସୋନାର । ବିଗତ ସଞ୍ଜ ପରି ଚତୁର୍ଥ ସଞ୍ଜର ମଞ୍ଚରେ ମନଛୁଆଁ କବିତା ଆବୃତ୍ତି କରିଥିଲେ କବି ନୃସିଂହ ତରାଇ, କବୀ ନିରୁପମା ବେହେରା ଏବଂ କ୍ଷୁଦ୍ରଗଳ୍ପ ପଠନ କରିଥିଲେ ଗାଳ୍ପିକା ରୋଜାଲିନି ମିଶ୍ର ।
ସାହିତ୍ୟ ପକ୍ଷ ମଞ୍ଚର ଚତୁର୍ଥ ସନ୍ଧ୍ୟା: ଆଲୋଚନାରେ ଭାଗ ନେଇ ‘ନାଟକରେ ଦର୍ଶକଙ୍କ ଅଭାବ କାହିଁକି?’ ପ୍ରସଙ୍ଗ ଉପରେ ଆଲୋଚନା କରୁଛନ୍ତି ବିଶିଷ୍ଟ ନାଟ୍ୟକାର ବିପ୍ଳବ ଶତପଥୀ, ସୋମନାଥ ବେହେରା, ପ୍ରଦ୍ୟୁମ୍ନ କୁମାର ସାହୁ ଏବଂ ସଭାକୁ ସଂଯୋଜନା କରୁଛନ୍ତି ଯୁବ ନାଟ୍ୟକାର ଆଶିଷ ସୋନାର । #ସାହିତ୍ୟପକ୍ଷ#SambadSahitya#Literature… pic.twitter.com/sfgpFT9mUN
— Sambad (ସମ୍ବାଦ) (@sambad_odisha) February 4, 2026
ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମହାଲକ୍ଷ୍ମୀଙ୍କୁ ନେଇ ଭକ୍ତି-ଭାବର ନାଟ୍ୟାଂଶ 'ଏଇ ମାଟି ମୋର ଶ୍ରୀକ୍ଷେତ୍ର ଭୂଇଁ' ପରିବେଷିତ ହୋଇଥିଲା । ଏହା ପରିବେଶକୁ ଭାବ ବିହ୍ବଳ କରିଥିଲା । ଆର୍ତ୍ତତ୍ରାଣ ଶତପଥୀ ନାଟକ ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ଲାଲା ବିରେନ ରାୟ । ଗୋବିନ୍ଦ, ବିପ୍ରଞ୍ଜୟ ଏବଂ କଳ୍ପନା ଏଥିରେ ଅଭିନୟ କରିଥିଲେ । ଆଜିର ମଞ୍ଚରେ 'ଓଡ଼ିଶା ଲେଖକ ସମବାୟ ସମିତି' ଓ 'ଧଉଳି ସାହିତ୍ୟ ସଂସଦ'ର ସଦସ୍ୟମାନଙ୍କ ସହ ସମସ୍ତ ଅତିଥି ଲେଖକ ଓ କଳାକାରଙ୍କୁ ସମ୍ବର୍ଦ୍ଧିତ କରିଥିଲେ ‘ସମ୍ବାଦ’ ଓ ‘କନକ ନ୍ୟୁଜ’ର ସମ୍ପାଦକ ତନୟା ପଟ୍ଟନାୟକ । ନାଟକ ସାହିତ୍ୟକୁ ନେଇ ପ୍ରଶ୍ନୋତ୍ତର ପେଡ଼ି ଖୋଲିବା ସହ ମଞ୍ଚ ସଂଯୋଜନା ବି କରିଥିଲେ ଆର୍.ଜେ ଅନିଲ । ଧନ୍ୟବାଦ ଅର୍ପଣ କରିଥିଲେ ସାମ୍ବାଦିକା ପ୍ରଗତି ସାହୁ ।
ସାହିତ୍ୟ ପକ୍ଷ ମଞ୍ଚରେ ‘ଏଇ ମାଟି ମୋର ଶ୍ରୀକ୍ଷେତ୍ର ଭୂଇଁ’ ନାଟ୍ୟାଂଶ ପରିବେଷଣ କରୁଛନ୍ତି କଳାକାର ଗୋବିନ୍ଦ, ବିପ୍ରଞ୍ଜୟ ଓ କଳ୍ପନା । ଏହାକୁ ରଚନା କରିଛନ୍ତି ଆର୍ତ୍ତତ୍ରାଣ ଶତପଥୀ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ଲାଲା ବିରେନ ରାୟ ।#ସାହିତ୍ୟପକ୍ଷ#SambadSahitya#Literature#SahityaPakshya2026#Sambad#KanakNews… pic.twitter.com/JaakKqd064
— Sambad (ସମ୍ବାଦ) (@sambad_odisha) February 4, 2026
ବିଗତ ତିନି ଦିନ ଧରି ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଲେଖକ ଓ ଅତିଥି ‘ସମ୍ବାଦ ସାହିତ୍ୟ ପକ୍ଷ’ ମଞ୍ଚରେ ସାମିଲ ହୋଇଥିବା ବେଳେ ଏହି କ୍ରମରେ ଚତୁର୍ଥ ସଞ୍ଜରେ ସୋନପୁର, ସମ୍ବଲପୁର ଏବଂ ବ୍ରହ୍ମପୁରରୁ ଲେଖକ ଓ ଅତିଥି ସାମିଲ ଥିଲେ । ଆଜିର ସଞ୍ଜରେ ଓଡ଼ିଆ ପାରମ୍ପରିକ ଖାଦ୍ୟ ଚକୁଳି-ଆଳୁକଷା ପରଷା ଯାଇଥିଲା ।
ସାହିତ୍ୟ ପକ୍ଷର ଚତୁର୍ଥ ସନ୍ଧ୍ୟା: ମନୋଜ୍ଞ ଆବୃତ୍ତି ଓ ପଠନ ମାଧ୍ୟମରେ ଦର୍ଶକଙ୍କୁ କବିତା ଓ ଗଳ୍ପମନସ୍କ କରୁଛନ୍ତି କବି ନୃସିଂହ ତରାଇ ଓ କବି ନିରୁପମା ବେହେରା ଏବଂ ଗାଳ୍ପିକା ରୋଜାଲିନି ମିଶ୍ର।#ସାହିତ୍ୟପକ୍ଷ#SambadSahitya#Literature#SahityaPakshya2026#Sambad#KanakNews#AmaOdisha@tanaya_p@SambadSahityapic.twitter.com/9AVzNieFxC
— Sambad (ସମ୍ବାଦ) (@sambad_odisha) February 4, 2026
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2026/02/04/new-project-24-2026-02-04-22-07-09.jpg)