ଭୁବନେଶ୍ୱର: ଆଜି ‘ସମ୍ବାଦ ସାହିତ୍ୟ ପକ୍ଷ’ର ପଞ୍ଚମ ସନ୍ଧ୍ୟା ହୋଇଥିଲା ଶିଶୁମନସ୍କ । ମନେପଡ଼ିଥିଲା ‘ଜହ୍ନମାମୁ’ ଓ ‘ଛବିଳ ମଧୁ ବର୍ଣ୍ଣବୋଧ’ । ମନେପଡ଼ିଥିଲା ‘ତୁମ ପରି ଛୋଟ ପିଲାଟିଏ, ଗାଁ ଚାହାଳିର ଚାଟ ସିଏ’ ଓ ସେହିଭଳି ପିଲାଦିନର ଅନେକ ଅଭୁଲା ଗୀତ ଓ କବିତା । ‘ଶିଶୁ ସାହିତ୍ୟ’ ପ୍ରସଙ୍ଗରେ ଆଜିର ମଞ୍ଚ ମହାନ ଶିଶୁ ସାହିତ୍ୟିକ ରାମ ପ୍ରସାଦ ମହାନ୍ତିଙ୍କୁ ସମର୍ପିତ କରାଯାଇଥିବା ବେଳେ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଆଶୀର୍ବଚନ ଦେଇଥିଲେ ବରିଷ୍ଠ ଶିଶୁ ସାହିତ୍ୟିକ ମହେଶ୍ବର ମହାନ୍ତି ।
#ସମ୍ବାଦ_ସାହିତ୍ୟ_ପକ୍ଷ_ଦ୍ବିତୀୟ_ସଂସ୍କରଣ; #ପଞ୍ଚମ_ସନ୍ଧ୍ୟା
— Sambad (ସମ୍ବାଦ) (@sambad_odisha) February 5, 2026
ପଞ୍ଚମ ଦିବସରେ ଆଶୀର୍ବଚନ ଦେଇ ସଭାକୁ ମହିମାନ୍ବିତ କଲେ ବିଶିଷ୍ଟ ଶିଶୁ ସାହିତ୍ୟିକ ମହେଶ୍ବର ମହାନ୍ତି।#ସାହିତ୍ୟପକ୍ଷ#SambadSahitya#Literature#SahityaPakshya2026#Sambad#KanakNews#AmaOdisha@tanaya_p@SambadSahityapic.twitter.com/Laao3m82HO
ଆଜିର ମଞ୍ଚରେ 'ଚିତ୍ର ଓ ଶିଶୁ ସାହିତ୍ୟ' ପ୍ରସଙ୍ଗରେ ଜଣାଶୁଣା ଚିତ୍ରଶିଳ୍ପୀ ମୀନକେତନ ପଟ୍ଟନାୟକ ଓ ବିଶିଷ୍ଟ ଲେଖକ ରବି ମାଝୀ ଆଳାପ କରିଥିଲେ । ପିଲାଙ୍କ ପାଇଁ କାମ କଲେ ପିଲାପଣ ରହିବା ଦରକାର ବୋଲି ଏଥିରେ ମତ ପ୍ରକାଶ ପାଇଥିଲା । ସେହିପରି ‘ବୟସ୍କଙ୍କ ପାଇଁ ଲେଖିଥିଲେ ଭଲ ହୋଇଥାନ୍ତା କି ?’ ପ୍ରସଙ୍ଗରେ ଆଲୋଚନା କରିଥିଲେ ବିଶିଷ୍ଟ ଲେଖକ ଶରତ କୁମାର ବିଶ୍ବାଳ, ଲକ୍ଷ୍ମୀକାନ୍ତ ଖୁଣ୍ଟିଆ ଓ ତନୟା ଦାସ ଗୋସ୍ବାମୀ । ଆଲୋଚନାକୁ ସଂଯୋଜନା କରିଥିଲେ ଲେଖକ ପ୍ରକାଶ ଚନ୍ଦ୍ର ଦାଶ । ଶିଶୁମାନେ ଆମ ଦେଶର ଚଳନ୍ତି ସମ୍ପଦ । ଶିଶୁଙ୍କ ଭିତରେ ସଂସାର ଅଛି । ଶିଶୁ ସାହିତ୍ୟ ମୂଳ ସାହିତ୍ୟ, ଏହାକୁ ଲେଖି ଆମେ ଗର୍ବିତ ବୋଲି ଆଲୋଚକମାନେ ମତ ଦେଇଥିଲେ ।
#ସମ୍ବାଦ_ସାହିତ୍ୟ_ପକ୍ଷର_ପଞ୍ଚମ_ସନ୍ଧ୍ୟା
— Sambad (ସମ୍ବାଦ) (@sambad_odisha) February 5, 2026
- ଶିଶୁଟିଏ ଅକ୍ଷରକୁ ବୁଝିବା ପୂର୍ବରୁ ପ୍ରଥମେ ଚିତ୍ରକୁ ବୁଝିଥାଏ
- ସମ୍ବାଦ ସାହିତ୍ୟ ପକ୍ଷ ମଞ୍ଚରେ ଆଜି ଆଳାପର ପ୍ରସଙ୍ଗ: 'ଚିତ୍ର ଓ ଶିଶୁ ସାହିତ୍ୟ'
- ଆଳାପ ଆସନରେ ବସିଛନ୍ତି ଜଣାଶୁଣା ଚିତ୍ରଶିଳ୍ପୀ ଡ. ମୀନକେତନ ପଟ୍ଟନାୟକ ଓ ବିଶିଷ୍ଟ ଲେଖକ ରବି ମାଝୀ
#ସାହିତ୍ୟପକ୍ଷ#SambadSahitya… pic.twitter.com/RpDpwiGwnL
ଶିଶୁ ସାହିତ୍ୟ ସନ୍ଧ୍ୟାରେ କୁନିକୁନି ପିଲାଙ୍କ ଦ୍ବାରା ଶିଶୁଗୀତ 'ତୁମ ପରି ଛୋଟ ପିଲାଟିଏ' ଓ 'ନିଧିବୁଢା' ମଞ୍ଚରେ ପରିବେଷିତ ହୋଇଥିଲା । ଏଥିରେ ରୟାଲ ପବ୍ଲିକ ସ୍କୁଲ ଏବଂ ଲାସ୍ୟକଳା ଏକାଡେମୀର ପିଲାମାନେ ଭାଗ ନେଇଥିଲେ । କୁନି କଣ୍ଠଶିଳ୍ପୀ ବୈଭବ ସେନଙ୍କ ଗୀତ, ବକୁଳ ଫାଉଣ୍ଡେସନର ପ୍ରତିଷ୍ଠାତା ସୁଜିତ ମହାପାତ୍ରଙ୍କ ଗଳ୍ପ କଥନ ଏବଂ ଏମ.କେ ଡ୍ୟାନ୍ସ ଷ୍ଟୁଡିଓର କୁନିକୁନି ପିଲାଙ୍କ ଦ୍ବାରା ସମ୍ବଲପୁରୀ ନୃତ୍ୟରେ ଝୁମିଥିଲେ ଦର୍ଶକ ।
ସାହିତ୍ୟ ପକ୍ଷ ପଞ୍ଚମ ସନ୍ଧ୍ୟାର ଆକର୍ଷଣ: ଶିଶୁଗୀତ ‘ତୁମ ପରି ଛୋଟ ପିଲାଟିଏ’ ଓ ‘ମଧୁବାବୁ-ନିଧିବୁଢ଼ା’ର ମନଛୁଆଁ ପରିବେଷଣ କଲେ ରୟାଲ୍ ପବ୍ଲିକ୍ ସ୍କୁଲ୍ ଓ ଲାସ୍ୟକଳା ଟିମ୍ର କୁନିକୁନି କଳାକାର । #ସାହିତ୍ୟପକ୍ଷ#SambadSahitya#Literature#SahityaPakshya2026#Sambad#KanakNews#AmaOdisha@tanaya_p… pic.twitter.com/sufelvZACa
— Sambad (ସମ୍ବାଦ) (@sambad_odisha) February 5, 2026
ସମସ୍ତ ଅତିଥି ଲେଖକ ଓ କଳାକାରଙ୍କୁ ସମ୍ବର୍ଦ୍ଧିତ କରିଥିଲେ ‘ସମ୍ବାଦ’ ଓ ‘କନକ ନ୍ୟୁଜ’ର ସମ୍ପାଦକ ତନୟା ପଟ୍ଟନାୟକ । ଶିଶୁ ସାହିତ୍ୟକୁ ନେଇ ପ୍ରଶ୍ନୋତ୍ତର ପେଡ଼ି ଖୋଲିବା ସହ ମଞ୍ଚ ସଂଯୋଜନା କରିଥିଲେ ଆର୍.ଜେ ଅନିଲ । ସମ୍ବାଦ ପରିବାର ତରଫରୁ ଧନ୍ୟବାଦ ଅର୍ପଣ କରିଥିଲେ ବିପାଶା ରାଜ୍ ।
#ସମ୍ବାଦ_ସାହିତ୍ୟ_ପକ୍ଷର_ପଞ୍ଚମ_ସନ୍ଧ୍ୟା
— Sambad (ସମ୍ବାଦ) (@sambad_odisha) February 5, 2026
ସାହିତ୍ୟ ପକ୍ଷ ମଞ୍ଚରେ ଗୀତ ଗାୟନ କଲେ କଣ୍ଠଶିଳ୍ପୀ ବୈଭବ ସେନ୍ । #ସାହିତ୍ୟପକ୍ଷ#SambadSahitya#Literature#SahityaPakshya2026#Sambad#KanakNews#AmaOdisha@tanaya_p@SambadSahityapic.twitter.com/0PQ2BJE11C
ମଞ୍ଚରେ ଓଡ଼ିଆପଣ, ଖାଦ୍ୟରେ ବି ଓଡ଼ିଆପଣ
ପ୍ରଥମ ସଂସ୍କରଣ ପରି ‘ସମ୍ବାଦ ସାହିତ୍ୟ ପକ୍ଷ’ର ଦ୍ବିତୀୟ ସଂସ୍କରଣରେ ବି ଓଡ଼ିଆ ଖାଦ୍ୟର ମହମହ ମହକ ବାରିଛନ୍ତି ଅତିଥି ଓ ଦର୍ଶକ । ପ୍ରଥମ ଦିବସରେ ବିରି ପୋଡ଼ ପିଠା-ଆଳୁକଷା, ଦ୍ବିତୀୟ ଦିବସରେ କାକରା-ଡାଲମା, ତୃତୀୟ ଦିବସରେ ବରା-ଘୁଗୁନି, ଚତୁର୍ଥ ଦିବସରେ ଚକୁଳି-ଆଳୁକଷା ଏବଂ ଆଜିର ସଞ୍ଜରେ ଦହିବରା-ଆଳୁଦମ୍ ପରଷା ଯାଇଥିଲା ।
ସମ୍ବାଦ ସାହିତ୍ୟ ପକ୍ଷର ପଞ୍ଚମ ସନ୍ଧ୍ୟା: ସମ୍ବଲପୁରୀ ନୃତ୍ୟରେ ଦର୍ଶକଙ୍କ ମନୋରଂଜନ କରୁଛନ୍ତି ଏମ୍ କେ ଡ୍ୟାନ୍ସ ଷ୍ଟୁଡିଓର କଳାକାର । #ସାହିତ୍ୟପକ୍ଷ#SambadSahitya#Literature#SahityaPakshya2026#Sambad#KanakNews#AmaOdisha@tanaya_p@SambadSahityapic.twitter.com/8ZJno7EvD7
— Sambad (ସମ୍ବାଦ) (@sambad_odisha) February 5, 2026
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2026/02/05/sambad-sahitya-pakhya-2026-02-05-22-06-41.jpeg)