ଭୁବନେଶ୍ୱର: ଯେବେ କଲମ ଧରନ୍ତି ରାଜନେତା, ସେବେ ରାଜନୀତିର କାଗଜ ଉପରେ ସୃଷ୍ଟିହୁଏ ଜନତାଙ୍କ ଜୀବନକୁ ନେଇ ସାହିତ୍ୟ । ଆଜି ‘ସମ୍ବାଦ ସାହିତ୍ୟ ପକ୍ଷ’ ଦ୍ବିତୀୟ ସଂସ୍କରଣର ନବମ ସନ୍ଧ୍ୟାକୁ 'ରାଜନୀତି ସାହିତ୍ୟ' ପାଇଁ ଉତ୍ସର୍ଗ କରାଯାଇଥିବା ବେଳେ ମହାନ ଜନନାୟକ, ଲେଖକ ତଥା ପୂର୍ବତନ ମୁଖ୍ଯମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ମଞ୍ଚ ସମର୍ପିତ କରାଯାଇଥିଲା । ଓଡ଼ିଶା ରାଜନୀତିର ଭୀଷ୍ମ ପିତାମହ ପଞ୍ଚାନନ କାନୁନ୍ଗୋ ଆଜିର ସନ୍ଧ୍ୟାକୁ ଉଦଘାଟନ କରି ଆଶୀର୍ବଚନ ପ୍ରଦାନ କରିଥିଲେ । ନିଜ ଆଶୀର୍ବଚନରେ ଶ୍ରୀ କାନୁନ୍ଗୋ କହିଥିଲେ, ରାଜନେତାଙ୍କ ଚାରିପାଖେ ଚରିତ୍ରମାନେ ଘୂରିବୁଲନ୍ତି । ରାଜନେତାମାନେ ହିଁ ଉତ୍କୃଷ୍ଟ ସାହିତ୍ୟ ସୃଷ୍ଟି କରିପାରିବେ ।
#ସମ୍ବାଦ_ସାହିତ୍ୟ_ପକ୍ଷର_ନବମ_ସନ୍ଧ୍ୟା
— Sambad (ସମ୍ବାଦ) (@sambad_odisha) February 9, 2026
ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍ଗୋଙ୍କ ଆଶୀର୍ବଚନରେ ଆରମ୍ଭ ହେଲା ସାହିତ୍ୟ ପକ୍ଷର ନବମ ଦିବସ । #ସାହିତ୍ୟପକ୍ଷ#SambadSahitya#Literature#SahityaPakshya2026#Sambad#KanakNews#AmaOdisha@tanaya_p@SambadSahityapic.twitter.com/9iu442fDIC
ଆଜିର ମଞ୍ଚରେ 'ରାଜନୈତିକ ଜୀବନ ସାହିତ୍ୟ ଲେଖିବାକୁ ଅନୁପ୍ରାଣିତ କରେ କି ?' ପ୍ରସଙ୍ଗରେ ଶ୍ରମିକ ନେତା ତଥା ଲେଖକ ମାୟାଧର ନାୟକଙ୍କ ସହ ଲେଖକ ଓ ଯୁବନେତା ଅମୀୟ ପାଣ୍ଡବ ଆଳାପ କରିଥିଲେ । ସାହିତ୍ୟର ଅଶ୍ରୁ, ରାଜନୀତିର ରକ୍ତ ଏକ ସାର୍ଥକ ସମୀକରଣ ବୋଲି ଏଥିରେ ମତ ପ୍ରକାଶ ପାଇଥିଲା ।
#ସମ୍ବାଦ_ସାହିତ୍ୟ_ପକ୍ଷର_ନବମ_ସନ୍ଧ୍ୟା
— Sambad (ସମ୍ବାଦ) (@sambad_odisha) February 9, 2026
- ଆଜିର ପ୍ରସଙ୍ଗ: ‘ରାଜନୀତି ସାହିତ୍ୟର ପରିପନ୍ଥୀ କି?’
- ଆଲୋଚକ ଆସନରେ ସାହିତ୍ୟିକ ଓ ରାଜନେତା ସଂଜୟ ଦାସବର୍ମା, ନାଟ୍ୟକାର, ଗୀତିକାର ଓ ରାଜନେତା ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ପୂର୍ବତନ ବିଧାୟକ ଓ ସାହିତ୍ୟିକ ଅରୁଣ ସାହୁ ଏବଂ ଏହାକୁ ସଂଯୋଜନା କରୁଛନ୍ତି ସାହିତ୍ୟିକ, ରାଜନେତା ଓ ପରିବେଶବିତ୍… pic.twitter.com/n4yolBFcpk
ବିଶିଷ୍ଟ ରାଜନେତାଙ୍କୁ ନେଇ ଜମିଥିଲା ଆଲୋଚନା ଅଧିବେଶନ । 'ରାଜନୀତି ସାହିତ୍ୟର ପରିପନ୍ଥୀ କି?' ପ୍ରସଙ୍ଗରେ ସଂଜୟ ଦାସବର୍ମା, ଅରୁଣ କୁମାର ସାହୁ, ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ସାମିଲ ଥିଲେ । ଆଲୋଚନାକୁ ସଂଯୋଜନା କରିଥିଲେ ଦିଲ୍ଲୀପ ଶ୍ରୀଚନ୍ଦନ । ଏଥିରେ ମତ ପ୍ରକାଶ ପାଇଥିଲା, ସାହିତ୍ୟ ହେଉଛି ଏକ ଦୀର୍ଘକାଳୀନ ରାଜନୀତି; ରାଜନୀତି ହେଉଛି ଏକ ସ୍ବଳ୍ପକାଳୀନ ସାହିତ୍ୟ । ରାଜନୀତି ଏକ ସୀମାବଦ୍ଧ ପୁଷ୍କରିଣୀ, ସାହିତ୍ୟ ସ୍ବାଧୀନତାର ଏକ ମହାସାଗର । ଆଲୋଚକମାନେ କବିତା ସହ ନାଟକର ସଂଳାପ ବି ଶୁଣାଇଥିଲେ ।
ଟିଭି ପରଦାରେ ଦର୍ଶକଙ୍କୁ ହସାଇ ହସାଇ ବେଦମ୍ କରୁଥିବା ପ୍ରଜ୍ଞା-ଶଙ୍କରଙ୍କ ଯୋଡ଼ି ଆଜିର ସମ୍ବାଦ ସାହିତ୍ୟ ପକ୍ଷ ୯ମ ଦିନର ମଞ୍ଚରେ ।#ସାହିତ୍ୟପକ୍ଷ#SambadSahitya#Literature#SahityaPakshya2026#Sambad#KanakNews#AmaOdisha@tanaya_p@SambadSahityapic.twitter.com/A0DsvgTNRf
— Sambad (ସମ୍ବାଦ) (@sambad_odisha) February 9, 2026
ଆବୃତ୍ତି ଆସରକୁ ଭାବ ଓ ଆବେଗର ଶବ୍ଦ-ସ୍ୱରରେ ସଜେଇଥିଲେ କବି ସ୍ୱପ୍ନା ମିଶ୍ର, କବି ବେଦପ୍ରକାଶ ନାୟକ ଓ ଗାଳ୍ପିକା ଚିନ୍ମୟୀ ପଣ୍ଡା । ରାଜନୀତିକୁ ନେଇ ହାସ୍ୟ ଅଭିନେତା ପ୍ରଜ୍ଞା-ଶଙ୍କରଙ୍କ କମେଡି ତଡ଼କାରେ ହସିହସି ବେଦମ ହୋଇଥିଲେ ଦର୍ଶକ ଓ ଅତିଥି । 'କୋଠଘର’ ସାହିତ୍ୟ ଅନୁଷ୍ଠାନ ସହ ସମସ୍ତ ଅତିଥି ଲେଖକ ଓ କଳାକାରଙ୍କୁ ସମ୍ବର୍ଦ୍ଧିତ କରିଥିଲେ ‘ସମ୍ବାଦ’ ଓ ‘କନକ ନ୍ୟୁଜ’ର ସମ୍ପାଦକ ତନୟା ପଟ୍ଟନାୟକ । ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ସହ ମଞ୍ଚ ସଂଯୋଜନା କରିଥିଲେ ଆର୍.ଜେ ଅନିଲ । ଧନ୍ୟବାଦ ଅର୍ପଣ କରିଥିଲେ ସାମ୍ବାଦିକ ମୋନାଲିସା ପରିଡ଼ା । ଆଜି ଓଡ଼ିଆ ଖାଦ୍ୟ ପୂର କାକରା-ଡାଲମା ଅତିଥି ଓ ଦର୍ଶକଙ୍କୁ ପରଷା ଯାଇଥିଲା ।
#ସମ୍ବାଦ_ସାହିତ୍ୟ_ପକ୍ଷର_ନବମ_ସନ୍ଧ୍ୟା
— Sambad (ସମ୍ବାଦ) (@sambad_odisha) February 9, 2026
ରାଜନେତା କ’ଣ ଖାଲି ରାଜନୈତିକ ଭାଷଣ ଦିଅନ୍ତି ନା ସାହିତ୍ୟ କ୍ଷେତ୍ରରେ କଲମ ବି ଚଳାନ୍ତି! ‘ରାଜନୈତିକ ଜୀବନ ସାହିତ୍ୟ ଲେଖିବାକୁ ଅନୁପ୍ରାଣିତ କରେ କି?’ ପ୍ରସଙ୍ଗ ଉପରେ ଆଲୋଚନା କଲେ ବିଶିଷ୍ଟ ରାଜନେତା ଓ ସାହିତ୍ୟିକ ମାୟାଧର ନାୟକ ଓ ଯୁବ ନେତା ତଥା ଲେଖକ ଅମୀୟ ପାଣ୍ଡବ ।#ସାହିତ୍ୟପକ୍ଷ… pic.twitter.com/S7pUYDZHsh
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2026/02/09/new-project-3-2026-02-09-22-03-21.jpg)