ରାଉରକେଲା : ସମ୍ବାଦ-ସାହିତ୍ୟଘର ପକ୍ଷରୁ ପଖାଳ ଦିବସ ପାଳିତ

ରାଉରକେଲା : ‘ସମ୍ବାଦ-ସାହିତ୍ୟଘର’ର ପକ୍ଷରୁ ଏନ୍‌ଆଇଟି ରୋଡସ୍ଥ ଏକ ହୋ‌ଟେଲରେ ପଖାଳ ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥିଭାବେ ଅବସରପ୍ରାପ୍ତ ଉପଜିଲ୍ଲାପାଳ ମହେନ୍ଦ୍ର ପଟ୍ଟନାୟକ ଯୋଗଦେଇ ପଖାଳ ଦିବସ ପାଳନର ଯଥାର୍ଥତା ବିଷୟରେ କହିଥିଲେ। ଓଡ଼ିଆ ଜାତିର ଅସ୍ମିତା କହିଲେ ପଖାଳକୁ ବୁଝାଏ। କି ଧନୀ କି ଗରିବ ପଖାଳ କଂସାଠାରୁ କେହି ଦୂରେଇ ରହି ପାରି ନାହାନ୍ତି। ଏପରିକି ବଡ଼ ଠାକୁର ଶ୍ରୀ ଜଗନ୍ନାଥଙ୍କ ଛପନ ଭୋଗ ମଧ୍ୟରେ ପଖାଳ ତାଙ୍କର ପ୍ରିୟ ଖାଦ୍ୟ ବୋଲି ସେ କହିଥିଲେ।

ସମ୍ମାନିତ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ଅରବିନ୍ଦ ଦାସ ଯୋଗଦେଇ ଓଡିଶାର ପ୍ରିୟ ଖାଦ୍ୟକୁ ଆମ ପଡୋଶୀ ରାଜ୍ୟ ସହ ବିଶ୍ୱବାସୀଙ୍କ ନିକଟରେ ପହଂଚାଇବା ପାଇଁ ଏଭଳି ଦିବସର ଆବଶ୍ୟକତା ବର୍ତ୍ତମାନ ପରିସ୍ଥିତିରେ ନିହାତି ଆବଶ୍ୟକ ବୋଲି କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ସମ୍ବାଦ -ସାହିତ୍ୟଘର ରାଉରକେଲା ଏକ ମାତ୍ର ଅନୁଷ୍ଠାନ ଯିଏ ନିରବଚ୍ଛିନ୍ନ ଭାବେ ପଖାଳ ଦିବସ ରାଉରକେଲାରେ ପାଳନ କରିଆସୁଥିବାରୁ ସମସ୍ତ କର୍ମକର୍ତ୍ତାଙ୍କ ସହ ଏହାର ପ୍ରତିଷ୍ଠାତା ସୌମ୍ୟରଂଜନ ପଟ୍ଟନାୟକଙ୍କ ଦୂରଦୃଷ୍ଟିତା ପାଇଁ ଧନ୍ୟବାଦ ଜଣାଇଥିଲେ।

ସମ୍ବାଦ- ସାହିତ୍ୟଘର ରାଉରକେଲାର ସଭାପତି ଇଂ ଆଲୋକ ରଞ୍ଜନ ମଲ୍ଲିକ ସଭାପତିତ୍ବ କରିଥିଲେ। କାର୍ଯ୍ୟକାରୀ ସଭାପତି ରାମକୃଷ୍ଣ ତ୍ରିପାଠୀ କହିଥିଲେ ପଖାଳ ଖାଇବା ଦ୍ୱାରା ଆମ ଶରୀର ସୁସ୍ଥ ରହିବା ସହ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଇଣ୍ଡିଆନ କାଉନସିଲ୍‌ ଅଫ୍ ମେଡ଼ିକାଲ ସାଇନ୍ସର ମୁଖ୍ୟ ଡାକ୍ତର ଗୁଲେରିଆ କୋଭିଡ ସମୟରେ ପଖାଳ ଉପକାରିତା ସଂକାନ୍ତରେ କହିଥିଲେ। ଏହି ଅବସରରେ ଏକ କବିତା ପାଠ ଆସର ଅନୁଷ୍ଠିତ ହୋଇଥିଲା। କବୟିତ୍ରୀ ବିଜୟଲକ୍ଷ୍ମୀ ପଟ୍ଟନାୟକ ସଂଯୋଜନା କରିଥିଲେ। କବି ତ୍ରିଲୋଚନ ସ୍ୱାଇଁ, ଆଲୋକ ବୋଷ, ବିଜୟ ଲଷ୍ମୀ ପଟ୍ଟନାୟକ, ବିଭୁ ନାୟକ କବିତା ପାଠ କରିଥିଲେ । କବି ତ୍ରିଲୋଚନ ସ୍ୱାଇଁଙ୍କର ଗଛ କବିତା ସମସ୍ତଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା। ବିରେନ କୁମାର ଟୁଡୁ ସ୍ୱାଗତ ଭାଷଣ ଦେଇଥିଲେ। ହରିହର ସାହୁ, ବଦ୍ରି ବିଶାଳ ଦାସ ଓ ଆରୟନ ପ୍ରିୟଦର୍ଶୀଙ୍କ ପ୍ରତ୍ୟକ୍ଷ ସହଯୋଗରେ ପଖାଳ ଦିବସ ପାଳନ ହୋଇଥିଲା। ଅନୁଷ୍ଠାନର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ଦାସ କାର୍ଯ୍ୟକ୍ରମର ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର