‘ସମ୍ବାଦ-ସାହିତ୍ୟଘର’ ପକ୍ଷରୁ ରାଜ୍ୟସାରା ପଖାଳ ଦିବସ ପାଳିତ

ଭୁବନେଶ୍ବର : ସୋମବାର ଦିନ ସାରାରାଜ୍ୟରେ ସମ୍ବାଦ-ସାହିତ୍ୟଘରର ୬୧ ଶାଖାରେ ଉତ୍ସାହର ସହ ପଖାଳ ଦିବସ ପାଳନ କରାଯାଇଛି। ଭୁବନେଶ୍ବର ସଂସ୍କରଣର ଭୁବନେଶ୍ବର, ବେଗୁନିଆ, କାକଟପୁର, ଅସ୍ତରଙ୍ଗ, ନୂଆଗାଁ, କଟକ ସଂସ୍କରଣର ବାଲିକୁଦା, ସାଲେପୁର, ବାଙ୍କି, ତିଗିରିଆ, ଡମପଡ଼ା, ମାଣିଆବନ୍ଧ, ଟାଙ୍ଗି, ନରସିଂହପୁର, ନିଶ୍ଚିନ୍ତକୋଇଲି, ନିଆଳି, କଣ୍ଟାପଡ଼ା, ମାହାଙ୍ଗା, ଆଳି, ମାର୍ଶାଘାଇ, ବାଲେଶ୍ବର ସଂସ୍କରଣର ରାଣୀତାଲ, ଭଦ୍ରକ, ତିହିଡ଼ି, ଭଣ୍ଡାରିପୋଖରୀ, ରେମୁଣା, ଜଳେଶ୍ବର, ବାଲିଆପାଳ, ସିମୁଳିଆ, ବଡ଼ସାହି, କୁଳିଅଣା, ରାଇରଙ୍ଗପୁର, ଠାକୁରମୁଣ୍ଡା, ସମ୍ବଲପୁର ସଂସ୍କରଣର ବରଗଡ଼, ସମ୍ବଲପୁର, କୁଚିଣ୍ଡା, ରାଉରକେଲା ସଂସ୍କରଣର ନୂଆଗାଁ, ରାଉରକେଲା, ଲହୁଣୀପଡ଼ା, କୁଅଁରମୁଣ୍ଡା, ବିଶ୍ରା, କୋଇଡ଼ା, ଗୁରୁଣ୍ଡିଆ, ସୁନ୍ଦରଗଡ଼, ହେମଗିରି, ଲେଫ୍ରିପଡ଼ା, କୁତରା, ଜୟପୁର ସଂସ୍କରଣର ମାଲକାନାଗିରି, କାଲିମେଳା, କୋରାପୁଟ, ଜୟପୁର, ନବରଙ୍ଗପୁର, ରାୟଗଡ଼ା, ବ୍ରହ୍ମପୁର ସଂସ୍କରଣର ଭଂଜନଗର, ବ୍ରହ୍ମପୁର, ପୁରୁଷୋତ୍ତମପୁର, ବେଗୁନିଆପଡ଼ା, ଖଲ୍ଲିକୋଟ, ହିଞ୍ଜିଳିକାଟୁ, ପାରଳାଖେମୁଣ୍ଡି, ଅନୁଗୁଳ ସଂସ୍କରଣର ସଦର, ପାଳଲହଡ଼ା ଏବଂ ଯାଜପୁର ସଂସ୍କରଣର ଦାନଗଦୀ, ରସୁଲପୁର, ହରିଚନ୍ଦନପୁର, ବଡ଼ବିଲ ପ୍ରମୁଖ ଶାଖାରେ ଏନେଇ ବିଶେଷ ସଭାର ଆୟୋଜନ ହୋଇଥିଲା।

ଯେଉଁଥିରେ ପଖାଳର ମାହାତ୍ମ୍ୟ ଉପରେ ଆଲୋଚନା କରାଯାଇଥିଲା। ଗ୍ରାମ୍ୟ ଜୀବନଠାରୁ ଆରମ୍ଭ କରି ଶ୍ରୀଜଗନ୍ନାଥ ଚେତନାରେ କିପରି ପଖାଳର ସ୍ବତନ୍ତ୍ର ସ୍ଥାନ ରହିଛି, ସେନେଇ ଚର୍ଚ୍ଚା ହୋଇଥିଲା। ସଭା ପରେ ସାହିତ୍ୟଘରର ସଦସ୍ୟ ଓ ଅତିଥିମାନେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ସହ ପଖାଳ ଖାଇ‌ଥିଲେ। ପଖାଳ ଦିବସ ଅବସରରେ ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଓ ସାହିତ୍ୟଘରର ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା ଅନୁ‌ଷ୍ଠାନର ସମସ୍ତ ସଦସ୍ୟ ଏବଂ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର