‘ସମ୍ବାଦ ସାହିତ୍ୟଘର’ର ସାରସ୍ବତ ଆସର: ‘ସତ୍ତା ଖୋଜୁଛି ରାଣୀପୁର ଝରିଆଲ’

ଟିଟିଲାଗଡ଼ : ସ୍ଥାନୀୟ ହୋଟେଲ ଜଳାରାମ ପରିସରରେ ଶନିବାର ‘ସମ୍ବାଦ ସାହିତ୍ୟଘର’ର ଏକ ସାରସ୍ବତ ଆସର ଅନୁଷ୍ଠିତ ହୋଇଥିଲା। ଏଥିରେ ସାମ୍ବାଦିକ ହରୀଶ ରାୟଥଟା ମୁଖ୍ୟ ଅତିଥି, ଡ. ଦୋଳ ଗୋବିନ୍ଦ ବିଶି ମୁଖ୍ୟବକ୍ତା, ବିଶିଷ୍ଟ କୋଶଲି କବି ଟିକେଲାଲ ବେହେରା, ବିଶିଷ୍ଟ କବି ନୀଳମଣି ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବୌଦ୍ଧ, ବୈଷ୍ଣବ, ଶୈବ, ଶାକ୍ତ ଆଦି ଧର୍ମର ସମନ୍ବୟ ପୀଠ ପ୍ରସିଦ୍ଧ ରାଣୀପୁର ଝରିଆଳ ଆଜି ବି ତାର ସତ୍ତା ଖୋଜୁଛି। ଏହାର ଏତିହ୍ୟ, ସଂସ୍କୃତି, ଗୌରବ ଲୁକ୍କାକୟିତ ଅବସ୍ଥାରେ ରହିଛି। ଏହା ଉପରେ ଆହୁରି ଗବେଷଣା ହେବା ଆବଶ୍ୟକ ବୋଲି ମୁଖ୍ୟବକ୍ତା ଡ. ବିଶି ମତ ପ୍ରକାଶ କରିଥିଲେ।

ସାହିତ୍ୟଘର ସଭାପତି ସଞ୍ଜୟ ଅଗସ୍ତି ସଭା କାର୍ଯ୍ୟ ପରିଚାଳନା କରିଥିଲେ। ସଦସ୍ୟ ସୁନୀଲ ଅଗସ୍ତି ସ୍ବାଗତ ଭାଷଣ ଓ ସାମ୍ବାଦିକ ସଞ୍ଜୟ ବେହେରା ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦିଲୀପ ପଶାୟତ, ନରସିଂହ ସାହୁ, ରତ୍ନାକର ନାଏକ, ଶ୍ରୀରାଜ ନାଗ, ଚିତ୍ତରଞ୍ଜନ ଚାନ୍ଦ, ଡିଙ୍ଗର ବାରିକ, ମନୋଜ ସାଗରିଆ, ମହେନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର