ବାଲେଶ୍ବର : କୋଭିଡ୍ ମହାମାରୀର ବହୁ ମାସ ପରେ ‘ସମ୍ବାଦ-ସାହିତ୍ୟଘର’ର ବିଷୁବ କବିତା ଆସର ଶିଳ୍ପାଞ୍ଚଳସ୍ଥିତ ‘ସମ୍ବାଦ’ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆଜି ଆସର ସ୍ମୃତି ଓ ପ୍ରେମ କବିତା ଉପରେ ଆଧାରିତ ହୋଇଥିଲା। ସାହିତ୍ୟ ଘରର ସଭାପତି ଡ. ହରିଶ୍ଚନ୍ଦ୍ର ବେହେରା କାର୍ଯ୍ୟକ୍ରମରେ ସଭାପତିତ୍ବ କରିବା ସହ ସ୍ବାଗତଭାଷଣ ଦେଇଥିଲେ। କବିମାନେ କବିତା ଲେଖାରୁ କେବେ ବିଚ୍ୟୁତି ନ ହୋଇ ଲେଖିବା ଜାରି ରଖନ୍ତୁ ବୋଲି ସେ କହିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏଥିରେ ମୁଖ୍ୟଅତିଥି ଭାବେ ଫକୀରମୋହନ ସାହିତ୍ୟ ପରିଷଦର ପୂର୍ବତନ ସଭାପତି ଶିରୀଶ ଚନ୍ଦ୍ର ଜେନା ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ମୁଖ୍ୟବକ୍ତା ଭାବେ କବି ଶ୍ରୀଦେବ ଯୋଗ ଦେଇ ସଚ୍ଚି ରାଉତରାୟଙ୍କ ଏକ କବିତାକୁ ପାଠ କରି ଏ ସଂପର୍କରେ ଆଲୋଚନା କରିଥିଲେ। ଉପସଭାପତି ଅର୍ଚ୍ଚନା ନନ୍ଦୀ ଅତିଥିଙ୍କୁ ସ୍ବାଗତ କରିବା ସହ ସାହିତ୍ୟଘରର ଆଭିମୁଖ୍ୟ ସଂପର୍କରେ କହିଥିଲେ। କଲ୍ୟାଣୀ ନନ୍ଦ ଓ ଆଜିମ୍ ବାଲେଶ୍ବରୀଙ୍କ ସଂଯୋଜନାରେ କବି କବୟିତ୍ରୀ ଚିତ୍ରାରାଣୀ ପାତ୍ର, କୃଷ୍ଣାରାଣୀ ପ୍ରଧାନ, ଜୁମର ନାଥ ପାତ୍ର, ବାସନ୍ତୀ କର, ଶାନ୍ତିଲତା କର, ବିନିତା ସାହୁ, ଦେବାଶିଷ ସିଂହ, ସୁବ୍ରତା ମହାନ୍ତି, ସୁବାସ ଚନ୍ଦ୍ର ସ୍ବାଇଁ, ମହମ୍ମଦ ଇନାୟତ ଅଲ୍ଲୀ ଖାଁ, ମଧୁସୂଦନ ମିଶ୍ର, ସମ୍ବାଦ ବାଲେଶ୍ବର ସଂସ୍କରଣର ଡେସ୍କ ଇନ୍ଚାର୍ଜ ସୁଦାମବନ୍ଧୁ ଭଟ୍ଟମିଶ୍ର, ସାହିତ୍ୟଘରର ରାଜ୍ୟ ସହଯୋଗୀ ଶତ୍ରୁଘ୍ନ ସାହୁ, ବିନୋଦ ମାଧବ ଦତ୍ତ ପ୍ରମୁଖ କବିତା ପାଠ କରିଥିଲେ। ଏହି ଅବସରରେ ସାହିତ୍ୟଘରର ସଭାପତି ଡ.ବେହେରା ନିକଟରେ ଦୁଇଟି ସ୍ଥାନରୁ ସମ୍ମାନିତ ହୋଇଥିବାରୁ ତାଙ୍କୁ ସାହିତ୍ୟଘର ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା। ଶେଷରେ ସାହିତ୍ୟ ଘରର ସହସଂପାଦକ ରଣଜିତ କୁମାର ପୃଷ୍ଟି ଧନ୍ୟବାଦ ଦେଇଥିଲେ।