‘ସମ୍ବାଦ’ ରାଜ୍ୟସ୍ତରୀୟ ‘ସାରେଗାମା’ ପ୍ରତିଯୋଗିତାର ଚୂଡ଼ାନ୍ତ ଫଳାଫଳ ପ୍ରକାଶ : ପାୟଲ-ସ୍ମରଣିକା-ସୁପାଲି ଜିତିଲେ ପୁରସ୍କାର

ଭୁବନେଶ୍ୱର: ‘ସମ୍ବାଦ’ ରାଜ୍ୟସ୍ତରୀୟ ‘ସାରେଗାମା’ ପ୍ରତିଯୋଗିତାର ଚୂଡ଼ାନ୍ତ ଫଳାଫଳ ଗୁରୁବାର ପ୍ରକାଶ ପାଇଛି। ଭୁବନେଶ୍ୱରସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ ପାୟଲ ମହାନ୍ତି ଓ ସ୍ମରଣିକା ତ୍ରିପାଠୀ କ୍ରମାଗତ ଭାବେ ପ୍ରଥମ ଓ ଦ୍ୱିତୀୟ ପୁରସ୍କାର ଜିତିଥିବା ବେଳେ ବାଲେଶ୍ୱରସ୍ଥିତ ହରେକୃଷ୍ଣ ବେହେରା କଲେଜର ଛାତ୍ରୀ ସୁପାଲି ମହାପାତ୍ର ପ୍ରତିଯୋଗିତାରେ ତୃତୀୟ ପୁରସ୍କାର ଜିତିଛନ୍ତି।

ସ୍ଥାନୀୟ ଜୟଦେବ ଭବନରେ ଆୟୋଜିତ ଏହି  ପ୍ରତିଯୋଗିତାରେ ରାଜ୍ୟର ଜଣାଶୁଣା ସଂଗୀତ ନିର୍ଦେଶକ ପ୍ରଫୁଲ୍ଲ ଚନ୍ଦ୍ର ବେହେରା, କଣ୍ଡଶିଳ୍ପୀ ଦୀପ୍ତିରେଖା ପାଢ଼ୀ ଓ ସଂଗୀତଜ୍ଞ ଆଶାମୁକୁଲ ବାରିକ ବିଚାରକ ଥିଲେ। ସେହିପରି ‘ସମ୍ବାଦ‘ ପରିବାରର ବରିଷ୍ଠ ସଦସ୍ୟ ଓ ଅନ୍ୟ ଦର୍ଶକମାନେ ମଧ୍ୟ ପ୍ରତିଯୋଗିତାରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର