ଭୁବନେଶ୍ୱର: ସ୍ଥାନୀୟ ଜୟଦେବ ଭବନଠାରେ ‘ସମ୍ବାଦ’ର ୩୩ତମ ଜନ୍ମ ଉତ୍ସବ ପରିପ୍ରେକ୍ଷୀରେ ମଙ୍ଗଳବାର ରାଜ୍ୟସ୍ତରୀୟ ସାରେଗାମାପା ପ୍ରତିଯୋଗିତା ଆରମ୍ଭ ହୋଇଛି। ପୂର୍ବରୁ ରାଜ୍ୟର ୮ଟି ସ୍ଥାନରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ହୋଇଥିବା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନେ ଏଥିରେ ଅଂଶ ଗ୍ରହଣ କରିଛନ୍ତି। ସାରେଗାମାପା ପ୍ରତିଯୋଗିତାରେ ୨୪ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରୁଛନ୍ତି। ଏଥିରେ ଯେଉଁ ପ୍ରତିଯୋଗୀମାନେ କୃତିିତ୍ୱ ଅର୍ଜନ କରିବେ ସେମାନଙ୍କୁ ୪ ତାରିଖ ଦିନ ଜୟଦେବ ଭବନଠାରେ ହେବାକୁ ଥିବା ‘ସମ୍ବାଦ’ ୩୩ତମ ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବ।
ଏହି ପ୍ରତିଯୋଗିତାରେ ବିଚାରପତି ଭାବେ ଅଛନ୍ତି ଖ୍ୟାତନାମା କଣ୍ଠଶିଳ୍ପୀ ଚିତ୍ତ ଜେନା, ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଓ କଣ୍ଠଶିଳ୍ପୀ ନାଜିଆ ଆଲମ୍।