‘ସମ୍ବାଦ’ର ରାଜ୍ୟସ୍ତରୀୟ ବାର୍ଷିକ ପ୍ରତିଯୋଗିତା

ଅନ୍‌ଲାଇନ୍‌ରେ ଚିତ୍ରାଙ୍କନ, ହସ୍ତାକ୍ଷର ଓ କୁଇଜ୍‌, ଅଫ୍‌ଲାଇନ୍‌ରେ ବିତର୍କ ଓ ସାରେଗାମା ପ୍ରତିଯୋଗିତା

ଭୁବନେଶ୍ବର : ‘ସମ୍ବାଦ’ର ୩୮ତମ ସ୍ବନକ୍ଷତ୍ର ଅବସରରେ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟା ‘ସମ୍ବାଦ’ ପକ୍ଷରୁ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଆୟୋଜିତ ହେବ। ଗତବର୍ଷ କରୋନା ମହାମାରୀଜନିତ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ‘ସମ୍ବାଦ’ ପ୍ରତିଯୋଗିତାଗୁଡ଼ିକୁ ଅନ୍‌ଲାଇନ୍‌ ମାଧ୍ୟମରେ ଆୟୋଜିତ କରାଯାଇଥିଲା ଏବଂ ଏଥିରେ ହଜାର ହଜାର ଛାତ୍ରଛାତ୍ରୀ ଭାଗ ନେଇଥିଲେ। କୃତୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଏବର୍ଷ କରୋନା ମହାମାରୀର ୨ୟ ଲହରର ପ୍ରଭାବ କମି କମି ଆସୁଥିଲେ ମଧ୍ୟ ଯେହେତୁ ଛୋଟ ପିଲାମାନଙ୍କର ଟିକାକରଣ ବର୍ତମାନ ସୁଦ୍ଧା କରାଯାଇନାହିଁ ସେ ଦୃଷ୍ଟିରୁ ପୁନର୍ବାର ଚିତ୍ରାଙ୍କନ, ହସ୍ତାକ୍ଷର ଓ କୁଇଜ୍‌ ପ୍ରତିଯୋଗିତାଗୁଡ଼ିକ ଅନ୍‌ଲାଇନ୍‌ରେ କରାଯିବ। ବିତର୍କ ଓ ସାରେଗାମା ପ୍ରତିଯୋଗିତାକୁ ଅଫ୍‌ଲାଇନ୍‌ରେ କରାଯିବ ।

୧ମରୁ ୫ମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଚିତ୍ରାଙ୍କନ, ୬ଷ୍ଠରୁ ୮ମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ହସ୍ତାକ୍ଷର, ୯ମ ଓ ୧୦ମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ କୁଇଜ୍‌, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ବିତର୍କ ଏବଂ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ସାରେଗାମା ପ୍ରତି‌ଯୋଗିତା ହେବ।

ପ୍ରତ୍ୟେକ ପ୍ରତିଯୋଗିତା ପାଇଁ ଅନ୍‌ଲାଇନ୍‌ ରେଜିଷ୍ଟ୍ରେସନ୍‌ର ବ୍ୟବସ୍ଥା କରାଯାଇଛି। ନିଜ ମୋବାଇଲରେAamaOdisha ଆପ୍‌ ଡାଉନ୍‌ଲୋଡ଼ କରି କେଉଁ ପ୍ରତିଯୋଗିତାରେ ଭାଗ ନେବାକୁ ଚାହୁଁଛନ୍ତି ସେଥିରେ ରେଜିଷ୍ଟ୍ରେସନ କରିବେ। ରେଜିଷ୍ଟ୍ରେସନ ଫର୍ମର ପ୍ରତ୍ୟେକ ବକ୍ସକୁ ପୂରଣ କରିବେ। ପ୍ରତିଯୋଗୀ ଗୋଟିଏ ମୋବାଇଲ ନମ୍ବରରେ କେବଳ ଗୋଟିଏ ପ୍ରତିଯୋଗିତାରେ ଭାଗ ନେଇପାରିବେ।

ବିସ୍ତୃତ ନିୟମାବଳି ପରବର୍ତୀ ସମୟରେ ‘ସମ୍ବାଦ’ରେ ପ୍ରକାଶ ପାଇବ।

ସମ୍ବନ୍ଧିତ ଖବର