‘ସମ୍ବାଦ’ ବିଶ୍ବକପ୍ ପୁସ୍ତିକା ଉନ୍ମୋଚିତ

ଭୁବନେଶ୍ବର : ଓଡ଼ିଶା ମାଟିରେ ପ୍ରଥମ ଥର ପାଇଁ ଆୟୋଜିତ ହକି ବିଶ୍ବକପ୍‌ ଅବସରରେ ‘ସମ୍ବାଦ’ ପରିବାର ପକ୍ଷରୁ ପ୍ରକାଶିତ ସ୍ବତନ୍ତ୍ର ପୁସ୍ତିକାକୁ ସୋମବାର ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚନ କରିଛନ୍ତି। ଏହି ଉତ୍ସବରେ ‘ସମ୍ବାଦ’ ଗ୍ରୁପ୍‌ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ, ପରିଚାଳନା ନିର୍ଦେଶିକା ମୋନିକା ନାୟର ପଟ୍ଟନାୟକ, ମୁଖ୍ୟ ନିର୍ବାହୀ ଅଧିକାରୀ କମଳାକାନ୍ତ ମହାପାତ୍ର, ମୁଖ୍ୟ ମହାପ୍ରବଂଧକ (ବାର୍ତା) ଅରବିନ୍ଦ ଦାସ, ଉପ ମହାପ୍ରବଂଧକ ଭବାନୀ ଶଙ୍କର ତ୍ରିପାଠୀ, କ୍ରୀଡ଼ା ସାମ୍ବାଦିକ ସୁରେଶ କୁମାର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

୨୮ ପୃଷ୍ଠା ସମ୍ବଳିତ ଏହି ସଚିତ୍ର ରଙ୍ଗିନ ପୁସ୍ତିକାରେ ସମ୍ପୂର୍ଣ୍ଣ ‌‌ଖେଳସୂଚୀ, ହକି ବିଶ୍ବକପର ୪୭ ବ‌ର୍ଷ ଇତିହାସ, କିମ୍ବଦନ୍ତୀ ଓଡ଼ିଆ, ଅଂଶଗ୍ରହଣକାରୀ ୧୬ ଦଳର ସମ୍ଭାବନା ଓ ସାମର୍ଥ୍ୟ, ଓଡ଼ିଶା ଓ ଓଡ଼ିଆଙ୍କ ସମ୍ପୃକ୍ତି, ଜୀବନ୍ତ ଯୋଦ୍ଧା, ହକି ଭାଇ, କଳିଙ୍ଗ ଷ୍ଟାଡିୟମ ପ୍ରବେଶ ମାନଚିତ୍ର, ଖେଳାଳିଙ୍କୁ ସମର୍ପିତ ‘ହକି ଛକ’, ଦିଲ୍ଲୀପ ତିର୍କିଙ୍କ ଅତିଥି ସ୍ତମ୍ଭ, ପ୍ରଥମ ଓଡ଼ିଆ ବିଶ୍ବକପ୍ ଖେଳାଳି, ଭାରତୀୟ ହକିରେ ଓଡ଼ିଶା ବିରଳ, ନୂଆ ରୂପରେ ଭୁବନେଶ୍ବର, ହକି ହୃଦସ୍ପନ୍ଦନ, ଦେଶର କ୍ରୀଡ଼ା ରାଜଧାନୀ ଆଦି ବହୁ ଆଲେଖ୍ୟ ସ୍ଥାନ ପାଇଛି।

ସମ୍ବନ୍ଧିତ ଖବର