ଜୟପୁର: ‘ସମ୍ବାଦ’ ପକ୍ଷରୁ ଜୋନ୍ ସ୍ତରୀୟ ସାରେଗାମା ଓ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜୟପୁର ସଂସ୍କରଣ ତରଫରୁ ସ୍ଥାନୀୟ ଅରବିନ୍ଦ ନଗର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସମ୍ମିଳନୀ କକ୍ଷରେ ଆୟୋଜିତ ପ୍ରତିଯୋଗିତାକୁ ସଂସ୍କରଣ ମୁଖ୍ୟ ତ୍ରିନାଥ ଖାଡଙ୍ଗା ଉଦଘାଟନ କରିଥିଲେ। ଅବିଭକ୍ତ କୋରାପୁଟ ଜିଲ୍ଲାର କୋଣ ଅନୁକୋଣରୁ ବହୁ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶ ଗ୍ରହଣ କରିଥିଲେ। ସାରେଗାମା ପ୍ରତିଯୋଗିତାରେ ନବରଙ୍ଗପୁର ଡିଗ୍ରୀ ମହାବିଦ୍ୟାଳୟର ଛାତ୍ର ଦିନକରନ୍ ସୁନା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଜୟପୁର ଆଇନ ମହାବିଦ୍ୟାଳୟର ଛାତ୍ରୀ ସଞ୍ଜିବନୀ ପଣ୍ଡା ଦ୍ବିତୀୟ ଓ ଜଗନ୍ନାଥ କଳାକେନ୍ଦ୍ରର ଛାତ୍ର ବିଶ୍ବଜିତ୍ ରଥ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ବିତର୍କ ପ୍ରତିଯୋଗିତାରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଛାତ୍ରୀ ସ୍ମୃତିସୁଧା ସାହୁ ପ୍ରଥମ ହୋଇଥିବା ବେଳେ ସୁନାବେଡା ଏରୋନେଟିକ୍ ମହାବିଦ୍ୟାଳ ଛାତ୍ର ବିଷ୍ଣୁପ୍ରସାଦ ରାଉତ ଦ୍ବିତୀୟ ଓ ବିକ୍ରମଦେବ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ର ସୂର୍ୟ୍ୟ ନାରାୟଣ ମହାରଣା ତୃତୀୟ ସ୍ଥାନ ଅଧିକାର କରିଥିଲେ।
ଜୀନା ଜୀନା ଜୀନାରେ ଉଡା ଗୁଲାବ ମାହେ ତେରୀ ଚୁନେରିଆ ଲେହେରାଇ...କୁହୁ କୁହୁ ବାଜେ କେଏଲିଆ.. ଝୁମି ଉଠିଥିଲା ସାରେଗାମା ପ୍ରତିଯୋଗିତା ମଞ୍ଚ। ଏଥିରେ ଅବିଭକ୍ତ କୋରାପୁଟ ଜିଲ୍ଲାର ୩୩ ଜଣ ପ୍ରତିଯୋଗୀ ନିଜ ସୁମଧୁର କଣ୍ଠରେ ସଂଗୀତ ପରିବେଷଣ କରିଥିଲେ। ଏଥିରେ ଆକାଶବାଣୀ ଜୟପୁର କେନ୍ଦ୍ରର ସ୍ବୀକୃ୍ତିପ୍ରାପ୍ତ ୩ ଜଣ କଣ୍ଠଶିଳ୍ପୀ କୁନ୍ତି ବେହେରା, ଦେବନ୍ଦ୍ର ଅଧିକାରୀ ଓ ଯୋଗେନ୍ଦ୍ର ମହାପାତ୍ର ବିଚାରକ ଭାବେ ଯୋଗ ଦେଇଥିଲେ। ଆଜିର ବିତର୍କ ପ୍ରତିଯୋଗିତାରେ ଅଧିକାଂଶ ପ୍ରତିଯୋଗୀ ‘ଆନ୍ତଃରାଜ୍ୟ ସୀମା ବିବାଦ ସଂଘୀୟ ଢ଼ାଞ୍ଚାକୁ ଦୁର୍ବଳ କରୁଛି’ ଶୀର୍ଷକ ସପକ୍ଷରେ ଏଭଳି ମତ ରଖିଥିଲେ। ଏଥିରେ ଅବସରପ୍ରାପ୍ତ ଶିକ୍ଷକ ତଥା ଗାଳ୍ପିକ ଶ୍ରୀନାଥ ମିଶ୍ର, ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟ ଇତିହାସ ବିଭାଗୀୟ ମୁଖ୍ୟ ଡ. କନକଲତା ମହାପାତ୍ର ଓ ବୋରିଗୁମ୍ମା ଭୈରବ ଡିଗ୍ରୀ ମହାବିଦ୍ୟାଳୟର ଅର୍ଥନୀତି ବିଭାଗୀୟ ମୁଖ୍ୟ ସଦାଶିବ ତ୍ରିପାଠୀ ବିଚାରକ ଭାବେ ଯୋଗ ଦେଇଥିଲେ। ଏଥିରେ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ୧୭ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ।
ଏଥିରେ ଅତିଥି ଭାବେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିଚାଳନା କମିଟି ସମ୍ପାଦକ କୃଷ୍ଣଚନ୍ଦ୍ର ପାତ୍ର ଓ ପ୍ରଧାନ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ମିଶ୍ର ଯୋଗ ଦେଇ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ଆର୍ଥିକରାଶି ପ୍ରଦାନ କରିଥିଲେ। ସଂଯୋଜନା ଓ ପୁରସ୍କାର ବିତରଣ ଉତ୍ସବକୁ ଜୟପୁର ନଗର ପ୍ରତିନିଧି ସୁରେଶ କୁମାର ନାଇଡୁ ପରିଚାଳନା କରିଥିବା ବେଳେ ସମ୍ବାଦ ଜୟପୁର ନଗର ପ୍ରତିନିଧି ଜ୍ଞାନଚାନ୍ଦ ଜଗନ୍ନାଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ସମ୍ବାଦ ପରିବାରର ଅଶୋକ କୁମାର ପୋଲେଇ, ବିତ୍ତ ବିଭାଗର ଆନନ୍ଦ ଚନ୍ଦ୍ର ଓଝା, ମାନବ ସମ୍ବଳ ବିଭାଗର ତ୍ରୀଶୂଳ ସାନ୍ତ୍ରା, ପ୍ରସାର ବିଭାଗର କେ. ଭେଙ୍କେଟେଶ୍ବର ଦୋରା, ବିଜ୍ଞାପନ ବିଭାଗର ପ୍ରସନ୍ନ ମିଶ୍ର, ପ୍ରେସ ବିଭାଗର ଦିଲ୍ଲୀପ ନିଶଙ୍କ, ବୈଦନାଥ ଖରା, କେଦାର ହରିଜନ ଓ ପ୍ରଶାନ୍ତ ହରିଜନ, ଶିଶୁମନ୍ଦିରର ଉସଭାପତି ରତିକାନ୍ତ ବେହେରା, ଶୁକବେଦ ସାହୁ, ହୃଷିକେଷ ପାଣିଗ୍ରାହୀ, ଶ୍ୟାମ ପାଙ୍ଗୀ, ମମତା ହୋତା, ସୁନନ୍ଦା ଷଢ଼ଙ୍ଗୀ, ଅନୁପମା ମହାପାତ୍ର, ଶିବାନୀ ନାୟକ, ମୋନାଲିସା ବାହାଦୁର, ସ୍ବିକୃତୀ ଦାସ, ଗୌରୀ ପଣ୍ଡା, ସନ୍ତୋଷିନୀ ପାତ୍ର, ମିନତୀ ନାୟକ, ମତି ମାଝୀ ଓ ଝୁନୁ ନାୟକ ସହଯୋଗ କରିଥିଲେ।